ETV Bharat / state

ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନଙ୍କ କଡା ପ୍ରହାର

author img

By ETV Bharat Odisha Team

Published : Nov 25, 2023, 8:46 PM IST

ପୃଥ୍ବୀରାଜ କହିଛନ୍ତି ଅଳ୍ପ ବିଦ୍ୟା ଭୟଙ୍କର । ଯେଉଁମାନଙ୍କର ସମ୍ବିଧାନ ବିଷୟରେ ଜ୍ଞାନ ନାହିଁ ଯେଉଁମାନେ ମୂର୍ଖ ସେ ଆଇନର ବ୍ୟବସ୍ଥା ଉପରେ ଅଂଜ୍ଞ । ହାକିମଙ୍କ ନିର୍ଦେଶରେ ଗଣମାଧ୍ୟମ ଆଗରେ କହିଲେ ଭୁଲ ତ୍ରୁଟି ହୁଏ । ରାଜ୍ୟପାଳଙ୍କ କ୍ଷମତା ଉପରେ ଯଦି ଜଣା ନାହିଁ, ଆଇନ ବିଶାରଦଙ୍କ ସହିତ ଚର୍ଚ୍ଚା ଆଲୋଚନା କରି କହିଥିଲେ ଭଲ ହୋଇଥାନ୍ତା। ଅଧିକ ପଢନ୍ତୁ

ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନଙ୍କ କଡା ପ୍ରହାର
ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନଙ୍କ କଡା ପ୍ରହାର

ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନଙ୍କ କଡା ପ୍ରହାର

ଭୁବନେଶ୍ବର: ବିଜେଡି ପ୍ରଶାସନିକ ବସ ମାନଙ୍କର ଚାଟୁକାରିତା କରି କରି ଜୀବନରେ କିଛି ଗୋଟେ ଉପଲବ୍ଧି ପାଇଗଲା ପରେ ସାଂସଦ ସସ୍ମିତ ପାତ୍ରଙ୍କ ଭଳି କିଛି ନେତାଙ୍କୁ ସ୍ବର୍ଗ ଆଉ ଦୁଇ ଆଙ୍ଗୁଳି ଭଳି ଲାଗୁଛି । ସେଥିପାଇଁ ପଦମର୍ଯ୍ୟାଦା, ବୟସ ସମ୍ମାନ ସବୁ ଭୁଲି ଯାଇଛନ୍ତି। ଏହା ଅତି ଦୁର୍ଭାଗ୍ୟଜନକ । ଓଡିଶାର ଜନଜୀବନ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନିବିଡ ଓ ଅନନ୍ୟ ସଂପର୍କ ଅଛି । ସରକାରଙ୍କର ଭୁଲ ନିଷ୍ପତ୍ତି ଯୋଗୁ ଜଗନ୍ନାଥପ୍ରେମୀ ଭକ୍ତଗଣ କାର୍ତ୍ତିକ ମାସରେ ପ୍ରଭୁଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି । ଏହା ଜଗନ୍ନାଥଙ୍କ ଉପରେ ଆସ୍ଥା ରଖିଥିବା କେହି ବି କହିବା କଣ ଭୁଲ ? ଜଗନ୍ନାଥପ୍ରେମୀ ଆବେଗ ବିଷୟରେ କହିବାକୁ ସସ୍ମିତ ପାତ୍ର କିଏ ? ଛତିଶଗଡ ରାଜ୍ୟପାଳ ଓ ପୃଥ୍ବୀରାଜ ହରିଚନ୍ଦନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ସମାଲୋଚନା କରିଥିବା ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ପାଲଟା ଆକ୍ରମଣ କରି ଏମିତି କହିଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।

ପୃଥ୍ବୀରାଜ କହିଛନ୍ତି ‘‘ବିଜେଡି ପ୍ରଶାସନିକ ବସ ମାନଙ୍କର ଚାଟୁକାରିତା କରି କରି ଜୀବନରେ କିଛି ଗୋଟେ ଉପଲବ୍ଧି ପାଇଗଲାପରେ ସାଂସଦ ସସ୍ମିତ ପାତ୍ରଙ୍କ ଭଳି କିଛି ନେତାଙ୍କୁ ସ୍ବର୍ଗ ଆଉ ଦୁଇ ଆଙ୍ଗୁଳି ଭଳି ଲାଗୁଛି। ସେଥିପାଇଁ ପଦମର୍ଯ୍ୟାଦା, ବୟସ ସମ୍ମାନ ସବୁ ଭୁଲି ଯାଇଛନ୍ତି । ଏହା ଅତି ଦୁର୍ଭାଗ୍ୟଜନକ । ଓଡିଶାର ଜନଜୀବନ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନିବିଡ ଓ ଅନନ୍ୟ ସଂପର୍କ ଅଛି। ସରକାରଙ୍କର ଭୁଲ ନିଷ୍ପତ୍ତି ଯୋଗୁ ଜଗନ୍ନାଥପ୍ରେମୀ ଭକ୍ତଗଣ କାର୍ତ୍ତିକ ମାସରେ ପ୍ରଭୁଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି । ଏହା ଜଗନ୍ନାଥଙ୍କ ଉପରେ ଆସ୍ଥା ରଖିଥିବା କେହି ବି କହିବା କଣ ଭୁଲ ?’’

ଅଧିକ ପଢନ୍ତୁ- ପଦମର୍ଯ୍ୟାଦା ଉଲ୍ଲଙ୍ଘନ କରନ୍ତୁ ନାହିଁ ଛତିଶଗଡ ରାଜ୍ୟପାଳ: ବିଜେଡି

ସେହିପରି ପୃଥ୍ବୀରାଜ କହିଛନ୍ତି ଅଳ୍ପ ବିଦ୍ୟା ଭୟଙ୍କର । ଯେଉଁମାନଙ୍କର ସମ୍ବିଧାନ ବିଷୟରେ ଜ୍ଞାନ ନାହିଁ ଯେଉଁମାନେ ମୂର୍ଖ ସେ ଆଇନର ବ୍ୟବସ୍ଥା ଉପରେ ଅଂଜ୍ଞ । ହାକିମଙ୍କ ନିର୍ଦେଶରେ ଗଣମାଧ୍ୟମ ଆଗରେ କହିଲେ ଭୁଲ ତ୍ରୁଟି ହୁଏ । ରାଜ୍ୟପାଳଙ୍କ କ୍ଷମତା ଉପରେ ଯଦି ଜଣା ନାହିଁ, ଆଇନ ବିଶାରଦଙ୍କ ସହିତ ଚର୍ଚ୍ଚା ଆଲୋଚନା କରି କହିଥିଲେ ଭଲ ହୋଇଥାନ୍ତା। ସେହିପରି ମୋର ରାଜନୈତିକ କ୍ୟାରିଅରକୁ ନେଇ ପୂର୍ବରୁ ପ୍ରଶ୍ନ କରି କହିଥିଲେ, ଏବେ ପୁଣି କହୁଛନ୍ତି। କିନ୍ତୁ ମୋର ରାଜନୈତିକ ସ୍ଥିତିକୁ ସେମାନେ ବନ୍ଦ କରି ପାରିବେ ନାହିଁ କି ମୋ ପାଟିକୁ ବନ୍ଦ କରି ପାରିବେ ନାହିଁ । ତାଙ୍କ ନେତାଙ୍କ ବାପା ବିଜୁ ପଟ୍ଟନାୟକ ମୋତେ ରାଜନୀତିକୁ ଆଣିଥିଲେ । ମୁଁ ରାଜନୀତି ତାଙ୍କ ଠାରୁ ଶିଖିଛି କେମିତି କରାଯାଏ। ତୋଷାମତି କରି ଉପଲବ୍ଧି ପାଇବାର ପ୍ରକ୍ରିୟା ମୋତେ ବିଜୁ ବାବୁ ଶିଖାଇ ନଥିଲେ। ମୋତେ ଉପଦେଶ ଦେବାର ବିଜେଡି ନେତାଙ୍କ ଆବଶ୍ୟକତା ନାହିଁ। ସେହିଭଳି ବିଜେଡି କହୁଛି ମୋର ଆନ୍ଧ୍ର ପ୍ରଦେଶରେ ମୋର ବ୍ୟବସାୟ ଅଛି। ଆନ୍ଧ୍ରରେ ଦୁର୍ନୀତି ଅଭିଯୋଗ ମୋ ନାମରେ ଅଛି। ମୁଁ ଆଜି ବି ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରୁଛି ଯଦି ଏକଥାର ପ୍ରମାଣ ଦେଇଦେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇଯିବି।

ଭାରତବର୍ଷରେ ଭକ୍ତଙ୍କ ଅପେକ୍ଷା କାର୍ତ୍ତିକ ମାସକୁ ଥାଏ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। ହେଲେ ଏବେ ସେହି କାର୍ତ୍ତିକରେ ଅବ୍ୟବସ୍ଥା ହେଉଛି । ଶ୍ରୀମନ୍ଦିରର ଚାରି ଦ୍ବାରରୁ ଗୋଟିଏ ଦ୍ବାର ଖୋଲା ଅଛି । ଏହାକୁ ନେଇ ପ୍ରଶାସନକୁପରାମର୍ଶ ଦେବା, ଯେ କୌଣସି ନାଗରିକ ଅବା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କ ଅଧିକାର ଅଛି ବୋଲି କହିଛନ୍ତି ପୃଥ୍ବୀରାଜ ।

ସୂଚନାଯୋଗ୍ୟଯେ ଓଡିଶା ଗସ୍ତରେ ଥିବା ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶ୍ରୀମନ୍ଦିରରେ ଭକ୍ତଙ୍କ ଦୁର୍ଦ୍ଦଶାକୁ ନେଇ କିଛି ମନ୍ତବ୍ୟ ଦେଇଥିଲେ । ଏହା ସହ ଆଦିବାସୀ ସମ୍ପର୍କିତ କିଛି ମତ ଦେଇଥିଲେ । ଯାହାକୁ ନେଇ ବିଜେଡି ସାଂସଦ ପ୍ରେସମିଟ କରି ସମାଲୋଚନା କରିବା ସହିତ ଛତିଶଗଡ ରାଜ୍ୟପାଳଙ୍କ ପୁଅ ତଥା ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନଙ୍କ ରାଜନୈତିକ କ୍ୟାରିୟରକୁ ନେଇ ମଧ୍ୟ ସମାଲୋଚନା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.