ଓଡିଶା

odisha

୧୧୮ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

By

Published : Aug 8, 2023, 9:05 AM IST

୧୧୮ ଗ୍ରାମର ବ୍ରାଉନ ସୁଗାର ଜବତ କଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

brown sugar seized
brown sugar seized

brown sugar seized

ଭଦ୍ରକ:ଗ୍ରାମାଞ୍ଚଳ ଥାନା ପୋଲିସକୁ ସଫଳତା । ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ୧୧୮ ଗ୍ରାମର ବ୍ରାଉନସୁଗାର ଜବତ କରି ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ଚରମ୍ପା ବାଘମରା ଅଞ୍ଚଳର ଚଗୁଲୁ ମଲ୍ଲିକଙ୍କ ପୁଅ ଚନ୍ଦନ ମଲ୍ଲିକ ବୋଲି ଜଣାପଡିଛି । ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବ୍ରାଉନସୁଗାର ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପାସ୍ଥିତ ରମ୍ବିଳା ଛକ ନିକଟରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା । ସେହି ସମୟରେ ବାଲେଶ୍ଵର ଆଡୁ ଦୁଇ ଜଣ ଯୁବକ ଏକ ବାଇକ ଯୋଗେ ଭଦ୍ରକ ଆସୁଥିଲେ । ପୋଲିସ ସେମାନଙ୍କୁ ସନ୍ଦେହ କରି ଅଟକାଇବାକୁ ଚେଷ୍ଟା କରିଥିଲା। ପୋଲିସ ଅଟକାଉଥିବା ଦେଖି ଦ୍ରୁତ ଗତିରେ ସେମାନେ ବାଇକ ନେଇ ଖସି ପଳାଉଥିବା ବେଳେ ଗ୍ରାମାଞ୍ଚଳ ଥାନା ପୋଲିସ ଜଣେ ଯୁବକକୁ ଗୋଡ଼ାଇ ଧରିଥିଲା । ହେଲେ ଅନ୍ୟ ଜଣେ ଖସି ପଳାଇବା ପାଇଁ ସକ୍ଷମ ହୋଇଥିଲା। ପରେ କାବୁ ହୋଇଥିବା ଯୁବକକୁ ତଦନ୍ତ କରିବାରୁ ତା ନିକଟରୁ 118 ଗ୍ରାମ ଓଜନର ବ୍ରାଉନ ସୁଗର ବାହାରି ଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ 17 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି।

ଏହା ମଧ୍ୟ ପଢନ୍ତୁ- ଭଦ୍ରକରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ୨ ଗିରଫ

ତେବେ ତାକୁ ଥାନାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତ ସମୟରେ ଦୁଇ ଜଣ ନିଶା ମାଫିଆ ଅନେକ ଦିନ ଧରି ଏହି କାରବାର କରୁଥିଲେ ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏହି କାରବାର ପାଇଁ ସେମାନେ ବିଭିନ୍ନ ସ୍ଥାନରେ ସେମାଙ୍କର ନେଟୱାର୍କ ସ୍ଥାପନ କରିଥିଲେ । ତେବେ ଉକ୍ତ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଖସି ପଳାଇ ଯାଇଥିବା ଯୁବକକୁ ପୋଲିସ ଗିରଫ କରିବା ପାଇଁ ଜାଲ ବିଛାଇ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉକି ଅନୁରୂପ ଭାବେ ଗତ କିଛି ଦିନ ତଳେ ଆରଡି ଛକ ଏବଂ ରାହାଞ୍ଜ ଅଞ୍ଚଳରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ 150 ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିଲା । ତଥାପି ଭଦ୍ରକରେ ବ୍ରାଉନସୁଗାର କାରବାର ଥମିବାର ନାଁ ଧରୁନି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details