ଓଡିଶା

odisha

ବରଗଡ଼ର ଅଗରବତୀ ଫ୍ୟାକ୍ଟ୍ରିରେ GST ରେଡ୍, ଟିକସ ଫାଙ୍କିଥିବା ଅଭିଯୋଗ

By ETV Bharat Odisha Team

Published : Dec 13, 2023, 9:17 AM IST

GST Raid on Agarbati factory in Bargarh: ବରଗଡରେ ଅଗରବତୀ କମ୍ପାନୀ ଉପରେ ଜିଏସଟି ବିଭାଗର ରେଡ୍‌ । ଆୟକର ଫାଙ୍କିବା ଅଭିଯୋଗରେ ଏହି ଜିଏସିଟି ଓ ସିଟି ପକ୍ଷରୁ ଏହି ରେଡ କରାଯାଉଛି

GST Raid on Agarbati factory in Bargarh
ବରଗଡ଼ର ଅଗରବତୀ ଫ୍ୟାକ୍ଟ୍ରିରେ GST ରେଡ୍

ବରଗଡ଼ର ଅଗରବତୀ ଫ୍ୟାକ୍ଟ୍ରିରେ GST ରେଡ୍

ବରଗଡ: ଜିଲ୍ଲାର ଉଦ୍ୟୋଗ କମ୍ପାନୀରେ ଜିଏସଟି ବିଭାଗର ରେଡ୍ । ଆୟକର ଫାଙ୍କିଥିବା ଅଭିଯୋଗରେ ମଙ୍ଗଳବାର ଦିନ CT ଓ GST ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ବେଆଇନ ଟଙ୍କା ଠୁଳ ନେଇ CT ଓ GST ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବାବେଳେ ବରଗଡ ବ୍ଲକ ଅନ୍ତର୍ଗତ ବରାହଗୋଡା ଠାରେ ରାଜରାସ୍ତାରେ ଥିବା ବୋଟ ବ୍ରାଣ୍ଡ ଅଗରବତୀ ଫ୍ୟାକ୍ଟ୍ରିରେ ମଧ୍ୟ ବିଭାଗ ରେଡ୍‌ କରିଛି । ଆଜି କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେଲେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ।
ଏହି ଅଗରବତୀ ଫ୍ୟାକ୍ଟ୍ରିରେ କିଛି ବର୍ଷ ତଳେ ମଧ୍ୟ ରେଡ କରାଯାଇଥିବା ସୂଚନା ରହିଛି । ତେବେ ଟିକସ ଫାଙ୍କିଥିବା ନେଇ CT ଓ GST ବିଭାଗରେ ଅଭିଯୋଗ ହେବାପରେ ଏହିି ଚଢ଼ାଉ କରାଯାଇଥିବା ଜଣାପଡିଛି । ଏହି ଅଗରବତୀ ଫ୍ୟାକ୍ଟ୍ରିରେ ପ୍ଲାଷ୍ଟିକ ଚେୟାର, ତେଲ ବୋତଲ, ଘିଅ ବୋତଲ ଇତ୍ୟାଦି ପ୍ଲାଷ୍ଟିକ ସାମଗ୍ରୀ ତିଆରି କରାଯାଉଥିବାବେଳେ ଏନେଇ କମ୍ପାନୀର ରେଜିଷ୍ଟେସନ, ଟିନ ନମ୍ବର ଓ GST ନମ୍ବର ରହିଛି ନାଁ ନାହିଁ ତାହାର ତଦନ୍ତ କରିବା ସହିତ ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯାଉଥିବା ଜଣାପଡିଛି ।ଏନେଇ ଫ୍ୟାକ୍ଟ୍ରି ମାଲିକ ଏମଡି ଜଳାନିଙ୍କୁ ମଧ୍ୟ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିବା ସହ କାଗଜ ପତ୍ର ଯାଞ୍ଚ କରିଛି GST ବିଭାଗ ।

ଏହାମଧ୍ୟ ପଢନ୍ତୁ.. କ୍ଲିନ ଆଣ୍ଡ ସାଇନ ପ୍ରଡକ୍ଟ କମ୍ପାନୀରେ ରେଡ୍: ନକଲି ସାମଗ୍ରୀ ପ୍ରସ୍ତୁତ ଅଭିଯୋଗ, 2 ଗିରଫ

ତେବେ ବରଗଡ ଜିଲ୍ଲା ବ୍ୟବସାୟର ପେଣ୍ଠସ୍ଥଳୀ ହୋଇଥିବା ବେଳେ ଏଠାରେ ଅନେକ ବ୍ୟବସାୟୀ ବ୍ୟବସାୟ କରୁଥିଲେ ମଧ୍ୟ ଜିଏସଟି ଫାଙ୍କିବା ସହ ଟଙ୍କା କାରବାରରେ ବ୍ୟାପକ ହେରଫେର କରୁଥିବା ଅନେକ ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଏନେଇ ସିଟି ଓ ଜିଏସଟି ବିଭାଗ ତତ୍ପର ହୋଇଉଠିଛି ଏବଂ ଗୋଟେ ପରେ ଗୋଟେ ଶିଳ୍ପ ଅନୁଷ୍ଠାନ ଗୁଡିକୁ ଚଢାଉ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛି ।

ତେବେ ଏହି ଫ୍ୟାକ୍ଟ୍ରିରେ କେତେ ପରିମାଣର ସାମଗ୍ରୀ ତିଆରି ହୋଇଛି ଓ ତାହାର ସଠିକ ତଥ୍ୟ ଅଛି କି ନାହିଁ, ଜିଏସଟି ସଠିକ ଭାବେ ଦିଆଯାଇଛି କି ନାହିଁ ସେନେଇ ଚଢାଉ ଜାରି ରହିଥିବା ବେଳେ ଆଜି ସମ୍ପୂର୍ଣ୍ଣ ତଥ୍ୟା ସାମ୍ନାକୁ ଆସିପାରେ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଜି(ବୁଧବାର) ସମସ୍ତ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବ ଏବଂ କୌଣସି ପ୍ରକାରର ଟିକସ ହେରଫେର କରାଯାଇଥିଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details