ଓଡିଶା

odisha

DRDO Data Leak: ତଦନ୍ତରେ IAF ଓ ଆନ୍ଧ୍ରପ୍ରଦେଶ ଇଣ୍ଟେଲିଜେନ୍ସ ଟିମ୍‌ର ଏଣ୍ଟ୍ରି, ପୋଲିସ ହାତରେ ଲାଗିଲା ବଡ ତଥ୍ୟ

By

Published : Feb 27, 2023, 4:06 PM IST

Updated : Feb 27, 2023, 5:15 PM IST

ବାଲେଶ୍ବର ଡିଆରଡିଓରୁ ତଥ୍ୟ ଲିକ ମାମଲା । ତଦନ୍ତରେ ଏୟାରଫୋର୍ସ ଓ ଆନ୍ଧ୍ରପ୍ରଦେଶ ଇଣ୍ଟେଲିଜେନ୍ସ ଟିମ ସହଯୋଗ କରୁଥିବା ବେଳେ ଅନେକ ତଥ୍ୟ ମିଳିଥିବା ଏସପି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Balasore SP Sagarika
Balasore SP Sagarika

ମିଳୁଛି ଅନେକ ତଥ୍ୟ, ସୂଚନା ଦେଲେ ଏସପି ସାଗରିକା

ବାଲେଶ୍ବର:ଚାନ୍ଦିପୁର DRDOରୁ ଗୁପ୍ତତଥ୍ୟ ଲିକ ମାମଲାରେ ପୋଲିସ ତଦନ୍ତରୁ ଅନେକ ତଥ୍ୟ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତଙ୍କୁ ୪ଦିନିଆ ରିମାଣ୍ଡରେ ଆଣି ପୋଲିସ ପଚରା ଉଚରା କରୁଛି । ପୋଲିସ ତଦନ୍ତ ବେଳେ ଆନ୍ଧ୍ରପ୍ରଦେଶର କିଛି ଲିଙ୍କ୍ ପାଇବା ପରେ ଆନ୍ଧ୍ରପ୍ରଦେଶ ଇଣ୍ଟେଲିଜେନ୍ସ ଓ ଏୟାରଫୋର୍ସର ଟିମ ସହ ମିଳିତ ଭାବେ ଏହାର ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଅନେକ ତଥ୍ୟ ମିଳିଥିବା ବାଲେଶ୍ବର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।

ପାକିସ୍ତାନର ରାଓ୍ୱଲପିଣ୍ଡିର ଜଣେ ପାକିସ୍ତାନୀ ଏଜେଣ୍ଟଙ୍କୁ DRDOରେ ଜଣେ ବୈଷୟିକ ଅଧିକାରୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଆସୁଥିଲେ । ଏନେଇ ଅଭିଯୋଗ ପରେ ବାଲେଶ୍ଵର ପୋଲିସ ତାଙ୍କୁ ଗିରଫ କରିଥିଲା । ଗିରଫ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପୋଲିସ ପଚରାଉଚରା ଚଳାଇଛି । ରିମାଣ୍ଡ ସରିବାକୁ ଆଉ ଗୋଟିଏ ଦିନ ଥିବା ବେଳେ ଆଜି ବାଲେଶ୍ଵର ଏସପି ତଦନ୍ତରୁ ମିଳିଥିବା କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ୨ଦିନ ଧରି ଜେରା ପରେ ମୋବାଇଲରୁ କେଉଁ କେଉଁ ଡାଟା ପାକିସ୍ତାନ ଏଜେଣ୍ଟଙ୍କୁ ପ୍ରଦାନ କରାଯାଇଛି ସେନେଇ ପୋଲିସ ତଥ୍ୟ ହାସଲ କରିଛି ।

ଏହାସହ ୬ଟି ବୈଦ୍ୟୁତିକ ସାମଗ୍ରୀ ଯେମିତି ମୋବାଇଲ ଓ ଲାପଟପ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀ ଫରେନ୍ସିକ ଟେଷ୍ଟ ପାଇଁ ଦିଲ୍ଲୀ ଓ କୋଲକାତା ପଠାଯାଇଛି। ଆଉ ଗୋଟିଏ ଦିନ ରିମାଣ୍ଡ ସମୟ ସୀମାରେ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ କରିବ ପୋଲିସ । ଅଭିଯୁକ୍ତଙ୍କ ଆକାଉଣ୍ଟକୁ କିଛି ସ୍ଥାନରୁ ଟଙ୍କା ଆସିଥିବା ବେଳେ ତାହା କେଉଁଠୁ ଆସିଲା ଓ କେମିତି ଆସିଲା ସେନେଇ ପୁରା ତଥ୍ୟ ହାସଲ ପାଇଁ ପୋଲିସ ଲାଗିଛି। ଏହାସହ ଆହୁରି କଣ କଣ ସବୁ କଥା କିମ୍ବା ଚାନ୍ଦିପୁରର ଗୁପ୍ତ ତଥ୍ୟ ପ୍ରଦାନ କରାଯାଇଛି ସେନେଇ ଜାଣିବା ପାଇଁ ଆଉ ଥରେ ରିମାଣ୍ଡରେ ନିଆଯାଇପାରେ ବୋଲି ଏସପି କହିଛନ୍ତି।

ଏହା ବି ପଢନ୍ତୁ- ITR Officer Arrested: ପାକିସ୍ତାନକୁ ITRର ଗୁପ୍ତ ତଥ୍ୟ ଦେଇ ସିନିୟର ଟେକ୍ନିକାଲ ଅଫିସର ଗିରଫ

କେବଳ ଏହି ଗୁପ୍ତ ତଥ୍ୟ ପ୍ରଦାନରେ ଜଣେ ଅଭିଯୁକ୍ତ ଅଛନ୍ତି ନା ଆଉ କେହି ତାଙ୍କ ସହ ସାମିଲ ଅଛନ୍ତି ସେନେଇ ମଧ୍ୟ ତଦନ୍ତ ଚାଲିଛି। ଏମିତି କିଛି ହନିଟ୍ରାପ ମାମଲାରେ ଆଉ କେତେଜଣ ସାମିଲ ଅଛନ୍ତି ସେନେଇ ଜାତୀୟ ତଦନ୍ତକାରୀ ସଂସ୍ଥାର ମଧ୍ୟ ସହଯୋଗ ଲୋଡ଼ାଯିବ ବୋଲି ପୋଲିସ କହିଛି । ଏହାସହ ଚାନ୍ଦିପୁରରୁ ଲିକ ହେଉଥିବା ତଥ୍ୟ କେଉଁ ପର୍ଯ୍ୟନ୍ତ ଯାଉଛି ସେନେଇ ପୋଲିସ ପୁରା ସଠିକ ଜାଗାରେ ପହଞ୍ଚିବା ନେଇ ପ୍ରୟାସ କରୁଛି।

ସୂଚନା ଥାଉ କି ପାକିସ୍ତାନୀ ମହିଳାମାନଙ୍କ ଦ୍ବାରା ଭିଡିଓ କଲ ମାଧ୍ୟମରେ ଉକ୍ତ ଅଫିସର ଜଣଙ୍କ ITRର ଗୁପ୍ତ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଏନେଇ ଚାନ୍ଦିପୁର ଥାନାରେ ୨୫/୨୩ ମାମଲା ରୁଜୁ ହୋଇଥଲା । ତଦନ୍ତ ବେଳେ ପୋଲିସ ଅନେକ ତଥ୍ୟ ହାସଲ କରିବା ପରେ ଏହାକୁ ନେଇ ପୋଲିସ ପାଖାପାଖି ୧୪ଜଣଙ୍କୁ ଜେରା କରିଥିଲା । ଏହାପରେ ITRରେ ଚାକିରି କରୁଥିବା ଜଣେ ବରିଷ୍ଠ ବୈଷୟିକ ଅଧିକାରୀଙ୍କ ମୋବାଇଲରୁ ବିଭିନ୍ନ ତଥ୍ୟ ପାକିସ୍ଥାନ ଏଜେଣ୍ଟଙ୍କୁ ଦିଆଯାଇଥିବା ଜଣାପଡିଥିଲା । ପୋଲିସ ଏନେଇ ତଦନ୍ତ କରିବା ପରେ ଉକ୍ତ ବରିଷ୍ଠ ଅଧିକାରୀଙ୍କ ମୋବାଇଲରେ କିଛି ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରାଯାଇଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ 120a, 120b ଏବଂ ଅଫିସିଆଲ ସିକ୍ରେଟ ଆକ୍ଟ 3, 4, 5 ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated :Feb 27, 2023, 5:15 PM IST

ABOUT THE AUTHOR

...view details