ଓଡିଶା

odisha

ଲୋକ ଲଜ୍ଜା ଭୟରେ ଯୁବକଙ୍କ ଆତ୍ମହତ୍ୟା, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

By

Published : Oct 19, 2022, 9:32 AM IST

ବୌଦ୍ଧ ଜିଲ୍ଲା ସଦର ସୀମାନ୍ତ ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମରେ ଅଭାବନୀୟ ଘଟଣା। ଲୋକ ଲଜ୍ଜା ଭୟରେ ଯୁବକଙ୍କ ବିଷ ପିଇ ଆତ୍ମହତ୍ୟା । ଅଧିକ ପଢ଼ନ୍ତୁ

young man committed suicide in boudh villagers demands for compensation
ଲୋକ ଲଜ୍ଜା ଭୟରେ ଯୁବକଙ୍କ ଆତ୍ମହତ୍ୟା, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବୌଦ୍ଧ: ଲୋକ ଲଜ୍ଜା ଭୟରେ ଯୁବକଙ୍କ ଆତ୍ମହତ୍ୟା । ବୌଦ୍ଧ ଜିଲ୍ଲା ସଦର ସୀମାନ୍ତ ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତର ମୁଣ୍ଡାପଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କ୍ଷତିପୂରଣ ଦାବିରେ ଯୁବକଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ।

ଲୋକ ଲଜ୍ଜା ଭୟରେ ଯୁବକଙ୍କ ଆତ୍ମହତ୍ୟା

ଘଟଣା ଅନୁଯାୟୀ, ମୁଣ୍ଡାପଡା ଗ୍ରାମରେ ଜଙ୍ଗଲ ବିଭାଗର ଅବହେଳାରୁ ଗତ 15 ତାରିଖରେ ଏକ ଦନ୍ତାହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା । ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ବିଭାଗର କିଆକଟା ଫରେଷ୍ଟର ମୁଣ୍ଡାପଡା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଉଠାଇ ଆଣିଥିଲା । ସେଠାରେ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ସହି ନପାରି ଲୋକ ଲଜ୍ଜା ଭୟରେ ମଙ୍ଗଳବାର ଉକ୍ତ ଯୁବକ ଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଏନେଇ ମୁଣ୍ଡାପଡାର ଗ୍ରାମବାସୀ ଓ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ କିଆକଟା ସ୍ଥିତ ଫରେଷ୍ଟର କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ତେବେ ଜଙ୍ଗଲ ବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳକୁ ଆସିନଥିଲେ । ଫଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏନେଇ ମୁଣ୍ଡାପଡା ଗ୍ରାମବାସୀ କହିଛନ୍ତି,"ହାତୀ ମୃତ୍ୟୁକୁ ନେଇ ବନ ବିଭାଗ ସଠିକ ଭାବେ ତଦନ୍ତ ନ କରି ଜଣେ ନିରୀହ ଲୋକକୁ ଉଠାଇ ନେଇଥିଲା । ସେଠାରେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା । ଫଳରେ ଲୋକ ଲଜ୍ଜା ସହି ନପାରି ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ।" ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ସମ୍ପୃକ୍ତ ବନ ବିଭାଗ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ବାଉଁଶୁଣୀରେ ରାସ୍ତାକଡ ଉଠା ଦୋକାନୀଙ୍କୁ ଉଚ୍ଛେଦ, କ୍ଷତିପୂରଣ ଦାବି କଲେ ବ୍ୟବସାୟୀ

ଘଟଣାସ୍ଥଳରେ କିଆକଟା ପୋଲିସ ଓ ଆଠମଲ୍ଲିକ ତହସିଲଦାର ପହଞ୍ଚି ମୃତକଙ୍କ ପରିବାର ସହିତ ଆଲୋଚନା କରି ଆର୍ଥିକ ସହାୟତା ପରେ ରାସ୍ତା ରୋକ ହଟିଥିଲା । ଗତ ପାଞ୍ଚ ଦିନ ମଧ୍ୟରେ କିଆକଟା ଜଙ୍ଗଲ ଅଞ୍ଚଳରେ ଚାରିଗୋଟି ଏଭଳି ଘଟଣା ଘଟିଥିବା ବେଳେ ଜଙ୍ଗଲ ବିଭାଗର ଭୂମିକା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବନ ବିଭାଗର ଅବହେଳା ଯୋଗୁଁ ହାତୀଙ୍କ ମୃତ୍ୟୁ ଘଟୁଥିବାବେଳେ କେତେକ ନିରୀହ ଲୋକଙ୍କ ପ୍ରାଣ ଯାଉଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details