ଓଡିଶା

odisha

୧୫ରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା; ବସିବ କଂସ ମହାରାଜାଙ୍କ ଦରବାର, ନିର୍ଦ୍ଦେଶ ମାନିବେ ପ୍ରଜାଗଣ

By ETV Bharat Odisha Team

Published : Jan 12, 2024, 9:28 AM IST

Bargarh Dhanuyatra 2024: ଆସନ୍ତା ଜାନୁଆରୀ ୧୫ରେ ଆୟୋଜିତ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି । ତେବେ ଏହି ଯାତ୍ରା ପାଇଁ ସହର ଚଳଚଞ୍ଚଳ ହୋଇଥିବା ବେଳେ ଏହାକୁ ନେଇ ବେଶ ଉତ୍ସାହିତ ରହିଛନ୍ତି ବରଗଡବାସୀଙ୍କ ସମେତ ରାଜ୍ୟବାସୀ ।

୧୫ରେ ଆରମ୍ଭ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା, ଜୋରଦାରରେ ଚାଲିଛି ପ୍ରସ୍ତୁତି
୧୫ରେ ଆରମ୍ଭ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା, ଜୋରଦାରରେ ଚାଲିଛି ପ୍ରସ୍ତୁତି

୧୫ରେ ଆରମ୍ଭ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା, ଜୋରଦାରରେ ଚାଲିଛି ପ୍ରସ୍ତୁତି

ବରଗଡ଼:ଆସନ୍ତା ଜାନୁଆରୀ ୧୫ ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଶ୍ବର ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଦିନ ଯେତେ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଭକ୍ତିର ଭାବ ପ୍ରତିଫଳିତ ହେଉଛି । ୭୬ ବର୍ଷରେ ପଦାର୍ପଣ କରୁଥିବା ବରଗଡ଼ର ଏହି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଏବେ ଠାରୁ ବେଶ ଚଳଚଂଚଳ ହୋଇପଡିଛି ମଥୁରା ସାଜିଥିବା ବରଗଡ଼ ସହର ଓ ଗୋପପୁର ସାଜିଥିବା ଅମ୍ବାପାଲି । ସେପଟେ ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ବେଶ ଆକର୍ଷଣୀୟ କରିବାକୁ ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି କାର୍ଯ୍ୟ । ପ୍ରସିଦ୍ଧ ଧନୁଯାତ୍ରାର ମଜା ନେବାକୁ ବେଶ ଉତ୍ସାହର ସହ ଅପେକ୍ଷାରେ କରିଛନ୍ତି ବରଗଡ଼ବାସୀ ।


ଏଥର ନୂତନ ଆକର୍ଷଣ ନେଇ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆୟୋଜିତ ହେବାକୁ ଯାଉଛି । ଯାହା ପାଇଁ ଏବେଠୁ ଉଭୟ ମଥୁରା ଓ ଗୋପପୁର ସଜେଇ ହେଲାଣି । ଧନୁଯାତ୍ରାରେ ୧୧ ଦିନ ପାଇଁ ଗୋପପୁର ସାଜୁଥିବା ଅମ୍ବାପାଲିରେ ଘର ଗୁଡିକର କାନ୍ଥ ଗୁଡିକରେ ଦ୍ବାପର ଯୁଗର କୃଷ୍ଣ, ବଳରାମ ତଥା ଗୋପୀ ଗୋପାଳ, ନନ୍ଦ, ଯଶୋଦା ତଥା କଦମ୍ବବନ ସହ କୃଷ୍ଣ ତାଙ୍କ ସାଥିଙ୍କ ସହ ବାଲ୍ୟଲୀଳା ଆଦିର ଭଳିକି ଭଳି ସୁନ୍ଦର ଚିତ୍ର ସବୁ ଅଙ୍କା ଯାଉଛି । ତେବେ ପ୍ରାୟ ୪୦ ରୁ ୫୦ ଚିତ୍ର କାରିଗର ବର୍ତ୍ତମାନ ଗୋପପୁର ଠାରେ ବେଶ ଉତ୍ସାହ ତଥା ଭକ୍ତି ଭାବର ସହ କାନ୍ଥ ପଟରେ ନିଜ ତୁଳି ମୁନରେ କାଟୁଛନ୍ତି ପୌରାଣିକ ଚିତ୍ର । ତେବେ ୧୫ ତାରିଖରେ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ରହିଥିବାବେଳେ ସମସ୍ତ ସାଜସଜ୍ଜା କାର୍ଯ୍ୟ ଆସନ୍ତା ୧୩ ତାରିଖରେ ଶେଷ କରାଯିବାର ଯୋଜନା ରହିଛି ।

ସେପଟେ ଗତ ୨୨ ତାରିଖରେ ମଥୁରା ନଗରୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ ଗୋପପୁରରେ ମଧ୍ୟ ଶୁଭ ସ୍ତମ୍ଭ ସ୍ଥାପିତ କରାଯାଇଛି । ଏହା ପରେ ଉଭୟ ସ୍ଥାନରେ ଅଭ୍ୟାସ ଆଖଡା ଶାଳରେ କଳାକାର ମାନଙ୍କର ଅଭ୍ୟାସ ଜାରି ରହିଛି । ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହୋଇଥିବା ବେଳେ ଗତ ବର୍ଷ ବିଶ୍ବ ଦରବାରରେ କଂସ ଅଭିନୟ କରିଥିବା ହୃଷୀକେଶ ଭୋଇଙ୍କ ସହ ସମସ୍ତ ମନ୍ତ୍ରୀ, ମହାମନ୍ତ୍ରୀ, ପରିଷଦ ବର୍ଗଙ୍କୁ ନେଇ ଆରମ୍ଭ ହୋଇଛି ଆଖଡା ଅଭ୍ୟାସ। ନାଟ୍ୟ ଗୁରୁ ଶ୍ରୀ ଅଶୋକ ବେହେରାଙ୍କ ନିର୍ଦ୍ଦେଶନା କ୍ରମେ ସମସ୍ତ କଳାକାର ନିଜ ନିଜର ଅଭିନୟ ଅଭ୍ୟାସ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପ୍ରସ୍ତୁତି, ଗୋପପୁରରେ ଚାଲିଛି ଅଭ୍ୟାସ ଆଖଡ଼ା

ଅନ୍ୟପଟେ ବରଗଡ ହାଟପଦା ଠାରେ ୮୦ ଫୁଟ ଚଉଡା ଓ ୯୦ ଫୁଟ ଉଚ୍ଚତା ବିଶିଷ୍ଟ କଂସ ମହାରାଜଙ୍କ ରାଜଦରବାର ନିର୍ମାଣ କାର୍ଯ୍ୟ ପାଇଁ ବଙ୍ଗାଳରୁ ଆସିଥିବା ୨୫ ଜଣ କାରିଗର ଦିନରାତି ଲାଗିପଡିଛନ୍ତି । ପ୍ରଶାସନିକ ସ୍ତରରେ ମଧ୍ୟ ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ଦିଗରେ ବେଶ ତତ୍ପରତା ପ୍ରକାଶ ପାଇଛି । ତେବେ ଏହି ଧନୁଯାତ୍ରାକୁ ଆହୁରି ଆକୃଷ୍ଟ କରିବା ତଥା ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ଯୋଜନା କରାଯାଇଛି । ସ୍ଥାନୀୟ ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଲୁଚି ଯାଉଥିବା କଳା ଗୁଡିକୁ ସ୍ଥାନ ଦେବା ସହ ରାଜ୍ୟ ତଥା ରାଜ୍ୟ ବାହାରୁ ସଙ୍ଗୀତ ଏବଂ ନୃତ୍ୟ ଦଳ ମଧ୍ୟ ଏଥିରେ ସାମିଲ ହେବେ । ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଲାଇଟ ଓ ସାଉଣ୍ଡ ସିଷ୍ଟମ ରଖାଯିବା ସହ ମୀନାବଜାରର ମଧ୍ୟ ଲୋକେ ମଜା ଉଠାଇବେ ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details