ଓଡିଶା

odisha

Panchayat Election: ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

By

Published : Jan 19, 2022, 10:20 PM IST

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଦଳ ଅଣ୍ଟା ଭିଡ଼ିଲେଣି। ସେହିପରି କଂଗ୍ରେସ ମଧ୍ୟ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ନାମ ଘୋଷଣା କରିଛି। ଅଧିକ ପଢନ୍ତୁ

Odisha Panchayat Election :ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ
Odisha Panchayat Election :ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ବାଲେଶ୍ବର :ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଦଳ ଅଣ୍ଟା ଭିଡ଼ିଲେଣି। ସେହିପରି କଂଗ୍ରେସ ମଧ୍ୟ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ନାମ ଘୋଷଣା କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସଞ୍ଜୀବ ଗିରି 45ଟି ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

Odisha Panchayat Election :ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଜିଲ୍ଲାରେ କେବଳ ଖଇରା ଓ ସିମୁଳିଆ ବ୍ଲକକୁ ଛାଡିଦେଲେ ବାକି ସ୍ଥାନରେ ଦଳ ପକ୍ଷରୁ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଦିଆଯାଇଛି। ସେହିପରି ବିଜେଡିର ବିକାଶ ନାଁରେ ହୋଇଥିବା ଅନେକ ବିନାଶ ସମ୍ପର୍କରେ ଶାସକ ଦଳର ଅପାରଗତାକୁ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ। ତେବେ ନିର୍ବାଚନରେ କାହାର ଜିତାପଟ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details