ଓଡିଶା

odisha

ଶିକ୍ଷା, ସ୍ବାସ୍ଥ୍ୟ ସବୁକ୍ଷେତ୍ରରେ ରାଜ୍ୟ ସରକାର ବିଫଳ: ବିଜେପି

By ETV Bharat Odisha Team

Published : Jan 10, 2024, 12:57 PM IST

BJP slams BJD govt: ଭଦ୍ରକ ଜିଲ୍ଲାର ରାସ୍ତାଘାଟ, ସ୍ୱାସ୍ଥସେବା ଭଳି ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଅଧିକ ପଢନ୍ତୁ

ବିଜେପି ପ୍ରେସମିଟ୍
ବିଜେପି ପ୍ରେସମିଟ୍

ବିଜେପି ପ୍ରେସମିଟ୍

ଭଦ୍ରକ:ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଭଦ୍ରକ ଜିଲ୍ଲାରେ ବନ୍ୟା ନିୟନ୍ତ୍ରଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ପ୍ରଦାନ ଏବଂ ଗମନାଗମନ ବ୍ୟବସ୍ଥା ସୁଗମ କରିବା କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ସଂଗଠନ ମହାମନ୍ତ୍ରୀ ପଞ୍ଚାନନ ରାଉତ, ଭଦ୍ରକ ଜିଲ୍ଲା ଏବଂ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଭଦ୍ରକକୁ ଏକ ପ୍ଲାନିଂ ସହର କରାଯିବା, ଭଦ୍ରକରେ ମାଆ ଭଦ୍ରକାଳୀ ତଥା ପୁରୁଣା ବଜାରକୁ ଭଲ ରାସ୍ତା ନିର୍ମାଣ କରାଯିବା, ଏକ ବୃହତ ଶିଳ୍ପ ଧାମରାଠାରେ ପ୍ରତିଷ୍ଠା କରାଯିବା, ଭଣ୍ଡାରିପୋଖରୀରୁ ଧାମନଗର ଦେଇ ଆଖଣ୍ଡଳମଣି ମନ୍ଦିର ପର୍ଯ୍ୟନ୍ତ ବୈତରଣୀ ନଦୀବନ୍ଧକୁ କ୍ୟାପିଟାଲ ଅମ୍ବାକମେଣ୍ଟ କରାଯାଉ ବୋଲି ବିଜେପି ନେତା ଦାବି କରିଛନ୍ତି । ଆହୁରି ମଧ୍ୟ ଛତାବର-ନିଳୋକ ରାସ୍ତା ନିର୍ମାଣ, ଆଖୁଆପଦା ଠାରେ ବ୍ୟାରେଜ କରାଯିବା ପାଇଁ ସର୍ବନିମ୍ନ 500 କୋଟି ଟଙ୍କା ବ୍ୟୟବରାଦ କରିବା ପାଇଁ ଦାବି କରାଯାଇଛି ।

ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଜିଲ୍ଲାର ଅନେକ ଗାଁକୁ ଏବେ ବି ଭଲ ରାସ୍ତା ନାହିଁ । ତେଣୁ ରାସ୍ତା ନ ଥିବାରୁ ଅନେକ ଗାଁକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡିଟିଏ ଯାଇପାରୁନି । ଫଳରେ ଅନେକ ସମୟରେ ଧନଜୀବନ ନଷ୍ଟ ହେଉଛି ବୋଲି କହିଛନ୍ତି ବିଜେପି ନେତା ।

ଏହାମଧ୍ୟ ପଢନ୍ତୁ.. ଆବାସ ହିତାଧିକାରୀଙ୍କୁ ଦିଲ୍ଲୀ ନିମନ୍ତ୍ରଣ ରାଜନୀତି; ଉଭୟ ବିଜେପି-ବିଜେଡିକୁ କଂଗ୍ରେସର ଟାର୍ଗେଟ୍‌

ପଞ୍ଚାନନ ରାଉତ ବନ୍ତରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି । ମଞ୍ଜୁରୀ ରୋଡ, ଭଣ୍ଡାରିପୋଖରୀ, ବାରିକପୁର, ଅଡାଳପଙ୍କ, ବନ୍ତ ଏବଂ ଆଗରପଡ଼ାରେ ଆବଶ୍ୟକ ଡାକ୍ତର ନାହାନ୍ତି । ଏହିସବୁ ଡାକ୍ତରଖାନାରେ ତୁରନ୍ତ ଆବଶ୍ୟକ ଡାକ୍ତର ନିଯୁକ୍ତି, ଭଦ୍ରକରେ ପାରା ମିଲିଟାରୀ କ୍ୟାମ୍ପ ପ୍ରତିଷ୍ଠା, ଚାନ୍ଦବାଲିରୁ ଭଦ୍ରକ ଆନନ୍ଦପୁର ରାସ୍ତାକୁ ସ୍ବତନ୍ତ୍ର ହାଇୱେ କରାଯାଉ ବୋଲି ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାରେ ମେଡ଼ିକାଲ କଲେଜ ଏବଂ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦାବି ନେଇ ବିଜେପି ବହୁବାର ଆନ୍ଦୋଳନ କରିଛି । ମାତ୍ର ରାଜ୍ୟ ସରକାର ଏହି ଦାବି ପ୍ରତି ଅଣଦେଖା କରିଆସୁଛନ୍ତି । ଭଦ୍ରକ ଜିଲ୍ଲାର ଏହି ମୁଖ୍ୟ ଦୁଇଟି ଦାବି ନେଇ ବିଜେପି ତାର ଲଢେଇ ଜାରି ରଖିବ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ବାମଦେବ ଦାସ, ବିଜେପି ଟାଉନ ସଭାପତି ବିକାଶ ପାଢ଼ୀ ପ୍ରମୁଖ ଯୋଗ ଦେଇ ଜିଲ୍ଲାର ପ୍ରମୁଖ ଦାବି ପୂରଣ ନେଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details