ଓଡିଶା

odisha

ନିଖୋଜ ଶିକ୍ଷକଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : Feb 24, 2022, 7:57 PM IST

ବଲାଙ୍ଗୀରରେ ନିଖୋଜ ଶିକ୍ଷକଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ

ନିଖୋଜ ଶିକ୍ଷକଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ !
ନିଖୋଜ ଶିକ୍ଷକଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ !

ବଲାଙ୍ଗୀର : ନିଖୋଜ ଶିକ୍ଷକଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ନିଖୋଜ ଶିକ୍ଷକଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ !

ସୂଚନା ଅନୁସାରେ, ଗୁରୁବାର ବଲାଙ୍ଗୀର ବିରମୁଣ୍ଡା ପଞ୍ଚାୟତ କରଲାଖମନ ଗାଁ ନିକଟ ରାହୁଲ ନଦୀ କୂଳରେ ଜଣେ ବ୍ୟକ୍ତିର ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବାର ଲୋକେ ଦେଖିଥିଲେ। ପରେ ପୋଲିସକୁ ଖବର ଦେଇଥିଲେ। ଗତ 12 ତାରିଖରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଉଡେର ଗାଁର ସହକାରୀ ଶିକ୍ଷକ ବାସୁଦେବ ଭୋଇ ବଲାଙ୍ଗୀରର ଏହି କର୍ଲା ଖମ୍ମନ୍ ଗାଁକୁ ନିଜ ଦୁଇ ବନ୍ଧୁଙ୍କ ସହ ଆସିଥିଲେ ।

ଏଠି ସେ ନିଖୋଜ ହୋଇଥିବାର ପରିବାର ଲୋକେ ତୁଷୁରା ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ପରିବାର ଲୋକେ ତାହା ଶିକ୍ଷକ ବାସୁଦେବ ଭୋଇଙ୍କ ବୋଲି ସନ୍ଦେହ କରିଛନ୍ତି। ତାଙ୍କୁ ହତ୍ୟା କରାଯାଇଥିବାର ପୁଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଥିବାବେଳେ ତଦନ୍ତ ପରେ ସବୁ ତଥ୍ୟ ସାମନାକୁ ଆସିବ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details