ଓଡିଶା

odisha

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ RWD ସହକାରୀ ଯନ୍ତ୍ରୀ, ଭଦ୍ରକର ବିଭିନ୍ନ ସ୍ଥାନରେ ଚଢ଼ାଉ

By

Published : Jun 6, 2023, 10:21 PM IST

Updated : Jun 7, 2023, 7:22 AM IST

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ RWD ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଭଦ୍ରକ ସ୍ଥିତ ବାସଭବନରେ ଭିଜିଲାନ୍ସ ଟିମର ଚଢ଼ାଉ । ଅଧିକ ପଢ଼ନ୍ତୁ

vigilance raid
ଭିଜିଲାନ୍ସ ଚଢ଼ାଉ

ଭିଜିଲାନ୍ସ ଚଢ଼ାଉ

ଭଦ୍ରକ: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା ବାସିନ୍ଦା ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ସଞ୍ଜୟ ବେହେରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ଘର ଓ ଅଫିସ ସମେତ ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା । ସୁନ୍ଦରଗଡ଼, କେନ୍ଦ୍ରାପଡା ସ୍ଥିତ ଭଡା ଘର, ଲେଫ୍ରିପଡ଼ା ସ୍ଥିତ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଡିଭିଜନ ଅଫିସରେ ଚଢ଼ାଉ ଜାରି ରହିଛି । ଏହାପରେ ଭଦ୍ରକରେ ମଧ୍ୟ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ରେଡ କରିଛି ।

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକ ଅନ୍ତର୍ଗତ ତାଙ୍କ ପୈତୃକ ଘର, ତିହିଡି ବ୍ଲକ ଅନ୍ତର୍ଗତ ତାଙ୍କ ଶ୍ଵଶୁର ଘର ସହ ଭଦ୍ରକରେ ଥିବା ତାଙ୍କର ଅନ୍ୟ ଏକ ଘରେ ଭିଜିଲାନ୍ସ ଟିମ ଚଢାଉ କରିଛି । ଭିଜିଲାନ୍ସ ଚଢାଉରେ ସାତଟି ଟିମ ସାମିଲ ଅଛନ୍ତି । ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ମଙ୍ଗଳବାର ସକାଳୁ ଏହି ଚଢ଼ାଉ ଆରମ୍ଭ ହୋଇଥିବା ବେଳେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ ସୂଚନା ହସ୍ତଗତ ହୋଇ ନାହିଁ । ବେଆଇନ ସମ୍ପତ୍ତିରେ ବିଳାସପୂର୍ଣ୍ଣ ଘର, ଜମି, ଗାଡି ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସମ୍ପତ୍ତି ରଖିଛନ୍ତି ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର । ଏହି ସମ୍ପତ୍ତି, ଇଞ୍ଜିନିୟରଙ୍କ ଆୟର ଉତ୍ସରୁ ଅଧିକ ଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗରେ ରହି ସହକାରୀ ଯନ୍ତ୍ରୀ କ୍ଷମତାର ଅପବ୍ୟବହାର ଏବଂ ଦୁର୍ନୀତି କରିଥିବା ଭିଜିଲାନ୍ସ ସୂଚନା ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ଭିଜିଲାନ୍ସ ଜାଲରେ RWD ସହକାରୀ ଯନ୍ତ୍ରୀ, 7ଟି ସ୍ଥାନରେ ଏକକାଳୀନ ରେଡ୍‌

ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା ବେଆଇନ କାରବାର ଏବଂ ଜନସାଧାରଣଙ୍କ ପାଣ୍ଠିର ଅପବ୍ୟବହାର ସହିତ ବିଭିନ୍ନ ଅନୈତିକ କାର୍ଯ୍ୟରେ ଜଡ଼ିତ ଥିବା ପ୍ରାଥମିକ ଅନୁସନ୍ଧାନରୁ ତଥ୍ୟ ପାଇଛି ଭିଜିଲାନ୍ସ ବିଭାଗ । ପୂର୍ବରୁ ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ ସଞ୍ଜୟ ବେହେରା କାର୍ଯ୍ୟ କରୁଥିଲେ । ସେହି ସମୟରେ ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଏକାଧିକ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ କେତେ ପରିମାଣର ସମ୍ପତ୍ତି ମିଳିଛି ସେନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଇଟିଭି ଭାରତ, ଭଦ୍ରକ

Last Updated : Jun 7, 2023, 7:22 AM IST

ABOUT THE AUTHOR

...view details