ଓଡିଶା

odisha

ବିଲରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ଘଟଣାର ଫର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ

By

Published : Nov 4, 2022, 2:16 PM IST

ଲାଙ୍ଗୀର ସଇଁତଳା ଆମ୍ବାପାଲି ଗ୍ରାମରେ ବିଲରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ହେଲେ ଆମ୍ବାପାଲି ଗ୍ରାମର ପୁଷ୍କର ଗହିର । ଅଧିକ ପଢନ୍ତୁ

ବିଲରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ଘଟଣାର ଫର୍ଦ୍ଦାଫାସ
ବିଲରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ଘଟଣାର ଫର୍ଦ୍ଦାଫାସ

ବଲାଙ୍ଗୀର: ସାମାନ୍ୟ ବଚସାରୁ ନିର୍ମମ ହତ୍ୟା । ବଲାଙ୍ଗୀର ସଇଁତଳା ଆମ୍ବାପାଲି ଗ୍ରାମରେ ବିଲରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ଘଟଣା । ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ମାଛ ଧରାକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲା ଯୁବକ । ଅଭିଯୁକ୍ତ ହେଲେ ଆମ୍ବାପାଲି ଗ୍ରାମର ପୁଷ୍କର ଗହିର । ସୂଚନା ଅନୁସାରେ, ଆମ୍ବପାଲି ଗ୍ରାମର ଜାନକୀ ମହାନନ୍ଦ(୪୮) ବିଲକୁ ଯାଇଥିଲେ ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ରାତି ପ୍ରାୟ ୭ ଟାରେ ମହିଳାଙ୍କ ମୃତ୍ୟୁ ଦେହକୁ ଏକ ବିଲ ପାଖେ ଦେଖିବାକୁ ପାଇଥିଲେ ।

ବିଲରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ଘଟଣାର ଫର୍ଦ୍ଦାଫାସ

ଏହା ମଧ୍ୟ ପଢନ୍ତୁ: ବିଲରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପରେ ପରିବାର ଲୋକେ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ମହିଳାର ମୁଣ୍ଡକୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ପୁଅ ପଦ୍ମନାଭ ମହାନନ୍ଦ । ତେବେ ଘଟଣା ସମ୍ପର୍କରେ ସଇଁତଳା ପୋଲିସ ତିନି ଜଣକୁ ଅଟକ ରଖି ପଚରାଉଚରା କରିଥିଲା । ସେପଟେ ଦୁଇ ଜଣ ଯୁବକ ନିର୍ଦ୍ଦୋଷ ଥିବା ବେଳେ ଜଣେ ହତ୍ୟା କରିଥିବା ପୋଲିସ ସମ୍ମୁଖରେ ସ୍ଵୀକାର କରିଥିଲା ।

ତେବେ ଅଭିଯୁକ୍ତ ପୁଷ୍କର ଗହିରକୁ ଆଜି ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ସଇଁତଳା ଥାନା ଅଧିକାରୀ ଅବନୀ ସାହୁ ସମେତ ସଇଁତଳା ପୋଲିସ ଘଟଣା ସ୍ଥଳକୁ ନେଇ ସିନରିକ୍ରେସନ କରଯାଇଥିଲା । ଘଟଣାସ୍ଥଳରେ ଏକ ଧାନ କଟା ଦାଆ ଜବତ କରିବା ସହ ଏକ ବାଉଁଶ ଠେଙ୍ଗା ଜବତ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ସୀମା ବିବାଦ ପ୍ରସଙ୍ଗରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଅଭିଯୁକ୍ତ ପୁଷ୍କର ଗହୀର କହିବା ଅନୁଯାୟୀ, ବିଲରେ ମହିଳା ଜଣକ ମାଛ ମାରିବା ପାଇଁ ଆସିଥିଲେ ସେହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଯାହା ଫଳରେ ଅଭିଯୁକ୍ତ ଉତ୍ତେଜିତ ହୋଇ ଧାନ କଟା ଦାଆ ସାହାଯ୍ୟରେ ମହିଳା ଉପରେ ଆକ୍ରମଣ କରିଥିଲେ । ଯାହାଦ୍ୱାରା ମହିଳା ଜଣକ ବିଲ ଭିତରେ ପଡ଼ିଯାଇଥିଲେ । କିଛି ସମୟ ପରେ ମହିଳା ଜଣକ ଉଠିବା ପାଇଁ ପ୍ରୟାସ କରିଥିଲେ ପୁଣି ଅଭିଯୁକ୍ତ ତାହା ଦେଖି ଠେଙ୍ଗାରେ ମାଡ ମାରିଥିଲେ ।

ପରେ ଦୋଷ ଲୁଚାଇବା ପାଇଁ ରକ୍ତାକ୍ତ ଧାନ କଟା ଦାଆକୁ ନେଇ ବିଲକୁ ଯାଇ ପାଣିରେ ଧୋଇଥିଲେ ଠେଙ୍ଗାକୁ ପାଲ ଗଦା ଭିତରକୁ ଫିଙ୍ଗି ଦେଇଥିଲେ । ସେପଟେ ପୋଲିସ୍ ଏହି ଘଟଣାରେ ହତ୍ୟାରେ ବ୍ୟବହୃତ ଦାଆ, ବାଉଁଶ ଠେଙ୍ଗା, ରକ୍ତ ଭିଜା କପଡ଼ା ଇତ୍ୟାଦି ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details