ETV Bharat / state

ଆଇନ ଶୃଙ୍ଖଳା ସ୍ଥିତି ନେଇ ରାଜରାସ୍ତାରେ ବିଜେପି ଯୁବମୋର୍ଚ୍ଚା, ଶିଶୁଭବନ ଛକରେ ଆନ୍ଦୋଳନ

author img

By

Published : Feb 19, 2023, 8:32 AM IST

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ଶନିବାର ଭୁବନେଶ୍ବର ଶିଶୁଭବନ ଛକରେ ଆନ୍ଦୋଳନ କରିଛି ବିଜେପି ଯୁବମୋର୍ଚ୍ଚା । ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ କରିପାରୁନଥିବାରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଦଳ । ଅଧିକ ପଢ଼ନ୍ତୁ

ଶିଶୁଭବନ ଛକରେ ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନ
ଶିଶୁଭବନ ଛକରେ ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନ

ଶିଶୁଭବନ ଛକରେ ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନ

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ପରଠାରୁ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ଆନ୍ଦୋଳନ ଜାରି ରଖିଛି ବିଜେପି । ନିକଟରେ ବିଜେପିର ବରିଷ୍ଠ ନେତାମାନେ ୩ ଦିନିଆ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହାପରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଭୁବନେଶ୍ବର ଶିଶୁଭବନ ଛକ ନିକଟରେ ଆନ୍ଦୋଳନ କରାଯାଇଥିଲା । ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ କରିପାରୁନଥିବାରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଦଳ ।

ଏହି ପ୍ରତିବାଦ ସମୟରେ ଭୁବନେଶ୍ବର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ଵୟଂ ସେବକ ରାୟ କହିଛନ୍ତି, "ଗୃହ ବିଭାଗ ଦାୟିତ୍ଵରେ ଥିବା ମୁଖମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି । ଶାସକ ଦଳର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ବିପ୍ରହରରେ ହତ୍ୟା କରାଯାଉଛି । ହତ୍ୟାର ୨୧ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିଲା ନାହିଁ । ତଦନ୍ତ ଆଳରେ ପ୍ରହେଳିକା ସୃଷ୍ଟି କରାଯାଉଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଚିନ୍ତାଜନକ । ନବ ଦାସଙ୍କ ହତ୍ୟାକାରୀଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ ହେଉଛି । ସବୁଠାରୁ ବଡ଼କଥା ହେଲା ବିରୋଧି ଦଳର ନେତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରାଯାଉଛି । ଏହା ବନ୍ଦ କରାଯାଉ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।"

ଭୁବନେଶ୍ୱର ଶିଶୁ ଭବନ ଛକରେ ପ୍ରତିବାଦ କରିଛି ରାଜ୍ୟ ବିଜେପି ଯୁବମୋର୍ଚ୍ଚା । ଏହି ବିରୋଧ ସମୟରେ କିଛି ସମୟ ପାଇଁ ପୋଲିସ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଉପୁଜିଥିଲା । ପ୍ରତିବାଦକାରୀଙ୍କୁ ପୋଲିସ ଉଠାଇ ନେଇଥିଲା । ଏନେଇ ଆନ୍ଦୋଳନରତ ବିଜେପି ଯୁବମୋର୍ଚ୍ଚା ସଦସ୍ୟ କହିଛନ୍ତି, "ନବ ଦାସ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ବିଜେଡି ପ୍ରୟାସ କରୁଛି । ବିରୋଧି ଦଳର ନେତାଙ୍କୁ ମୋହରା କରାଯାଉଛି । ମିଛରେ ପ୍ରହସନ କରୁଛି ବିଜେଡି । କିଛି କିନ୍ନରମାନଙ୍କୁ ଆଣି ବିରୋଧି ଦଳ ନେତାଙ୍କ ଘର ଆଗରେ ଆନ୍ଦୋଳନ କରୁଛନ୍ତି । ଏ ସବୁ ପ୍ରାୟୋଜିତ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.