ଓଡିଶା

odisha

ପୋଖରୀରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : Sep 14, 2020, 9:36 PM IST

ଖନ୍ତାପଡା ଥାନା ନୂଆପୁର ଗ୍ରାମ ଧଇଁଆସାହିରେ ଏକ ପରିତ୍ୟକ୍ତ ଦଳ ପୋଖରୀରୁ ଜଣେ ସାତବର୍ଷ ନାବାଳକର ମୃତଦେହ ଉଦ୍ଧାର ।

Baleswar: body of a minor boy recovered from pond, suspected of murder
ପୋଖରୀରୁ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାଲେଶ୍ବର:ଖନ୍ତାପଡା ଥାନା ନୂଆପୁର ଗ୍ରାମ ଧଇଁଆସାହିରେ ଏକ ପରିତ୍ୟକ୍ତ ଦଳ ପୋଖରୀରୁ ଜଣେ ସାତବର୍ଷ ନାବାଳକର ମୃତଦେହ ଉଦ୍ଧାର ।

ସୂଚନା ଅନୁଯାୟୀ, ଗ୍ରାମର ରମାକାନ୍ତ ମଳିକଙ୍କ ଝିଅ ଉତ୍ତରପ୍ରଦେଶରେ ବାହା ହୋଇଥିଲେ। ସ୍ବାମୀ ଛାଡି ଚାଲିଯିବା ପରେ ଦୁଇଟି ପିଲାଙ୍କୁ ଧରି ଝିଅ ତାଙ୍କ ବାପାଙ୍କ ପାଖରେ ରହୁଥିଲେ । ରବିବାର ସନ୍ଧ୍ୟା ଠାରୁ ନାବାଳକ ହିମାଂଶୁ ନିଖୋଜ ହୋଇଯାଇଥିଲେ।

ପୋଖରୀରୁ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବହୁ ଖୋଜାଖୋଜି ପରେ ଗ୍ରାମବାସୀମାନେ ନାବାଳକ ହିମାଂଶୁର ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ହିମାଂଶୁକୁ ଉଦ୍ଧାର ପରେ ତାଙ୍କ ବେକରେ ଏକ ପ୍ଲାଷ୍ଟିକ ଦୌଡ଼ି ବନ୍ଧା ଯାଇଥିବାରୁ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଗୋପାଳପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details