ବର୍ମିଂହାମ(ଇଂଲଣ୍ଡ): ରାଜ୍ୟଗୋଷ୍ଠୀ କ୍ରୀଡା(Commonwealth Games 2022) ପ୍ରତିଯୋଗିତାରେ ଭାରତକୁ ଆଉ ଏକ ରୌପ୍ୟ । ଲନ୍ ବଲ୍ ପୁରୁଷ ପ୍ରତିଯୋଗିତାରେ ଭାରତକୁ ସ୍ବର୍ଣ୍ଣ ମିଳିଛି । ପୁରୁଷ ଲନ୍ ବଲ୍(Lawn Bowl Men Team) ଟିମ୍ ଫାଇନାଲେ ନର୍ଦନ ଆୟରଲାଣ୍ଡକୁ ହରାଇ ସିଲଭର୍ ବିଜୟୀ ହୋଇଛନ୍ତି । ଟିମରେ ଭାରତ ପକ୍ଷରୁ ସୁନିଲ, ନବନୀତ, ଚନ୍ଦନ ଏବଂ ଦିନେଶ ଚମତ୍କାର ପ୍ରଦର୍ଶନ କରିଥିଲେ ।
ସେପଟେ ଆଜି(ଶନିବାର) ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରେ ଆଥଲେଟିକ୍ସରେ ଭାରତକୁ ତୃତୀୟ ମେଡାଲ ଦେଇଛନ୍ତି ପ୍ରିୟଙ୍କା ଗୋସ୍ବାମୀ । ମହିଳା 10 କିଲୋମିଟର ରେସ୍ ୱାକ୍ରେ ସିଲଭର ମେଡାଲ ବିଜୟୀ ହୋଇଛନ୍ତି ପ୍ରିୟଙ୍କା । 10 କିଲୋମିଟରକୁ 43 ମିନିଟ 38 ସେକେଣ୍ଡରେ ପହଞ୍ଚି ଇତିହାସ ରଚିଛନ୍ତି ଟୋକିଓ 2020 ଅଲମ୍ପିଆନ ପ୍ରିୟଙ୍କା ।
ସେହିପରି ୩୦୦୦ ମିଟର ଷ୍ଟେପଲଚେଜ ଇଭେଣ୍ଟରେ ଅବିନାଶ ସାବଲେ ଭାରତକୁ ସିଲଭର ମେଡାଲ ଭେଟି ଦେଇ ଥିବାବେଳେ ଭାରତୀୟ ମହିଳା କ୍ରିକେଟ ଟିମ୍ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି ।