ଓଡିଶା

odisha

ନୂଆଁଖାଇ ପାଇଁ ତିନି ଦିନିଆ ଛୁଟି ଘୋଷଣା ନେଇ ଦାବି

By

Published : Aug 29, 2022, 10:36 PM IST

people demand 3 days holiday for nuakhai in balangir
ନୂଆଁଖାଇ ପାଇଁ ତିନି ଦିନିଆ ଛୁଟି ଘୋଷଣା ନେଇ ଦାବି

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ତିନି ଦିନିଆ ଛୁଟି ଘୋଷଣା କରିବା ନେଇ ବଲାଙ୍ଗୀରରେ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି । ଅଧିକ ପଢ଼ନ୍ତୁ ।

ବଲାଙ୍ଗୀର: ନୂଆଁଖାଇକୁ ତିନି ଦିନିଆ ଛୁଟି ଘୋଷଣା କରାଯାଉ । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନୂଆଁଖାଇ ଛୁଟି ନେଇ ବିବାଦ ଚାଲିଥିବାବେଳେ ବଲାଙ୍ଗୀରରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି (People Demand 3 days Holiday for Nuakhai in Balangir) । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପୂର୍ବତନ ସାଂସଦ ତଥା ବିଜେଡି ନେତା କଳିକେଶ ସିଂହ ଦେଓ ପ୍ରମୁଖ ସରକାରଙ୍କୁ ଚିଠି ଲେଖି ସମାନ ଦାବି ଜଣାଇଛନ୍ତି ।

ନୂଆଁଖାଇ ପାଇଁ ତିନି ଦିନିଆ ଛୁଟି ଘୋଷଣା ନେଇ ଦାବି

ଗଣପର୍ବ ନୂଆଁଖାଇକୁ ପଶ୍ଚିମ ଓଡ଼ିଶାବାସୀ ଦୁଇ ଦିନ ଧରି ପାଳନ କରିଥାନ୍ତି । ଏଥିପାଇଁ ରାଜ୍ୟ ସରକାର ସେପ୍ଟେମ୍ବର 1 ତାରିଖକୁ ଛୁଟି ଘୋଷଣା କରିଛନ୍ତି । ଏଥିପାଇଁ ଅନୁନ୍ୟ ତିନି ଦିନର ଛୁଟି ଘୋଷଣା ହେଉ ବୋଲି ବଲାଙ୍ଗୀରର ବିଭିନ୍ନ ସଂଗଠନ ଓ ଲୋକେ ଦାବି କରିଛନ୍ତି । ନୂଆଁଖାଇ ପାଳିବା ପାଇଁ ଦୂର ଦୁରାନ୍ତରୁ ଲୋକେ ନିଜ ଘରକୁ ଆସିଥାନ୍ତି । ସେହିପରି ଦ୍ଵିତୀୟ ଦିନ ନୂଆଁଖାଇ ବାସି ପାଳନ କରିଥାନ୍ତି । ଏନେଇ ବଲାଙ୍ଗୀରବାସୀ କହିଛନ୍ତି, "ଆମ ଐତିହ୍ୟ, ପରମ୍ପରା ଏବଂ ସଂସ୍କୃତିର ବାର୍ତ୍ତା ହେଲା ନୂଆଁଖାଇ । ଏହା ପଶ୍ଚିମ ଓଡ଼ିଶାର ଭାବାବେଗ ସହ ଜଡ଼ିତ । ଆମ ପର୍ବ ପର୍ବାଣୀକୁ ନେଇ ସରକାର ଉପେକ୍ଷା କରିଛନ୍ତି । "ରାଜ୍ୟରେ ଅନ୍ୟ ପର୍ବ ପର୍ବାଣୀ ପାଇଁ ବିଶେଷ ଛୁଟି ପ୍ରଦାନ କରାଯାଉଥିବା ବେଳେ ନୂଆଁଖାଇ ପାଇଁ ମାତ୍ର ଗୋଟିଏ ଦିନ ଛୁଟି ଦିଆଯାଉଛି । ତେଣୁ ଏହାକୁ ମଧ୍ୟ ତିନି ଦିନ ଛୁଟି ଦିଆଯାଉ ବୋଲି ବଲାଙ୍ଗୀର ବାସିନ୍ଦା ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Nuakhai Festival, ନୂଆଁଖାଇକୁ ରାଜ୍ୟସ୍ତରୀୟ ଛୁଟିରେ ସାମିଲ କରିବାକୁ ଦାବି

ଅନ୍ୟପଟେ, ଆସନ୍ତା ସେପ୍ଟେମ୍ବର 7ତାରିଖରେ କୋଶଳ ସେନା ପକ୍ଷରୁ ବରଗଡ ବନ୍ଦ ଡାକରା ଦିଆଯାଇଛି । ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ଘୋଷଣା କରାଯାଉ ବୋଲି କୋଶଳ ସେନା ଦାବି କରିଥିଲା । କିନ୍ତୁ ଛୁଟି ନାମଞ୍ଜୁର କରାଯାଇଥିବାକୁ ବିରୋଧ କରି କୋଶଳ ସେନା ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି । ସ୍ଥାନୀୟ ସାମ୍ବାଦିକ ଭବନରେ ଆଜି ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ କୋଶଳା ସେନା ବନ୍ଦ ଡାକରା ନେଇ ସୂଚନା ଦେଇଛି ।

ଦୁଇ ଦିନ ତଳେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ଦାବିରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା କୋଶଳ ସେନା (Koshal sena protest in Bargarh Demand three day leave for Nuakhai) । ଛୁଟି ଦାବି ନେଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ ଓ କୋଶଳ ସେନା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଉପୁଜିଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details