ଓଡିଶା

odisha

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ, ବିଭିନ୍ନ ପ୍ରକଳ୍ପର କରିବେ ଶୁଭାରମ୍ଭ

By

Published : Feb 19, 2023, 9:01 AM IST

Updated : Feb 19, 2023, 11:03 AM IST

ଆଜି ବରଗଡ ଜିଲ୍ଲାକୁ ଗସ୍ତ କରିବେ ନବୀନ ପଟ୍ଟନାୟକ । ଏ ନେଇ କଡାକଡି ସୁରକ୍ଷା ବ୍ୟବସ୍ଥା ହୋଇଛି । ଅଧିକ ପଢନ୍ତୁ

naveen patnaik bargarh visit
ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ

ବରଗଡ:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ରବିବାର) ବରଗଡ ଜିଲ୍ଲା ଗସ୍ତ କରିବେ । ପଦ୍ମପୁର ଉପନିର୍ବାଚନ ପରେ ଏହା ମୁଖ୍ୟମନ୍ତ୍ରୀ ପ୍ରଥମ ବରଗଡ ଗସ୍ତ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତକୁ ନେଇ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । 25 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ 5 ଜଣ ଅତିରିକ୍ତ ଏସପି, 16 ଜଣ ଡ଼ିଏସପି, 32 ଜଣ ଇନେସ୍ପେକ୍ଟର, 100 ଏସଆଇ ଏବଂ ଏଏସଆଇଙ୍କୁ ନିୟୋଜିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଆଜି ବରଗଡ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିବେ ।

ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁରରେ ଉପନିର୍ବାଚନ ହୋଇଥିଲା । ଏହି ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ । ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଆଜି ମୁଖ୍ୟମନ୍ତ୍ରୀ ପଦ୍ମପୁର ଉପଖଣ୍ଡର ଝାରବନ୍ଧ, ପାଇକମାଳ ଏବଂ ଗାଇସିଲେଟ ବ୍ଲକରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ । ଏହାସହିତ ବିଭିନ୍ନ ପ୍ରକଳ୍ପଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଝାରବନ୍ଦ, ପାଇକମାଳ ଓ ପଦ୍ମପୁରରେ 3ଟି ସମାବେଶ ଆୟୋଜିତ ହେବ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ସହାୟତା ରାଶି ବଣ୍ଟନ କରାଯିବ । ଏହାସହିତ କିଛି ବଡ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ପୂର୍ବାହ୍ନ 11ଟାରେ ପଦ୍ମପୁର ସତୀଭଟ୍ଟା ଏୟାରଷ୍ଟ୍ରିପରେ ଅବତରଣ ପରେ ଝାରବନ୍ଧ ବ୍ଲକ ଗସ୍ତ କରିବେ ନବୀନ ପଟ୍ଟନାୟକ । ପରେ ଅପରାହ୍ନ 12ଟା 30 ମିନିଟରେ ପାଇକମାଳ ଓ ଅପରାହ୍ନ 3ଟା 55ରେ ପଦ୍ମପୁରରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ହେଲିକେପ୍ଟର ଯୋଗେ ପାଇକମାଲ ପହଁଛିବା ପରେ 12ଟା 35 ମିନିଟରେ ସଭାସ୍ଥଳୀ ପହଞ୍ଚିବେ ଏବଂ ସେଠାରେ 1ଟା 02 ମିନିଟରେ ଏକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ । ମୁଖ୍ୟମନ୍ତ୍ରୀଙ୍କ ବରଗଡବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ରାଶି ବଣ୍ଟନ କରିବେ । କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ୪.୩୦ ପଦ୍ମପୁରରୁ ଭୁବନେଶ୍ବ ଅଭିମୁଖେ ବାହାରିବେ । ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ତିନୋଟି କାର୍ଯ୍ୟକ୍ରମ ସ୍ଥଳକୁ ନିଜେ ଯାଇ ପ୍ରଶାସନିକ ବ୍ୟବସ୍ଥା ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏହା ବି ପଢନ୍ତୁ...ଆଇନ ଶୃଙ୍ଖଳା ସ୍ଥିତି ନେଇ ରାଜରାସ୍ତାରେ ବିଜେପି ଯୁବମୋର୍ଚ୍ଚା, ଶିଶୁଭବନ ଛକରେ ଆନ୍ଦୋଳନ

ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମଗୁଡିକରେ ଭଟଲି ବିଧାୟକ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଦେବୀପ୍ରସାଦ ମିଶ୍ର, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ମନ୍ତ୍ରୀ ପ୍ରତାପ ଦେବ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଜଗନ୍ନାଥ ସରକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ନେଇ ସୂଚନା ମିଳିଛି l

ତେବେ ଆଗାମୀ 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପଦ୍ମପୁରବାସୀଙ୍କୁ ନିଶ୍ଚିତ ରୂପେ ଅନେକ ଭେଟି ମିଳିବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ପଦ୍ମପୁରକୁ ମୁଖ୍ୟମନ୍ତ୍ରୀ ଆଜି ଜିଲ୍ଲା ଘୋଷଣା କରିବେ ବୋଲି ଲୋକଙ୍କ ମଧ୍ୟରେ ଆଶା ରହିଛି ।

ଇଟିଭି ଭାରତ, ବରଗଡ

Last Updated :Feb 19, 2023, 11:03 AM IST

ABOUT THE AUTHOR

...view details