ଓଡିଶା

odisha

ବ୍ଲକ ଘେରାଉ ନାଁରେ ବିଜେପିର ଗୁଣ୍ଡାଗିରି ! ଚେତାବନୀ ଦେଲା ବିଜେଡି

By ETV Bharat Odisha Team

Published : Nov 27, 2023, 9:01 AM IST

ବ୍ଲକ୍ ଘେରାଉ କରିବା ନାଁରେ ଚାନ୍ଦବାଲିରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି । ରାଜନୈତିକ କ୍ଷମତା ଦଖଲ କରିବା ପାଇଁ ବିଜେପି ରାଜ୍ୟ ସଭାପତିଙ୍କ ଅପଚେଷ୍ଟାକୁ ନିନ୍ଦା କରିଛି ବିଜେଡି । ଅଧିକ ପଢ଼ନ୍ତୁ

block gherao in chandbali
block gherao in chandbali

ବ୍ଲକ ଘେରାଉ ନାଁରେ ବିଜେପିର ଗୁଣ୍ଡାଗିରି !

ଭଦ୍ରକ:ଜିଲ୍ଲା ଚାନ୍ଦବାଲିରେ ବିଜେପି କର୍ମୀ ଗୁଣ୍ଡାଗିରି କରୁଥିବା ଅଭିଯୋଗ ହୋଇଛି । ବ୍ଲକ୍ ଘେରାଉ କରିବା ନାଁରେ ଗୁଣ୍ଡାଗିରି କରିଛନ୍ତି ବିଜେପି କର୍ମୀ । ଗେଟ୍ ଭାଙ୍ଗି ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ତେବେ ଏହାକୁ ବିରୋଧ କରିଛି ବିଜେଡି । ବ୍ଲକ୍‌ ଘେରାଉ ନାମରେ ହିଂସା କରି ରାଜନୈତିକ କ୍ଷମତା ଦଖଲ କରିବା ପାଇଁ ବିଜେପି ଚେଷ୍ଟା କରୁଥିବା ଅଭିଯୋଗ କରି ନିନ୍ଦା କରିଛି ବିଜେଡି ।

ବିଜେଡି ନେତା ରାକେଶ ନାୟକ କହିଛନ୍ତି,"ଲୋକଙ୍କ ଟିକସରେ ନିର୍ମିତ ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା । ଏଥି ସହିତ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ପଦାଧିକାରୀ ଏବଂ କର୍ମଚାରୀମାନଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିବା ଏବଂ ଢେଲା ପଥରରେ ମାଡ଼ ମାରିବା ଭଳି ଏକ ପ୍ରକାର ଆତଙ୍କ ରଚିଥିବା ବିଜେପି ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଆବଶ୍ୟକ । କ୍ଷମତା ହାତେଇବା ଲାଗି ବିଜେପି ପକ୍ଷରୁ ଏହିପରି ଗୁଣ୍ଡାଗିରି କରାଯାଇଛି ।" ଖୋଦ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଏପରି ହୋଇଥିବା ବେଳେ ସେ କିଛି ଜାଣିନଥିବା ତଥା ବିକ୍ଷୋଭ ପ୍ରଦର୍ଶନ ବେଳେ କୌଣସି ଗଣ୍ଡଗୋଳ ହୋଇନଥିବା ଗଣମାଧ୍ୟମରେ ଦେଇଥିବା ପ୍ରତିକ୍ରିୟା ଏକ ହାସ୍ୟସ୍ପଦ କଥା ବୋଲି କହିଛି ବିଜେଡି ।

ଏହା ମଧ୍ୟ ପଢନ୍ତୁ- ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନଙ୍କ କଡା ପ୍ରହାର

ସାଧାରଣ ଜନତାଙ୍କ ନ୍ୟାର୍ଯ୍ୟ ଦାବି ହାସଲ କରିବା ଲାଗି ଆନ୍ଦୋଳନକୁ ଢାଲ କରି ବିଜେପି ଯେପରି ଭାବେ ଗଣ୍ଡଗୋଳ କରିଛି ତାହା ରାଜ୍ୟବାସୀ ଜାଣିବା ଦରକାର। ବିଜେପିର ଅକ୍ରୋଶମୂଳକ ଢେଲା ମାଡରେ ଚାନ୍ଦବାଲି ଏସଡିପିଓ, ଆଇଆଇସିଙ୍କ ସମେତ ବହୁ ପଦାଧିକାରୀ ଆହତ ହୋଇଥିଲେ । ଏଥି ସହିତ ଅନେକ ଲହୁଲୁହାଣ ହୋଇଥିବା ଜଣା ପଡ଼ିଛି । ତେଣୁ ବିଜେପି କର୍ମୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବାକୁ ଦାବି କରିଛି ବିଜେଡି । ସେହିପରି ବ୍ଲକ ଘେରାଉ ନାମରେ ହିଂସା କରି ରାଜନୈତିକ କ୍ଷମତା ଦଖଲ କରିବା ପାଇଁ ବିଜେପି ରାଜ୍ୟ ସଭାପତିଙ୍କ ଅପଚେଷ୍ଟାକୁ ସିପିଆଇ(ଏମ) ପକ୍ଷରୁ ମଧ୍ୟ ତୀବ୍ର ନିନ୍ଦା କରାଯାଇଛି । ବିଜେପିର ଗୁଣ୍ଡା ବାହିନୀ ଯେପରି ଚାନ୍ଦବାଲି ଏସ୍‌ଡିପିଓ ଏବଂ ଚାନ୍ଦବାଲି ଥାନା ଅଧିକାରୀଙ୍କୁ ଢେଲାମାଡ କରି ଗୁରୁତର ଆହତ କରିଛନ୍ତି ଏବଂ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ପଶି ସାଧାରଣ ଲୋକମାନଙ୍କ ଟିକସରେ ତିଆରି ସଂପତ୍ତିକୁ ଭାଙ୍ଗି ନଷ୍ଟ କରିଛନ୍ତି, ସେମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବା ପାଇଁ ସିପିଆଇ(ଏମ) ପକ୍ଷରୁ ମଧ୍ୟ ଦାବି କରାଯାଇଛି । ଅନ୍ୟଥା ଆଗାମୀ ଦିନରେ ଏହାର ପ୍ରତିବାଦରେ ଦଳ ରାଜରାସ୍ତାକୁ ଓହ୍ଲେଇବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details