ଓଡିଶା

odisha

ରାଜ୍ୟରେ 39 ଏକାଡେମୀ କାର୍ଯ୍ୟକ୍ଷମ ହେଲେ ନୂଆସ୍ତରରେ ପହଞ୍ଚିବ ଓଡିଶା କ୍ରିକେଟ: OCA ସମ୍ପାଦକ

By

Published : Apr 20, 2023, 5:47 PM IST

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 20 ଟି ଏକାଡେମୀ ନିର୍ମାଣ ସରିଥିବା ବେଳେ ବାକି 19 ଟି ଖୁବ ଶୀଘ୍ର ନିର୍ମାଣ ଶେଷ ହେବ ଓ ଉଦଘାଟିତ ହେବ ବୋଲି ସ୍ପଷ୍ଟ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଅଧିକ ପଢନ୍ତୁ

39  cricket academies
ଓଡ଼ିଶାରେ 39 ଏକାଡେମୀ କାର୍ଯ୍ୟକ୍ଷମ

ରାଜ୍ୟରେ 39 ଏକାଡେମୀ କାର୍ଯ୍ୟକ୍ଷମ ହେଲେ ନୂଆସ୍ତରରେ ପହଞ୍ଚିବ ଓଡିଶା କ୍ରିକେଟ

କଟକ: ରାଜ୍ୟରେ କାର୍ଯ୍ୟକ୍ଷମ ହେବ 39ଟି କ୍ରିକେଟ ଏକାଡେମୀ । ଓଡିଶା କ୍ରିକେଟ ସଙ୍ଘର ଭିଜନ 2024କୁ ନେଇ କ୍ରିକେଟର ବିକାଶ ପାଇଁ ଅନେକ ଯୋଜନା ହାତକୁ ନେଇଛି ଓସିଏ । ଏନେଇ ରାଜ୍ୟରେ 39 ଟି କ୍ରିକେଟ ଏକାଡେମୀ ହେବ ଯାହା କ୍ରିକେଟକୁ ଆଉ ଏକ ସ୍ତରକୁ ପହଞ୍ଚାଇବ । ଏନେଇ ବର୍ତ୍ତମାନ ସୁଦ୍ଧା 20 ଟି ଏକାଡେମୀ ନିର୍ମାଣ ସରିଥିବା ବେଳେ ବାକି 19 ଟି ଖୁବ ଶୀଘ୍ର ନିର୍ମାଣ ଶେଷ ହେବ ଓ ଉଦଘାଟିତ ହେବ ବୋଲି ସ୍ପଷ୍ଟ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

ତେବେ ଭିଜନରେ ଏହି ଯୋଜନାକୁ ପ୍ରଥମେ ବେଶି ଫୋକସ ଦିଆଯାଇଥିଲା। କାହିଁକି ନା ପୂର୍ବରୁ କଟକ ଭୁବନେଶ୍ୱର ଛାଡିଲେ ଅନ୍ୟ ଜିଲ୍ଲାରେ କ୍ରିକେଟ ର ଏତେ ମାତ୍ରାରେ ବିକାଶ ହେଉ ନଥିଲା। କିନ୍ତୁ ବର୍ତ୍ତମାନ ସବୁ ଜିଲ୍ଲାରେ ଏକାଡେମୀ ରହିବ। ଯାହା ଫଳରେ ଗୋଟିଏ କ୍ରିକେଟର ତାର ସ୍ୱପ୍ନ ପୂରଣ କରି ପାରିବ। ଜଣେ କଳାହାଣ୍ଡି ଜୁନିୟର ଖେଳାଳି ମଧ୍ୟ ତାର ଉତ୍ତମ ପ୍ରଦର୍ଶନ ଯୋଗୁ ଓଡ଼ିଶା ଟିମ ରେ ସ୍ଥାନ ପାଇ ପାରୁଛି। ଯାହା ଓସିଏ ପାଇଁ ଏକ ବଡ଼ ସଫଳତା। ଯେଉଁ ପିତାମାତା ମାନେ ନିଜ ସନ୍ତାନ ର କ୍ରିକେଟ ଭବିଷ୍ୟତକୁ ନେଇ ଆଶା ରଖୁଛନ୍ତି ସେମାନଙ୍କୁ ମଧ୍ୟ ବର୍ତ୍ତମାନ ତାଙ୍କ ଖେଳର ରିପୋର୍ଟ କାର୍ଡ଼ ପ୍ରଦାନ କରୁଛି ଓସିଏ। ତେଣୁ ବିଗତ ଦିନ ଓ ଆଜିର ସମୟ ମଧ୍ୟରେ ଅନେକ ପରିବର୍ତ୍ତନ ଦୃଷ୍ଟି ଗୋଚର ହୋଇଛି।

ଯେତେବେଳେ ଭିଜନ 2024 ଯୋଜନା ଆରମ୍ଭ ହୋଇଥିଲା ସେତେବେଳେ କୋଭିଡ 2 ବର୍ଷ ଓସିଏ କୁ ପ୍ରଭାବିତ କରିଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଓସିଏ ଅନେକ କିଛି ପରିବର୍ତ୍ତନ କରିଛି। ଆଉ ଯାହାର ସୁଫଳ ପ୍ରତି ଜିଲ୍ଲାରେ ଦେଖିବାକୁ ମିଳିବ। ପୂର୍ବରୁ କଟକ ଭୁବନେଶ୍ୱରରେ କ୍ରିକେଟ ଉପରେ ବେଶି ଚାହିଦା ରହୁଥିଲା । କିନ୍ତୁ ତାହା ବର୍ତ୍ତମାନ ସବୁ ଜିଲ୍ଲାରେ ଦୃଶ୍ୟ ମାନ ହେଉଛି । ଆଗାମୀ ଦିନରେ ଏହି ଭିଜନ ନିଶ୍ଚୟ ସଫଳ ହେବ ଓ ଓଡିଶା କ୍ରିକେଟର ନିଜର ପ୍ରତିଭା ଦେଖାଇବେ । ସମସ୍ତ ବ୍ୟବସ୍ଥା ସେହି ଏକାଡେମୀରେ ରହିବ କୋଚ ଠୁ ଆରମ୍ଭ କରି ଉତ୍ତମ ପ୍ରଶିକ୍ଷଣ , କ୍ରୀଡା ପରିବେଶ ଅନୁକୂଳ ରହିବ। ତେଣୁ ସମସ୍ତ ନୂଆ ଏକାଡେମୀ ଆରମ୍ଭ ହେବା ପରେ କ୍ରିକେଟରେ ଆହୁରି ଉନ୍ନତି ସମ୍ଭବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details