ଓଡିଶା

odisha

ମା’ ସମଲେଇଙ୍କ ଠାରେ ଲାଗି ହେଲା ନବାନ୍ନ

By

Published : Sep 1, 2022, 12:42 PM IST

ନୂଆଁଖାଇ ଅବସରରେ ଇଷ୍ଟ ଦେବୀ ମା' ସମଲେଇଙ୍କ ଠାରେ ଲାଗି ହେଲା ନବାନ୍ନ। ଏହାପରେ ଘରେ ଘରେ ଆରମ୍ଭ ହୋଇଛି ନବାନ୍ନ ଗ୍ରହଣ । ଅଧିକ ପଢନ୍ତୁ

ନୂଆଁଖାଇ ତିହାର, ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ
ନୂଆଁଖାଇ ତିହାର, ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

ବଲାଙ୍ଗୀର:ଆଜି ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ । ଉତ୍ସବମୁଖର ପୁର ପଲ୍ଲୀ । ଏହି ଅବସରରେ ଆଜି ଅମୃତ ବେଲାରେ ଇଷ୍ଟ ଦେବୀ ମା' ସମଲେଇଙ୍କ ଠାରେ ଲାଗି ହୋଇଛି ନବାନ୍ନ । ଚାଷୀଙ୍କ ଦ୍ଵାରା ଅମଳ ହୋଇଥିବା ଶସ୍ୟରୁ ତିଆରି ଅନ୍ନ ବା ଚୁନା ଗୁଡ଼ ଆଜି ଅମୃତ ବେଲାରେ ଇଷ୍ଟ ଦେବୀ ସମଲେଇଙ୍କ ଠାରେ ଲାଗି ହୋଇଛି । ସକାଳ 10 ଟା 54 ମିନିଟରୁ 11 ଟା ୮ ମିନିଟରେ ନୁଆକୁଣ୍ଡା ଲାଗି ହୋଇଥିବା ବେଳେ ଶହ ଶହ ଭକ୍ତ ମା'ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଏହାପରେ ଘରେ ଘରେ ଆରମ୍ଭ ହୋଇଛି ନବାନ୍ନ ଗ୍ରହଣ ।

ନୂଆଁଖାଇ ତିହାର, ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

ଦୀର୍ଘ ଦୁଇ ବର୍ଷ କୋରୋନା କଟକଣା ନୂଆଁଖାଇ ପର୍ବକୁ ଫିକା ପକାଇ ଦେଇଥିବା ବେଳେ ଚଳିତ ବର୍ଷ ବିନା କଟକଣାରେ ପର୍ବ ପାଳୁଛନ୍ତି ପଶ୍ଚିମ ଓଡିଶାବାସୀ । ଏନେଇ ବେଶ ଉତ୍ସାହିତ ଅଛନ୍ତି ବଲାଙ୍ଗୀରବାସୀ । ପରିବାର ସଦସ୍ୟ ଏକାଠି ହୋଇ ଆଜି ନବାନ୍ନ ଖାଇବେ । ଏହାପରେ ସାନମାନେ ମୁଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେବେ । ସନ୍ଧ୍ୟା ସମୟରେ ଜମିବ ନାଚଗୀତର ଆସର । ଢୋଲ, ନିଶାନ ତାସା ସହ ବାଦ୍ୟ ଯନ୍ତ୍ରରେ ଦୁଲୁକି ଉଠିବ ବଲାଙ୍ଗୀର ।

ଏହା ମଧ୍ୟ ପଢନ୍ତୁ-କୃଷିଭିତ୍ତିକ ପର୍ବ ନୂଆଁଖାଇ, ଲଙ୍କେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ

ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହୁଏ ପଶ୍ଚିମ ଓଡିଶାବାସୀଙ୍କ ନୂଆଁଖାଇ ପର୍ବ । ଏହା କେବଳ ଏକ ପାରମ୍ପରିକ ପର୍ବ ନୁହେଁ ବରଂ ଭ୍ରାତୃତ୍ବ ଓ ଏକତାର ପର୍ବ । ଯିଏ ଯେଉଁଠି ଥାଉ ନା କାହିଁକି ଆଜିର ଦିନରେ ସମସ୍ତେ ଘରକୁ ଫେରି ନୂଆଁଖାଇ ପାଳନ କରନ୍ତି । ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରିଥାନ୍ତି । ତାହା ଖାଇ ସାରା ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରମାଣ ସହ ଆଶୀର୍ବାଦ ନେଇଥାନ୍ତି ।

ABOUT THE AUTHOR

...view details