ଓଡିଶା

odisha

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ

By

Published : Jul 19, 2022, 5:51 PM IST

ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ । ଅଧିକ ପଢନ୍ତୁ

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ
ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ

ଭଦ୍ରକ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ନବନିର୍ମାଣ କୃଷକ ଓ ଛାତ୍ର ସଂଗଠନ ପକ୍ଷରୁ ଆଜି 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଭଦ୍ରକରେ ମଧ୍ୟ ଏହାର ଆଂଶିକ ପ୍ରଭାବ ପଡ଼ିଥିବା ବେଳେ ଆନ୍ଦୋଳନକାରୀମାନେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ

ସହରର ବିଭିନ୍ନ ସ୍ଥାନରେ ସଂଗଠନର କର୍ମୀମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ସାମରାଇପୁର ଛକ ଠାରେ ବିକ୍ଷୋଭକାରୀ ମାନେ ଅବରୋଧ କରିବା ସହ ରୁଚିକାଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା ।

ଦୀର୍ଘ ୧୯ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛି । ତେଣୁ ଯେପର୍ଯ୍ୟନ୍ତ ରୁଚିକାଙ୍କୁ ନ୍ୟାୟ ନ ମିଳିଛି, ସେପର୍ଯ୍ୟନ୍ତ ଏହିପରି ଆନ୍ଦୋଳନ ଜାରି ରହିବ ବୋଲି ନବନିର୍ମାଣ କୃଷକ ଓ ଛାତ୍ର ସଂଗଠନ ପକ୍ଷରୁ ନାରାବାଜୀ ଦିଆଯାଇଥିଲା । ପରେ ପୋଲିସ ପକ୍ଷରୁ ବିକ୍ଷୋଭକାରୀ ମାନଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସାମାନ୍ୟ ହୋଇଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details