ETV Bharat / state

ଭିଜିଲାନ୍ସ ପଞ୍ଝାରେ କିରାଣୀ, ଏକକାଳୀନ 5ଟି ସ୍ଥାନରେ ଚଢ଼ାଉ

author img

By

Published : Oct 12, 2022, 8:49 AM IST

Updated : Oct 12, 2022, 9:39 AM IST

ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗଙ୍ଗାଧର ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ଅଧିକ ପଢ଼ନ୍ତୁ

banshapal education department clerk gangadhar sahu under vigilance scanner
ଭିଜିଲାନ୍ସ ପଞ୍ଝାରେ କିରାଣୀ, ଏକକାଳୀନ 5ଟି ସ୍ଥାନରେ ଚଢ଼ାଉ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର କିରାଣୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଂଶପାଳ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆଜି ସକାଳୁ ଭିଜିଲାନ୍ସ ବିଭାଗ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ଜାରି ରଖିଛି । ଏହାସହ ତାଙ୍କ ଅଫିସ, ନିଜ ଗାଁ ଘର ସମେତ ଏକକାଳୀନ ପାଞ୍ଚଟି ଜାଗାରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି ।

ଭିଜିଲାନ୍ସ ପଞ୍ଝାରେ କିରାଣୀ

ଏହା ମଧ୍ୟ ପଢ଼ନ୍ତୁ: ନକଲି ପୋଲିସକୁ ବାନ୍ଧିଲା ପୋଲିସ, ନିଜକୁ DIG ପରିଚୟ ଦେଇ ଲୁଟୁଥିଲା ଟଙ୍କା

ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ତତ୍ୱାବଧାନରେ 3 ଜଣ ଡ଼ିଏସପି, 7 ଜଣ ଇନ୍ସପେକ୍ଟର, 9 ଜଣ କନେଷ୍ଟବଳ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ତେବେ ଭିଜିଲାନ୍ସ ବିଭାଗ ଦୁର୍ନୀତି ନିବାରଣ ସପ୍ତାହ ପାଳିବାକୁ ଯାଉଛି । ଏହି ସପ୍ତାହ ପାଳନ ପୂର୍ବରୁ ଦିନକୁ ଦିନ ଜଣେ ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡୁଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

Last Updated : Oct 12, 2022, 9:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.