ଓଡିଶା

odisha

ଚିଟଫଣ୍ଡ ଟଙ୍କା ଫେରସ୍ତ ଦାବି, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଜମାକାରୀ

By ETV Bharat Odisha Team

Published : Nov 11, 2023, 10:49 AM IST

ବରଗଡରେ ଗର୍ଜିଲେ ଚିଟଫଣ୍ଡ ଜମାକାରୀ । ଚିଟଫଣ୍ଡ ପଇସା ଫେରସ୍ତ ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ଆନ୍ଦୋଳନ । ଅଧିକ ପଢନ୍ତୁ

ଚିଟଫଣ୍ଡ ପଇସା ଫେରସ୍ତ ଦାବି
ଚିଟଫଣ୍ଡ ପଇସା ଫେରସ୍ତ ଦାବି

ଚିଟଫଣ୍ଡ ପଇସା ଫେରସ୍ତ ଦାବି

ବରଗଡ:ବରଗଡରେ ରାଜରାସ୍ତାକୁ ଓହ୍ଲାଇଲେ ଚିଟଫଣ୍ଡ ଜମାକାରୀ । ଚିଟଫଣ୍ଡ ଟଙ୍କା ଫେରସ୍ତ ଦାବିରେ ଶୁକ୍ରବାର ଶତାଧିକ ଜମାକାରୀ ବରଗଡ ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ଜୋରଦାର ଆନ୍ଦୋଳନ କରିଛନ୍ତି । ଏଥିସହ ନିଜର ଜମା ଅର୍ଥ ଫେରିପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲାରେ ମାଇକ୍ରୋ ଫାଇନାନ୍ସ, ଗୋଲ୍ଡେନ ଲ୍ୟାଣ୍ଡ, ଫ୍ଲୋରିସ୍ ଇଣ୍ଡିଆ, କେଏମଜି ଲ୍ୟାଣ୍ଡ ଡେଭଲପର୍ସ, ସାହାରା, ସିସୋର, ରୋଜ ଭ୍ୟାଲି ଏବଂ ଅର୍ଥତତ୍ତ୍ବ ଭଳି ଶତାଧିକ ଅର୍ଥ ଲଗାଣକାରୀ କମ୍ପାନୀରେ ଅର୍ଥ ବିନିଯୋଗ କରିଥିଲେ ଜମାକାରୀ । ବରଗଡ଼ ଜିଲ୍ଲା କୃଷି ବହୁଳ ଅଞ୍ଚଳ ହୋଇଥିବା ବେଳେ ଅଧିକାଂଶ ଚାଷୀ ନିଜର କଷ୍ଟ ଉପାର୍ଜିତ ଅର୍ଥ ବୃଦ୍ଧି ଆଶାରେ କମ୍ପାନୀମାନଙ୍କରେ ଜମା ଦେଇଥିଲେ l ହେଲେ ଚିଟଫଣ୍ଡ କମ୍ପାନୀଗୁଡିକ ନିରୀହ ଲୋକମାନଙ୍କୁ କୋଟି କୋଟି ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ l ରାଜ୍ୟ ସରକାର ସମସ୍ତ ଚିଟଫଣ୍ଡ କମ୍ପାନୀମାନଙ୍କର ସମ୍ପତ୍ତି ଜବତ କରିଥିଲେ ମଧ୍ୟ ଜମାକାରୀଙ୍କୁ ତାଙ୍କ ଜମା ଅର୍ଥ ଫେରସ୍ତ ମିଳିପାରି ନାହିଁ l ଯାହାକୁ ନେଇ ଶୁକ୍ରବାର କ୍ଷତିଗ୍ରସ୍ତ ଜମାକାରୀଙ୍କ ମିଳିତ ମଞ୍ଚ ପକ୍ଷରୁ ବିରାଟ ରାଲି ସହିତ ଜିଲ୍ଲାପାଳ ଅଫିସକୁ ଘେରାଉ କରାଯାଇଥିଲା l

ଏହା ମଧ୍ୟ ପଢନ୍ତୁ- ଚିଟଫଣ୍ଡ ଜମାକାରୀଙ୍କ ଆନ୍ଦୋଳନ, ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ଦାବି

ଏହି ଆନ୍ଦୋଳନରେ ମଞ୍ଚର ରାଜ୍ୟ ସଭାପତି ଜୟନ୍ତ ଦାସ, ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ବାଳ, ଉପସଭାପତି ବିଭୁଦତ୍ତ ମିଶ୍ର ସ୍ଥାନୀୟ ପ୍ରତିନିଧି ରମେଶ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଜମାକାରୀ ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଜମାକାରୀ ମିଳିତ ମଞ୍ଚ ୨୦୧୨ରୁ ବିଭିନ୍ନ ତହସିଲ, ଜିଲ୍ଲା ସଦର ମହକୁମା ଏବଂ ରାଜ୍ୟ ରାଜଧାନୀରେ ଆନ୍ଦୋଳନ କରିଆସୁଛି । ମାତ୍ର ସରକାର ଟଙ୍କା ଫେରସ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ଆଜି ଯାଏଁ ତାହା ପୂରଣ କରିନାହାନ୍ତି । ସେହିପରି ସରକାର ବସାଇଥିବା କମିଶନ ନିକଟରେ ପ୍ରାୟ ୫୦ ଲକ୍ଷରୁ ଅଧିକ ସତ୍ୟପାଠ ଦାଖଲ କରିଥିଲେ । କିନ୍ତୁ ସରକାର ସେହି କମିଶନକୁ ବନ୍ଦ କରିବା ସହ ସତ୍ୟପାଠ ଗୁଡ଼ିକର ଯାଞ୍ଚ ନକରି ୩ ବର୍ଷ ହେବ ପଡ଼ିରହିଛି । ଯାହାର ପ୍ରତିବାଦରେ ଗତକାଲି ଏହି ଆନ୍ଦୋଳନ କରାଯାଇଥିଲା l

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details