ଅନୁଗୋଳ:ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଋଣ ଟଙ୍କା ବ୍ୟାଙ୍କରେ ଜମା ନ କରି ନିଜେ ଚଳୁ କରିଦେଲେ ବ୍ୟାଙ୍କ କର୍ମଚାରୀ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ସଦର ଥାନା ଜରସିଙ୍ଗା ଅଞ୍ଚଳରୁ । 9ଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୨୭ ଲକ୍ଷରୁ ଅଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି ।
ମହିଳା ସଶକ୍ତିକରଣ ପାଇଁ ସରକାର ଋଣ ଯୋଗାଉ ଥିବାବେଳେ ତାର ଫାଇଦା ଉଠାଉଛନ୍ତି ବ୍ୟାଙ୍କ କର୍ମଚାରୀ । ମହିଳା ଗୋଷ୍ଠୀଙ୍କ କିସ୍ତି ଟଙ୍କା ହଡପ କରିନେଲେ ବ୍ୟାଙ୍କ କର୍ମଚାରୀ । 9ଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୨୭ ଲକ୍ଷରୁ ଅଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଅନୁଗୋଳ ସଦର ଥାନା ଜରସିଙ୍ଗା ଗାଁର ୯ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମିଶନ ଶକ୍ତି ଜରିଆରେ ଇଣ୍ଡିଆନ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଲେଖାଏଁ ଋଣ ମିଳିଥିଲା । ମହିଳା ଗୋଷ୍ଠୀ ଏହାକୁ ପରିଶୋଧ କରିବା ପାଇଁ ବ୍ୟାଙ୍କକୁ ଇଏମଆଇ ଆକାରରେ ପ୍ରତ୍ୟେକ ମାସରେ ଟଙ୍କା ପରିଶୋଧ କରୁଥିଲେ । ଏସବୁ ଟଙ୍କା ନେଇ ବ୍ୟାଙ୍କରେ ଡିପୋଜିଟ କରିବା ପାଇଁ ଜଣେ ଏଜେଣ୍ଟକୁ ନିୟୋଜିତ କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ... ଜୀବିକା ମିଶନରେ ବ୍ୟାପକ ଦୁର୍ନୀତି ! ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହେଲେ ମିଶନ ଶକ୍ତି ମହିଳା