ଓଡିଶା

odisha

ରୌପ୍ୟ ବିଜେତା ରଗବୀ ଟିମକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

By

Published : Sep 23, 2021, 10:13 PM IST

Updated : Sep 23, 2021, 10:19 PM IST

CM naveen patnaik felicitate to victorious U18 Girls Rugby team
ରୌପ୍ୟ ବିଜେତା ରଗବି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ()

ଏସିଆ ରଗବୀ ଚମ୍ପିଆନସିପ୍‌ ୨୦୨୧ରେ ରୌପ୍ୟ ପଦକ ବିଜୟୀ ଭାରତୀୟ ୧୮ ବର୍ଷରୁ କମ ବାଳିକା ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର:ଏସିଆ ରଗବୀ ଚମ୍ପିଆନସିପ୍‌ ୨୦୨୧ରେ ରୌପ୍ୟ ପଦକ ବିଜୟୀ ଭାରତୀୟ ୧୮ ବର୍ଷରୁ କମ ବାଳିକା ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ଟିମକୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଉଜବେକିସ୍ତାନର ତାସକେଣ୍ଟରେ ଏହଗି ମେଗା ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

କାଜାଖସ୍ତାନ, କିର୍ଗିଜସ୍ଥାନ, ସଂଯୁକ୍ତ ଆରବ ଏମିରେଟ୍ସ, ଭାରତ ଏବଂ ଆୟୋଜକ ଉଜବେକିସ୍ତାନ ସମେତ ଏସିଆର ମୋଟ ପାଞ୍ଚଟି ଦେଶ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ଭାରତୀୟ ବାକିଳା ଟିମ UAE ଠାରୁ ପରାସ୍ତ ହେବାସହ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲା ଓ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା ।

ଜୁନିଅର ବାଳିକା ରଗବୀ ଟିମର ଏହି ଐତିହାସିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଥିଲେ । ନବୀନ କହିଥିଲେ, “ଆପଣ ଚମତ୍କାର ଖେଳିଛନ୍ତି ଏବଂ ଅଳ୍ପକେ ସ୍ବର୍ଣ୍ଣ ହରାଇଛନ୍ତି। ଏହି ସଫଳତା ପାଇଁ ଆମେ ବହୁତ ଗର୍ବିତ । ମୁଁ ନିଶ୍ଚିତ ଯେ ଆଗାମୀ ବର୍ଷରେ ଏହା ଏକ ନୂତନ ଯାତ୍ରା ଆରମ୍ଭ, ଆପଣ ସମସ୍ତେ ଇତିହାସ ସୃଷ୍ଟି କରିବେ।”

କ୍ରୀଡା ଓ ବିଶେଷକରି ରଗବିକୁ ନିରନ୍ତର ସମର୍ଥନ କରୁଥିବାରୁ ଭାରତୀୟ ଟିମର ଖେଳାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Sep 23, 2021, 10:19 PM IST

ABOUT THE AUTHOR

...view details