ଓଡିଶା

odisha

VSSUT Student Death Case: ବଲାଙ୍ଗୀରରେ ବୁର୍ଲା ପୋଲିସ, ପରିବାରକୁ କଲା ପଚରା ଉଚରା

By

Published : Mar 4, 2023, 10:01 PM IST

ଭିସୁଟ ଇଞ୍ଜିନିୟରିଂ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟଣା । ବଲାଙ୍ଗୀର ଯାଇ ପରିବାରକୁ ପଚରା ଉଚରା କଲା ବୁର୍ଲା ପୋଲିସ । ଅଧିକ ପଢନ୍ତୁ

VSSUT student death case
VSSUT student death case

ବଲାଙ୍ଗୀରରେ ବୁର୍ଲା ପୋଲିସ, ପରିବାରକୁ କଲା ପଚରା ଉଚରା

ବଲାଙ୍ଗୀର: ସମ୍ବଲପୁର ଭିସୁଟ ଇଞ୍ଜିନିୟରିଂ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟଣାରେ ଜାରି ରହିଛି ସସପେନ୍ସ । ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ଏହି କ୍ରମରେ ବୁର୍ଲା ପୋଲିସ ବଲାଙ୍ଗୀର ଆସି ପରିବାର ଲୋକଙ୍କୁ ପଚରାଉଚରା କରିଛି । ଏପର୍ଯ୍ୟନ୍ତ ପୋଲିସ ତଦନ୍ତ ଉପରେ ଭରସା ଥିବାର କହିଚନ୍ତି ଚିନ୍ମୟୀଙ୍କ ପରିବାର ।

ଗତକାଲି ଭୁବନେଶ୍ବର ଯାଇ ବୁର୍ଲା ପୋଲିସ ତଦନ୍ତ କରି ଫେରିଥିବା ବେଳେ ଆଜି ମୃତ ଚିନ୍ମୟୀଙ୍କ ଘରେ ବୁର୍ଲା ପୋଲିସର ୨ ଜଣିଆ ଟିମ ଆସି ତଦନ୍ତ କରିଛନ୍ତି । ଦିନ ୧ଟା ସମୟରେ ପୋଲିସ ଟିମ ତାଙ୍କ ଘରକୁ ଆସି ପରିବାର ଲୋକଙ୍କୁ ପଚରାଉଚରା କରି ଫେରି ଯାଇଛନ୍ତି । ତେବେ ଦୀର୍ଘ ଦେଢ ଘଣ୍ଟା ଧରି ମୃତ ଚିନ୍ମୟୀଙ୍କ ମା' ଓ ଭଉଣୀକୁ ପଚରାଉଚରା କରିଥିଲା ପୋଲିସ । କିନ୍ତୁ ତଦନ୍ତ ସରିବା ପରେ ପୋଲିସ ମିଡିଆ ଆଗରେ ମୁହଁ ଖୋଲିନଥିଲା । ସେହିପରି ପୋଲିସ ପରିବାର ଲୋକଙ୍କୁ ବିଶେଷ କରି ମୃତ ଚିନ୍ମୟୀଙ୍କ ଭଉଣୀ ଓ ମା'ଙ୍କୁ ପଚରାଉଚରା କରିଥିଲା ।

ଚିନ୍ମୟୀ କୌଣସି ଡିପ୍ରେସନରେ ଥିଲେ କି ? ଶେଷ ଥର ତା' ସହିତ ସେମାନେ କେବେ କଥା ହୋଇଥିଲେ ? ଘରେ କିଛି ଅସୁବିଧା ଥିଲା କି ? ଏଭଳି ଅନେକ ପ୍ରଶ୍ନ କରିଥିଲେ ବୁର୍ଲା ଦୁଇ ଜଣିଆ ପୋଲିସ ଟିମ । ଶେଷରେ ଦେଢ ଘଣ୍ଟାର ତଦନ୍ତ ପରେ ସେମାନେ ଏଠୁ ଫେରି ଯାଇଥିଲେ । ସେପଟେ ମୃତ ଛାତ୍ରୀ ଚିନ୍ମୟୀଙ୍କ ସାନ ଭଉଣୀ କହିବା ଅନୁସାରେ ପୋଲିସ ତାଙ୍କୁ ଚିନ୍ମୟୀ ସାହୁର ଘରେ କୌଣସି ଡିପ୍ରେସନ ଥିଲା କି, ସେ କେବେ ଶେଷ ଥର ପାଇଁ ତାଙ୍କ ସହ କଥା ହୋଇଥିଲେ, କଣ କଥା ହୋଇଥିଲେ ଏଭଳି ଅନେକ ପ୍ରଶ୍ନ କରିଥିବାର ସେ କହିଛନ୍ତି । ପୋଲିସର ତଦନ୍ତ ଉପରେ ତାଙ୍କର ବିଶ୍ବାସ ଥିବା ବେଳେ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- ଭିସୁଟ ଛାତ୍ରୀ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଛାତ୍ରୀଙ୍କ ଶେଷ ହ୍ୱାଟ୍‌ସ୍‌ ଆପ୍‌ ଚାଟ୍‌

ସେପଟେ ଆତ୍ମହତ୍ୟା ଘଟଣାକୁ ଗ୍ରହଣ କରି ପାରୁନାହାନ୍ତି ମୃତ ଚିନ୍ମୟୀଙ୍କ ମା' ଲବଙ୍ଗ ସାହୁ । ସେ କେବେ ବି ଜୀବନ ହାରି ପାରିବ ନାହିଁ, ତାକୁ ହତ୍ୟା କରାଯାଇଥିବା କହିଛନ୍ତି ତାଙ୍କ ମା' ଲବଙ୍ଗ ସାହୁ। ହେଲେ ଘଟଣାରେ ଗୃହ ବିଭାଗ ଯୁଗ୍ମ ସଚିବଙ୍କ ପୁଅ ଜଡ଼ିତ ଥିବାରୁ ତଦନ୍ତ ବାଟବଣା ହୋଇପାରେ ଏବଂ ଏହାକୁ ନେଇ ତାଙ୍କୁ ଭୟ ଲାଗୁଥିବାର ସେ କହିଛନ୍ତି । ସେହିପରି ପୋଲିସ ତାଙ୍କୁ ଆଶ୍ବାସନା ଦେଇଛି ୨ ଅଟକ ଯୁବକଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଚାଲିଛି ଓ ସତ ନିହାତି ଭାବରେ ସାମନାକୁ ଆସିବ ବୋଲି ପୋଲିସ ଅଧିକାରୀମାନେ ତାଙ୍କୁ କହିଥିବାର ସେ କହିଛନ୍ତି ।

ତେବେ ତାଙ୍କ ଝିଅ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଖୁବ ଖୁସି ଥିଲା ଏବଂ ନିଜେ ଶାଢୀ ପିନ୍ଧି ଫଟୋ ଉଠାଇ ପଠାଇଥିଲା । ସେହିପରି ସେ ରାତି ୯ଟାରେ ଭୁବନେଶ୍ବର ଯିବା କଥା । ହେଲେ ସେ ସେଠି କେମିତି ପହଞ୍ଚିଲା । ତାକୁ ସେମାନେ ହିଁ ନେଇଥିଲେ ଓ ଗଳା ଚିପି ହତ୍ୟା କରିଥିବାର ସେ କହିଛନ୍ତି । ସେମାନେ ଗଳା ଚିପିବା ବେଳେ ସେ ଝିଅ ସହିତ କଥା ହୋଇ ସନ୍ଦେହ କରିଥିଲେ ବୋଲି କହିଛନ୍ତି । ତେବେ ନ୍ୟାୟ ପାଇଁ ପୋଲିସ ଉପରେ ଏଯାଏଁ ଭରସା ଥିବା କହିଛନ୍ତି ମୃତ ଚିନ୍ମୟୀଙ୍କ ମା' ଲବଙ୍ଗ ସାହୁ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details