ଓଡିଶା

odisha

Vigilance Trap : ଲାଞ୍ଚ ନେଇ ବନ୍ଧାହେଲେ ବଲାଙ୍ଗୀର BEO

By

Published : Oct 12, 2022, 8:12 PM IST

୧୦ ହଜାର ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ବଲାଙ୍ଗୀର BEO। ଆଜି(ବୁଧବାର) ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ(BEO Raghab Panigrahi Arrested by Vigilance) । ଅଧିକ ପଢନ୍ତୁ

ଲାଞ୍ଚ ନେଇ ବନ୍ଧାହେଲେ ବଲାଙ୍ଗୀର BEO
ଲାଞ୍ଚ ନେଇ ବନ୍ଧାହେଲେ ବଲାଙ୍ଗୀର BEO

ବଲାଙ୍ଗୀର:ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ(BEO) । ୧୦ ହଜାର ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ବଲାଙ୍ଗୀର BEO(Block Education Officer) । ଆଜି(ବୁଧବାର) ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ(BEO Raghab Panigrahi Arrested by Vigilance) ।

ଲାଞ୍ଚ ନେଇ ବନ୍ଧାହେଲେ ବଲାଙ୍ଗୀର BEO

ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ 10 ହଜାର ଟଙ୍କା ଲାଞ୍ଚ ନେଇ ଭିନିଲାନ୍ସ ହାତରେ ଧରା ପଡିଛନ୍ତି । ତେବେ ପଟଣାଗଡ ରାମପୁର ହାଇସ୍କୁଲର ସହକାରୀ ଶିକ୍ଷକ ସୁରେଶ ମେହେରଙ୍କ ଦରମା ଫାଇଲ ଓ ଅନ୍ୟାନ୍ୟ କାଗଜ ପତ୍ର ଠିକ କରିବା ପାଇଁ ବ୍ଳକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀ ତାଙ୍କୁ ହଇରାଣ କରି ଆସୁଥିଲେ । ଏହାସହ 10 ହଜାର ଟଙ୍କା ଲାଞ୍ଚ ଦେଲେ କାମ ହେବ ବୋଲି କହିବା ପରେ ସଂପୃକ୍ତ ଶିକ୍ଷକ ବଲାଙ୍ଗୀର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ତେବେ ଆଜି ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଭିଜିଲାନ୍ସ ବିଭାଗ ରାଘବଙ୍କ ରାଜେନ୍ଦ୍ର ପଡା ସ୍ଥିତ ଘରେ ଓ ଅଫିସରେ ଚଢ଼ାଉ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ପଞ୍ଝାରେ କିରାଣୀ, ଏକକାଳୀନ 5ଟି ସ୍ଥାନରେ ଚଢ଼ାଉ

ସୂଚନାଯୋଗ୍ୟ ଯେ, ପ୍ରତିଦିନ ସରକାରୀ କର୍ମଚାରୀ ଭିଜିଲାନ୍ସ ଦ୍ବାରା ଗିରଫ ହେବାର ଖବର ସାମ୍ନାକୁ ଆସିଛି । ଆଜି ସକାଳେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଂଶପାଳ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଭିଜିଲାନ୍ସ ବିଭାଗ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ଜାରି ରଖିଛି । ଏହାସହ ତାଙ୍କ ଅଫିସ, ନିଜ ଗାଁ ଘର ସମେତ ଏକକାଳୀନ ପାଞ୍ଚଟି ଜାଗାରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ତତ୍ୱାବଧାନରେ 3 ଜଣ ଡ଼ିଏସପି, 7 ଜଣ ଇନ୍ସପେକ୍ଟର, 9 ଜଣ କନେଷ୍ଟବଳ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।

ସେହିପରି ନୂଆପଡା ଜିଲ୍ଲା ଖଡ଼ିଆଳ ତହସିଲ ଅଫିସରେ କାର୍ଯ୍ୟରତ ଡାଟା ଅପରେଟର 30ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗରିଫ କରିଛି ଭିଜିଲାନ୍ସ । ଗିରଫ ଡାଟା ଅପରେଟରଙ୍କ ନାମ ଭୋଳା ମହେଶ୍ବର ଦଣ୍ଡସେନା ବୋଲି ଜଣାପଡିଛି । ଡାଟା ଅପରେଟର ଭୋଳା ମହେଶ୍ବର ଦଣ୍ଡସେନା ରେସିଡେଣ୍ଟ ସାର୍ଟିଫିକେଟ ଆବେଦନକାରୀଙ୍କୁ ଜଣକା ପିଛା ୨ ହଜାର ଟଙ୍କା ଦାବି କରିଥିଲେ । ଆଜି ୧୫ ଜଣଙ୍କ ଠାରୁ ରାଣୀମୁଣ୍ଡା ଗ୍ରାମର ନିତ୍ୟା ହିଆଲଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଡାଟା ଅପରେଟର ଭୋଳା ମହେଶ୍ବର ଦଣ୍ଡସେନା ଲାଞ୍ଚ ନେବାବେଳେ ଗିରଫ କରିଥିଲା ଭିଜିଲାନ୍ସ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details