ଓଡିଶା

odisha

ହସ୍ପିଟାଲରୁ ମେଡିସିନ ଫିଙ୍ଗା ଘଟଣା, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଟାର୍ଗେଟ କଲା ବିଜେପି

By

Published : Sep 21, 2021, 8:35 PM IST

ହସ୍ପିଟାଲରୁ ମେଡିସିନ ଫିଙ୍ଗା ଘଟଣା, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଟାର୍ଗେଟ କଲା ବିଜେପି
ହସ୍ପିଟାଲରୁ ମେଡିସିନ ଫିଙ୍ଗା ଘଟଣା, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଟାର୍ଗେଟ କଲା ବିଜେପି ()

ଚିକିତ୍ସା ସେବା କ୍ଷେତ୍ରରେ ମେଡିସିନ ପାଇଁ ଲୋକେ ହସ୍ପିଟାଲ ଦୌଡିଦୌଡି ନୟାନ୍ତ ହେଉଛନ୍ତି ଲୋକେ । ମେଡିକାଲ ପରିସରରେ ଥିବା କ୍ବାର୍ଟରରେ ଖତ ଖାଉଛି କୋଟି କୋଟି ଟଙ୍କାର ସରକାରୀ ଔଷଧ । ଅଧିକ ପଢନ୍ତୁ...

ଅନୁଗୋଳ: ଖତ ଖାଉଛି କୋଟି କୋଟି ଟଙ୍କାର ସରକାରୀ ଔଷଧ । ଲୋକଙ୍କ ପାଇଁ ଆସିଥିବା କୋଟି କୋଟି ଟଙ୍କାର ଔଷଧ ଲୋକମାନଙ୍କୁ କାହିଁକି ଦିଆଯାଇନି ବୋଲି ପ୍ରଶ୍ନ କରିଛି ଅନୁଗୋଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା । ଆଉ ଏହାର ଏକ ପ୍ରତିନିଧି ଦଳ ମେଡ଼ିସିନ ପଡିଥିବା ସ୍ଥାନ ଗୁଡିକୁ ତଦାରଖ କରିବା ସହ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ଦାବି କରିଛି । ଆଉ ଏହି ଘଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଦଳ ।

ହସ୍ପିଟାଲରୁ ମେଡିସିନ ଫିଙ୍ଗା ଘଟଣା, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଟାର୍ଗେଟ କଲା ବିଜେପି

ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ସରକାରୀ ମେଡ଼ିକାଲର ଏକ କ୍ବାର୍ଟର ମଧ୍ୟରୁ କୋଟି କୋଟି ଟଙ୍କାର ଅତ୍ୟାବଶ୍ୟକ ମେଡ଼ିସିନ ବାହାରିବା ଏବଂ ଏହାକୁ ଫିଙ୍ଗା ଯିବା ଘଟଣାକୁ ନେଇ କଂଗ୍ରେସ ପରେ ବିଜେପି ଅନୁଗୋଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ଘଟଣା ତଦନ୍ତ ଦାବି କରାଯାଇଛି ।

ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମେଡ଼ିକାଲରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଦଳ ଅଭିଯୋଗ କରିଛି । ତେବେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଥିବା ବେଳେ ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରିଥିବା ସୂଚନା ଦେଇଛି ।

ସେପଟେ କିଭଳି ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ କୋଟି କୋଟି ଟଙ୍କାର ମେଡ଼ିସିନ ଏହି କ୍ବାର୍ଟରରୁ ମିଳିବାକୁ ନେଇ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାଛଡା ମହିଳା ମୋର୍ଚ୍ଚାର ଏକ ଟିମ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବା ସହ ଏତେ ମେଡ଼ିସିନ ଏଠାକୁ କିଭଳି ଆସିଲା, ଆଉ କେଉଁ ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କାର ମେଡିସିନ ଏଠାରେ ଗଚ୍ଛିତ ହୋଇଥିଲା, ସେନେଇ ସଠିକ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details