ଓଡିଶା

odisha

ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଲେ ମହାରାଜ କଂସ

By

Published : Dec 27, 2022, 6:35 PM IST

ଧନୁଯାତ୍ରା ପୂର୍ବରୁ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଲେ ମହାରାଜ କଂସ ଓ ଅନ୍ୟ କଳାକାର

ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏହା ପୂର୍ବରୁ କଂସ ମହାରାଜଙ୍କ ସମେତ ଅନ୍ୟ କଳାକାରମାନେ ତଲିପଡାସ୍ଥିତ ମା' ସମଲେଶ୍ଵରୀ ଦେବୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ଦେବୀଙ୍କ ଠାରୁ ଆଜ୍ଞାମାଳ ଆଣିଛନ୍ତି । ଅଧିକ ପଢ଼ନ୍ତୁ

ଧନୁଯାତ୍ରା ପୂର୍ବରୁ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଲେ ମହାରାଜ କଂସ ଓ ଅନ୍ୟ କଳାକାର

ବରଗଡ଼:ଚଳିତ ବର୍ଷ ହୀରକ ଜୟନ୍ତୀ ପାଳନ କରୁଥିବା ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜି ଠାରୁ ଆରମ୍ଭ ହେଉଛି । ୧୧ ଦିନ ପର୍ଯ୍ୟନ୍ତ ଚାଲିବ କଂସ ମହାରାଜଙ୍କ ରାଜୁତି । ଏହା ପୂର୍ବରୁ ମା' ସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରି ମଙ୍ଗଳବାର ଆଶୀର୍ବାଦ ଲାଭ କରିଛନ୍ତି କଂସ ମହାରାଜ ଏବଂ ଅନ୍ୟ କଳାକାରମାନେ । ଆଜି ସନ୍ଧ୍ୟାରେ ଆରମ୍ଭ ହେବାକୁ ଯାଉଛି ୭୫ ତମ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ।

ଆଜିଠାରୁ ବରଗଡ ସହର ପାଲଟିଯିବ ମଥୁରା ନଗରି ଏବଂ ଅମ୍ବାପାଲି ପାଲଟିବ ଗୋପପୁର । ସେହିପରି ବରଗଡ ସହର ଓ ଅମ୍ବାପାଲି ମଝିରେ ରହିଥିବା ଜୀରାନଦୀ ପାଲଟିଯିବ ଯମୁନା ନଦୀରେ । କଳିଯୁଗରେ ମଧ୍ୟ ଏହି ସମୟରେ ବରଗଡବାସୀ ନିଜକୁ ଦ୍ଵାପର ଯୁଗର ମଣିଷ ମନେକରନ୍ତି ଏବଂ ସମସ୍ତେ ପାଲଟିଜନ୍ତି ଜଣେ ଜଣେ କଳାକାର । ତେବେ ଆଜି ଠାରୁ ଦୀର୍ଘ ୧୧ ଦିନ ଧରି ବରଗଡ଼ରେ ଚାଲିବ ମହାରାଜ କଂସଙ୍କ ରାଜୁତି । ଏବଂ ଅମ୍ବାପାଲି ଠାରେ ଭଗବାନ କୃଷ୍ଣଙ୍କର ଲାଗିବ ବାଲ୍ୟଲୀଳା । ଗୋଟିଏ ପଟେ ଭଗବାନ କୃଷ୍ଣଙ୍କ ସହିତ ଆଧ୍ୟାତ୍ମିକ ବାତାବରଣରେ ୧୧ ଦିନ ଧରି ଅମ୍ବାପାଲିବାସିନ୍ଦା ଧନୁଯାତ୍ରାର ମଜା ନେଉଥିବାବେଳେ ଅନ୍ୟପଟେ ବରଗଡ ସହରବାସୀ ଅତ୍ୟାଚାରୀ କଂସାସୁରର ଅଧୀନରେ ଶାସିତ ହୋଇଥାନ୍ତି ।

ଆଜି ସନ୍ଧ୍ୟାରେ ଏହି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଏବେ ଧନୁଯାତ୍ରାର ସମସ୍ତ କଳାକାର ତଲିପଡାସ୍ଥିତ ମା' ସମଲେଶ୍ଵରୀ ଦେବୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ଦେବୀଙ୍କ ଠାରୁ ଆଜ୍ଞାମାଳ ଆଣିଥିଲେ । ଦୀର୍ଘ ଦୁଇ ବର୍ଷ ଧରି କୋରୋନା ମହାମାରୀ ପାଇଁ ବରଗଡର ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ବନ୍ଦ ରହିଥିବାବେଳେ ଚଳିତ ବର୍ଷ କିନ୍ତୁ ଏହି ଧନୁଯାତ୍ରାକୁ ଲୋକେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । କଳାକାରମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ବିଶ୍ଵ ଦରବାରରେ ନିଜର କଳା ପ୍ରଦର୍ଶନ କରିବାପାଇଁ ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details