ଓଡିଶା

odisha

ବରଗଡ଼ରୁ 36 କେଜି ଗଞ୍ଜେଇ ଜବତ, 3 ଗିରଫ

By

Published : Jun 4, 2019, 11:12 PM IST

36 କେଜି ଗଞ୍ଜେଇ ସହିତ ସଂପୃକ୍ତ 3 ଜଣଙ୍କୁ ପୋଲିସ ଗିରଫ କରିଛି ପଦ୍ମପୁର ପୋଲିସ । ଏକ ମାରୁତି ଇକୋ ଭ୍ୟାନରୁ ଦୁଇଟି ବ୍ୟାଗ ଭର୍ତ୍ତି ଗଞ୍ଜେଇ, ଏକ ବାଇକରୁ ଗୋଟିଏ ବ୍ୟାଗ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଆଉ ଏକ ବଜାଜ ସିଟି 100 ବାଇକ ଜବତ କରିଛି ପୋଲିସ |

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ବରଗଡ: ପଦ୍ମପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା । 36 କେଜି ଗଞ୍ଜେଇ ସହିତ ସଂପୃକ୍ତ 3 ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ଜମଳା ଗ୍ରାମରେ ପୋଲିସ ପକ୍ଷରୁ ଚାଲିଥିବା ତଦନ୍ତ ଅଭିଯାନ ସମୟରେ ଧରାପଡିଲା ଗଞ୍ଜେଇ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ଏକ ମାରୁତି ଇକୋ ଭ୍ୟାନରୁ ଦୁଇଟି ବ୍ୟାଗ ଭର୍ତ୍ତି ଗଞ୍ଜେଇ, ଏକ ବାଇକରୁ ଗୋଟିଏ ବ୍ୟାଗ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଆଉ ଏକ ବଜାଜ ସିଟି 100 ବାଇକ ଜବତ କରିଛି ପୋଲିସ | ଉକ୍ତ 3 ଅଭିଯୁକ୍ତ ବରଗଡ, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାର ହୋଇଥିବା ବେଳେ ସେମାନେ ଦୀର୍ଘ ଦିନରୁ ଏପରି ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ କରିଆସୁଥିବା ସ୍ଵୀକାର କରିଛନ୍ତି | ବୌଦ୍ଧ ଜିଲ୍ଲାରୁ ବରଗଡ ଜିଲ୍ଲାର ବୁଡେନ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ପୋଲିସ ହାତରେ ଅପରାଧୀମାନେ ଧରାପଡିଥିଲେ |

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅନ୍ତର୍ଗତ ନାରାୟଣ ପ୍ରସାଦ ଗ୍ରାମର ସୁରେଶ ସେଠି, ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଟୁକୁରା ପାଳି ଗ୍ରାମର ପ୍ରେମଲାଲ ସାହୁ ଏବଂ ବରଗଡ ଜିଲ୍ଲାର ବୁଡେନ ଥାନା ଅନ୍ତର୍ଗତ ବାନ୍ଦୁପାଳି ଗ୍ରାମର ନିଧୀଶ୍ଵର ମେହେରଙ୍କୁ ପଦ୍ମପୁର ପୋଲିସ ଏସଆଇ ଏସ.ଆର ପାତ୍ର ଗିରଫ କରିଛନ୍ତି । ପରେ ସେମାନଙ୍କୁ କୋର୍ଟ ଚାଲାଣ ପାଇଁ ପଠାଇ ଦିଆଯାଇଛି |

ତେବେ ପଦ୍ମପୁର ଅଞ୍ଚଳରେ ବହୁ ଦିନରୁ ଗଞ୍ଜେଇ ବେପାର ଚାଲୁଥିବା ବେଳେ ବହୁ କଷ୍ଟରେ ପଦ୍ମପୁର ପୋଲିସର ଏକ ଟିମ ଏହି ରାକେଟକୁ ଧରିବାରେ ସଫଳ ହୋଇଛି | ପୋଲିସ ଏସଆଇ ପି ଓଝା, ଏସଆଇ ପି. ଡୁଙ୍ଗଡୁଙ୍ଗ, ଏଏସଆଇ ପାଇକରାୟଙ୍କ ସହ ଦୁଇଜଣ କନେଷ୍ଟବଳ ଓ ଜଣେ ହୋମଗାର୍ଡଙ୍କ ମିଳିତ ଟିମ ଏହି ଗେଞ୍ଜେଇ ରାକେଟକୁ କାବୁ କରିଥିଲେ |

ବରଗଡ଼ରୁ ରାଜେଶ କୁମାର ସରାପ, ଇଟିଭି ଭାରତ

Intro:Body:Conclusion:

ABOUT THE AUTHOR

...view details