ETV Bharat / state

ଭିଜିଲାନ୍ସ ଜାଲରେ RWD ସହକାରୀ ଯନ୍ତ୍ରୀ, 7ଟି ସ୍ଥାନରେ ଏକକାଳୀନ ରେଡ୍‌

author img

By

Published : Jun 6, 2023, 1:00 PM IST

ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହେମଗିରି ଉପଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ଅଧିକ ପଢନ୍ତୁ

vigilance raid in sundargarh
vigilance raid in sundargarh

vigilance raid in sundargarh

ରାଉରକେଲା: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର RWD ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଡିଲାନ୍ସର ରେଡ । ସୁନ୍ଦରଗଡ଼ ଡିଭିଜନର ହେମଗିରି ଉପଖଣ୍ଡର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘରେ ରେଡ କରିଛି ଭିଜିଲାନ୍ସ। ଘର ଓ ଅଫିସ ସମେତ ମୋଟ ୭ଟି ସ୍ଥାନରେ ଏକ କାଳୀନ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ସୁନ୍ଦରଗଡ଼, କେନ୍ଦ୍ରାପଡା ସ୍ଥିତ ଭଡା ଘର, ଲେଫ୍ରିପଡ଼ା ସ୍ଥିତ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଡିଭିଜନ ଅଫିସରେ ଚଢ଼ାଉ ଜାରି ରହିଛି। ଏହା ସହ ଭଦ୍ରକ ସହର ମଧ୍ୟରେ ଥିବା ଦୁଇ ମହଲା ବାସଭବନ, ବନ୍ତରେ ଥିବା ପୈତୃକ ବାସଭବନ, ତିହିଡି ଥାନା ସିନ୍ଦୋଲ ସ୍ଥିତ ଶ୍ବଶୁର ଘରେ ଚାଲିଛି ଚଢ଼ାଉ ।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ରେଡ

ଭିଜିଲାନ୍ସ ଚଢାଉରେ ସାତଟି ଟିମ ସାମିଲ ଅଛନ୍ତି । ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଆଜି(ମଙ୍ଗଳବାର) ସକାଳୁ ଏହି ଚଢ଼ାଉ ଆରମ୍ଭ ହୋଇଥିବା ବେଳେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ ସୂଚନା ହସ୍ତଗତ ହୋଇ ନାହିଁ । ବେଆଇନ ସମ୍ପତ୍ତିରେ ବିଳାସପୂର୍ଣ୍ଣ ଘର, ଜମି, ଗାଡି ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସମ୍ପତ୍ତି ରଖିଛନ୍ତି ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର । ଏହି ସମ୍ପତ୍ତି, ଇଞ୍ଜିନିୟରଙ୍କ ଆୟର ଉତ୍ସରୁ ଅଧିକ ଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗରେ ରହି ସହକାରୀ ଯନ୍ତ୍ରୀ କ୍ଷମତାର ଅପବ୍ୟବହାର ଏବଂ ଦୁର୍ନୀତି କରିଥିବା ଭିଜିଲାନ୍ସ ସୂଚନା ପାଇଛି ।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ 7ଟି ସ୍ଥାନରେ ରେଡ

ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା ବେଆଇନ କାରବାର ଏବଂ ଜନସାଧାରଣଙ୍କ ପାଣ୍ଠିର ଅପବ୍ୟବହାର ସହିତ ବିଭିନ୍ନ ଅନୈତିକ କାର୍ଯ୍ୟରେ ଜଡ଼ିତ ଥିବାପ୍ରାଥମିକ ଅନୁସନ୍ଧାନରୁ ତଥ୍ୟ ପାଇଛି ଭିଜିଲାନ୍ସ ବିଭାଗ । ଏହି ରେଡ୍‌ରେ ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟରଙ୍କଠାରୁ ବେଆଇନ ସମ୍ପତ୍ତି ଜବତ କରାଯିବା ସହ ସେ ଅନ୍ୟାନ୍ୟ କେଉଁ ଦୁର୍ନୀତିରେ ସାମିଲ ଅଛନ୍ତି ସେନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି । 7ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିବା ବେଳେ ସମ୍ପତ୍ତି ଜବତ କରାଯାଉଛି । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.