ETV Bharat / state

ବାଉଁଶୁଣୀରେ ରାସ୍ତାକଡ ଉଠା ଦୋକାନୀଙ୍କୁ ଉଚ୍ଛେଦ, କ୍ଷତିପୂରଣ ଦାବି କଲେ ବ୍ୟବସାୟୀ

author img

By

Published : Oct 18, 2022, 10:51 PM IST

ବୌଦ୍ଧ ଜିଲ୍ଲାର ଅନ୍ୟତମ ବାଣିଜ୍ୟିକ ପେଣ୍ଠସ୍ଥଳ ହେଉଛି ବାଉଁଶୁଣୀ । ରାସ୍ତାକଡ଼ରେ ଉଠା ଦୋକାନୀଙ୍କ ଯୋଗୁଁ ଏହି ପଞ୍ଚାୟତ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ୍‌ ଜାମ ସ୍ଥିତି ସୃଷ୍ଟି ହେଉଥିଲା । ମଙ୍ଗଳବାର ବାଉଁଶୁଣୀ ପୋଲିସ ଓ ରାଜସ୍ବ ବିଭାଗ ମିଳିତ ଭାବରେ ଏହି ଜବରଦଖଲ ଉଚ୍ଛେଦ କରିଛନ୍ତି । ଅଧିକ ପଢ଼ନ୍ତୁ

eviction in Baunsuni of Boudh street vendors demanded compensation
ବାଉଁଶୁଣୀରେ ରାସ୍ତାକଡ଼ ଉଠା ଦୋକାନୀଙ୍କୁ ଉଚ୍ଛେଦ, କ୍ଷତିପୂରଣ ଦାବି କଲେ ବ୍ୟବସାୟୀ

ବୌଦ୍ଧ: ଜିଲ୍ଲା ବାଉଁଶୁଣୀରେ ରାଜରାସ୍ତାରେ ଟ୍ରାଫିକ ଜାମ୍‌ ଭଳି ସମସ୍ୟା ଯୋଗୁଁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଏହାକୁ ସ୍ଥାନୀୟ ବୁଦ୍ଧିଜୀବୀ ସ୍ବାଗତ କରିଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଉଠା ଦୋକାନୀ । ସେପଟେ ଏଠାରେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ବାଇପାସ୍‌ ରୋଡ୍‌ର ଆବଶ୍ୟକତା ରହିଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ବାଉଁଶୁଣୀରେ ରାସ୍ତାକଡ଼ ଉଠା ଦୋକାନୀଙ୍କୁ ଉଚ୍ଛେଦ, କ୍ଷତିପୂରଣ ଦାବି କଲେ ବ୍ୟବସାୟୀ

ବୌଦ୍ଧ ଜିଲ୍ଲାର ଅନ୍ୟତମ ବାଣିଜ୍ୟିକ ପେଣ୍ଠସ୍ଥଳ ହେଉଛି ବାଉଁଶୁଣୀ । ରାସ୍ତାକଡ଼ରେ ଉଠା ଦୋକାନୀଙ୍କ ଯୋଗୁଁ ଏହି ପଞ୍ଚାୟତ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ୍‌ ଜାମ ସ୍ଥିତି ସୃଷ୍ଟି ହେଉଥିଲା । ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଏକ ପଞ୍ଚାୟତ ସଦର ମହକୁମା ହୋଇଥିଲେ ମଧ୍ୟ ଏହି ବଜାର ଓ ଅନ୍ୟ ସରକାରୀ କାର୍ଯ୍ୟ ପାଇଁ ଅଞ୍ଚଳର ୮ ଗୋଟି ପଞ୍ଚାୟତବାସୀ ନିର୍ଭରଶୀଳ । ସ୍ବାସ୍ଥ୍ୟସେବାଠାରୁ ଆରମ୍ଭ କରି କଲେଜ, ଥାନା ପାଇଁ ପ୍ରତ୍ୟେକ ଦିନ ଏଠାରେ ଅଞ୍ଚଳର ଲୋକଙ୍କ ଭିଡ ଜମେ । କିନ୍ତୁ ବାଉଁଶୁଣୀ ଅଞ୍ଚଳରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ସହିତ ଜବରଦଖଲ ସମସ୍ୟା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା ।

ବାଉଁଶୁଣୀ ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ ଜାମ ଏକ ସବୁଦିନିଆ ସମସ୍ୟା । ଏଣୁ ବାଉଁଶୁଣୀରେ ବାଇପାସ୍‌ ରାସ୍ତାର ଯଥେଷ୍ଟ ଆବଶ୍ୟକତା ରହିଛି । ତେବେ ବୌଦ୍ଧର ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବାଉଁଶୁଣୀ ଅଞ୍ଚଳ ପରିଦର୍ଶନ କରିବା ସହିତ ଜବରଦଖଲ ସମସ୍ୟାକୁ ଉପଲବ୍ଧି କରି ଏହାକୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର ବାଉଁଶୁଣୀ ପୋଲିସ ଓ ରାଜସ୍ବ ବିଭାଗ ମିଳିତ ଭାବରେ ଏହି ଜବରଦଖଲ ଉଚ୍ଛେଦ କରିଛନ୍ତି । ସେପଟେ ଉଚ୍ଛେଦ ଦ୍ବାରା ପ୍ରଭାବିତ ଉଠା ଦୋକାନୀ ବ୍ୟବସାୟୀ ଅଗ୍ରାଧିକାର ଭିତ୍ତିରେ ଥଇଥାନ କରିବାକୁ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.