ETV Bharat / state

ଆବାସ ହିତାଧିକାରୀଙ୍କୁ ଦିଲ୍ଲୀ ନିମନ୍ତ୍ରଣ ରାଜନୀତି; ଉଭୟ ବିଜେପି-ବିଜେଡିକୁ କଂଗ୍ରେସର ଟାର୍ଗେଟ୍‌

author img

By ETV Bharat Odisha Team

Published : Jan 9, 2024, 10:49 PM IST

Special Guest On Republic Day: ସାଧାରଣତନ୍ତ୍ର ଦିବସରେ ଅତିଥି ହେବା ପାଇଁ ଆବାସ ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣ ପରେ ତେଜିଲା ରାଜନୀତି । ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍‌ କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ଆବାସ ହିତାଧିକାରୀଙ୍କୁ ଦିଲ୍ଲୀ ନିମନ୍ତ୍ରଣ ରାଜନୀତି
ଆବାସ ହିତାଧିକାରୀଙ୍କୁ ଦିଲ୍ଲୀ ନିମନ୍ତ୍ରଣ ରାଜନୀତି

ଆବାସ ହିତାଧିକାରୀଙ୍କୁ ଦିଲ୍ଲୀ ନିମନ୍ତ୍ରଣ ରାଜନୀତି

ଭୁବନେଶ୍ବର: ଦିଲ୍ଲୀରୁ ଆସିଛି ନିମନ୍ତ୍ରଣ । ପଲ୍ଲୀରୁ ଆବାସ ହିତାଧିକାରୀ ଯିବେ ଦିଲ୍ଲୀ । ଆସନ୍ତା ସାଧାରଣତନ୍ତ୍ର ଦିବସରେ ଆବାସ ହିତାଧିକାରୀ ହେବେ କେନ୍ଦ୍ର ସରକାରଙ୍କ ଅତିଥି । ଏନେଇ କେନ୍ଦ୍ର ସରକାର ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ତେବେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ଏହା କେନ୍ଦ୍ର ସରକରାଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି କହିଛି ବିଜେପି । ସେପଟେ ଆବାସ ହିତାଧିକାରୀଙ୍କୁ ଦିଲ୍ଳୀ ଡାକିବା ଉଦ୍ୟମ ହାସ୍ୟାସ୍ପଦ । ପୋର୍ଟାଲ ବନ୍ଦ କରି ହିତାଧିକାରୀଙ୍କୁ ହଇରାଣ କରାଯାଉଛି ବୋଲି ବିଜେଡି କହିଛି । ତେବେ କଂଗ୍ରେସ ଏହି ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି ।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ନବୀନ ସରକାର ଶ୍ରୀଜଗନ୍ନାଥଙ୍କ ନାଁରେ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ବିଜେପି ସେମିତି ଆବାସ ହିତାଧିକାରୀଙ୍କୁ ଦିଲ୍ଲୀ ନେବେ । ପୂର୍ବରୁ ଉଭୟ ବିଜେଡି ଓ ବିଜେପି ଆବାସ ହିତାଧିକାରୀ ଚୟନ ନେଇ ମୁଁହାମୁହିଁ ହେଉଥିଲେ । ବିଜେଡି ସରକାର ବିରୋଧରେ ଅଭିଯୋଗ ଆଣୁଥିଲା ବିଜେପି । ହେଲେ ଆଜି କୋଳାକୋଳି ହେଉଛନ୍ତି । ତେବେ ଆବାସ ହିତାଧିକାରୀଙ୍କୁ ଦିଲ୍ଲୀ ଡାକିବା କେବଳ ଭୋଟ ସର୍ବସ୍ବ । ଆଗକୁ ନିର୍ବାଚନ ଆସୁଥିବାରୁ ସବୁ ଡ୍ରାମା ଚାଲିଛି । ଉଭୟ ଦଳ କେବଳ ଭୋଟ ପାଇବାକୁ ଠାକୁରଙ୍କୁ ବି ଛାଡୁନାହାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ସାଧାରଣତନ୍ତ୍ର ଦିବସରେ ପିଏମ୍ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣ ନେଇ ରାଜନୀତି

ପ୍ରକାଶ ଯୋଗ୍ୟ, ସାଧାରଣତନ୍ତ୍ର ଦିବସ ଅବସରରେ ସ୍ବତନ୍ତ୍ର ଅତିଥି ଭାବେ ପିଏମ୍‌ ଆବାସ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆସନ୍ତା ୨୫ ତାରିଖ ସକାଳ ସୁ୍ଦ୍ଧା ପିଏମ୍‌ ଆବାସ ହିତାଧିକାରୀଙ୍କୁ ନେଇ ନୋଡାଲ ଅଫିସର ଦିଲ୍ଲୀ ପହଞ୍ଚିବାକୁ ଚିଠିରେ କୁହାଯାଇଛି । ୨୫ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ରାତ୍ରିଭୋଜନରେ ସାମିଲ ହେବେ ଆବାସ ହିତାଧିକାରୀ । ଏହାପରେ ୨୬ ତାରିଖରେ କର୍ତ୍ତବ୍ୟ ପଥରେ ହେବାକୁ ଥିବା ପରେଡ ଦେଖିବେ ପିଏମ୍‌ ଆବାସ ହିତାଧିକାରୀ । ମୁଖ୍ୟ ଶାସନ ସଚିବଙ୍କୁ ଏଭଳି ଚିଠି ଆସିବା ପରେ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ବିଜେଡି ଏହି ପ୍ରସଙ୍ଗରେ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଉଭୟ ବିଜେପି ଓ ବିଜେଡି ମଧୁଚନ୍ଦ୍ରିକା ନେଇ ପୁଣି ଅଭିଯୋଗ ଆଣିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.