ଓଡିଶା

odisha

5s World Cup Qualifier 2023: ଭାରତ ଚମ୍ପିଆନ, ବିଶ୍ବକପ ପାଇଁ ହାସଲ କଲା ଯୋଗ୍ୟତା

By ETV Bharat Odisha Team

Published : Aug 29, 2023, 9:07 AM IST

ମହିଳା ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଦଳ ଦମଦାର ପ୍ରଦର୍ଶନ କରିଛି । ଫାଇନାଲ ମ୍ୟାଚରେ ଥାଇଲାଣ୍ଡକୁ ହରାଇ ବିଶ୍ବକପ ଯୋଗ୍ୟତା ଅର୍ଜନ କରିଛି । ଅଧିକ ପଢନ୍ତୁ

5s World Cup Qualifier 2023
ଭାରତ ଚମ୍ପିଆନ, ବିଶ୍ବକପ ପାଇଁ ହାସଲ କଲା ଯୋଗ୍ୟତା

ନୂଆଦିଲ୍ଲୀ: ମହିଳା ହକି 5ଏସ ଏସିଆ କପରେ ମହିଳା ଭାରତୀୟ ହକି ଦଳ ଚମ୍ପିଆନ ହୋଇଛି । ଫାଇନାଲରେ ଥାଇଲାଣ୍ଡକୁ 7-2 ଗୋଲରେ ପରାସ୍ତ କରି ଅପରାଜେୟ ରହିଛି ଦଳ । ଏହା ସହିତ ଭାରତ ଏଫଆଇଏଚ ମହିଳା 5ଏସ ବିଶ୍ବକପ ଯୋଗ୍ୟତା ଅର୍ଜନ କରିଛି । ଚମ୍ପିଆନ ଭାରତୀୟ ଦଳକୁ ହକି ଇଣ୍ଡିଆ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି ।

ଫାଇନାଲରେ ଭାରତ ତାର ଆଧିପତ୍ୟ ବିସ୍ତାର କରିଥିଲା । 2 ଓ 8 ମିନିଟରେ ମାରିଆନା କୁଜୁର, 7ତମ ମିନିଟରେ ମୋନିକା ଦୀପି ଟପ୍ପୋ, 10 ଓ 27ତମ ମିନିଟରେ ଜ୍ୟୋତି, 23 ମିନିଟରେ ନବଜୌତ କୌର ଓ 29ତମ ମିନିଟରେ ମହିମା ଚୌଧୁରୀ ଗୋଲ ସ୍କୋର କରିଥିଲେ । ଥାଇଲାଣ୍ଡ ଦଳ ଗୋଲ ପରିଶୋଧ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା ମାତ୍ର ବିଫଳ ହୋଇଥିଲା । ମାତ୍ର 2ଟି ଗୋଲ ପରିଶୋଧ କରିଥିଲା । ଫଳରେ ଭାରତ 7-2 ଗୋଲରେ ବିଜୟ ହାସଲ କରି ଚମ୍ପିଆନ ହୋଇଥିଲା । ବିଶ୍ବକପ ଲାଗି ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତ ଅପରାଜେୟ ରହିଛି । ଦଳରେ ଦୁଇ ଓଡିଆ ଖେଳାଳି ସମସ୍ତ ମ୍ୟାଚରେ ଗୋଲ ଦେଇ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ।

ହକି ଇଣ୍ଡିଆର ପୁରସ୍କାର ଘୋଷଣା: ଭାରତୀୟ ମହିଳା ଦଳ ଚମ୍ପିଆନ ହେବା ପରେ ହକି ଇଣ୍ଡିଆ ସଭପତି ଦିଲ୍ଲୀପ ତୀର୍କୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ହକି ଇଣ୍ଡିଆ ପକ୍ଷରୁ ଦଳକୁ ପୁରସ୍କାର ରାଶି ଘୋଷଣା କରାଯାଇଛି । ପ୍ରତ୍ୟେକ ଖେଳାଳିଙ୍କୁ 2 ଲକ୍ଷ ଲେଖାଏ ଆର୍ଥିକ ରାଶି ସହ ପ୍ରତି ସପୋର୍ଟ ଷ୍ଟାଫଙ୍କୁ 1 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ।

ଏହା ବି ପଢନ୍ତୁ...5s World Cup Qualifier 2023: ଲଗାତାର ଚତୁର୍ଥ ବିଜୟ ସହ ଫାଇନାଲରେ ଭାରତ, ବିଶ୍ବକପ ପାଇଁ କ୍ୱାଲିଫାଇ କଲା ଟିମ୍‌

ଗତକାଲି(ସୋମବାର) ସେମିଫାଇନାଲରେ ଲଗାତାର ଚତୁର୍ଥ ବିଜୟ ସହ ମାଲେସିଆକୁ ସେମିଫାଇନାଲରେ 9-5 ଗୋଲରେ ପରାସ୍ତ କରିଥିଲା । ଏହା ପୂର୍ବରୁ ଥାଇଲାଣ୍ଡକୁ ଏକ ମ୍ୟାଚରେ 5-4 ଗୋଲରେ ପରାସ୍ତ କରି ଲଗାତାର ତୃତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଥିଲା । ଏହା ପୂୃର୍ବରୁ ଜାପାନ ଓ ମାଲେସିଆ ବିପକ୍ଷରେ ଖେଳିଥିଲା । ଜାପାନ ବିପକ୍ଷରେ 7-1 ଗୋଲରେ ବିଜୟ ହାସଲ କରିଥିଲା । ସେହିପରେ ମାଲେସିଆ ବିପକ୍ଷରେ 7-2 ଗୋଲରେ ଏକ ଜବରଦସ୍ତ ବିଜୟ ହାସଲ କରିଥିଲା ନବଜୌତ କୌରଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା ହକି ଦଳ । ଥାଇଲାଣ୍ଡ ବିପକ୍ଷରେ ଆଜମିନା, ଦୀପିଙ୍କ ଗୋଲରେ ଜିତିଥିଲା ଭାରତ । ଓଡ଼ିଶାର ଫରୱାର୍ଡ ମୋନିକା ଟପ୍ପୋ ଓ ଆଜମିନା କୁଜୁର ଦଳ ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ । 1 ଓ 7 ମିନିଟରେ ମୋନିକା ଓ 30ତମ ମିନିଟରେ ଆଜମିନା ଗୋଲ୍‌ ସ୍କୋର କରିଥିଲେ ।

ଏହା ବି ପଢନ୍ତୁ...Asian Hockey 5s World Cup Qualifiers: ଭାରତୀୟ ଦଳ ଘୋଷଣା, ଓଡିଶାରୁ 4 ଖେଳାଳି

ସେପଟେ ଆଜିଠୁ ପୁରୁଷ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହେବ । ଅଗଷ୍ଟ 29ରୁ ସେପ୍ଟେମ୍ବର 2 ତାରିଖ ଯାଏଁ ଏହା ଚାଲିବ । ଏ ନେଇ ଭାରତୀୟ ଦଳ ଓମାନରେ ପହଞ୍ଚି ସାରିଛି । ଏଲିଟି ପୁଲ୍‌ରେ ଭାରତୀୟ ଦଳ ସ୍ଥାନ ପାଇଥିବା ବେଳେ ଆଜି (ମଙ୍ଗଳବାର) ପ୍ରଥମ ମ୍ୟାଚରେ ବାଂଲାଦେଶ, ବୁଧବାର ଓମାନ ଓ ପାକିସ୍ତାନକୁ, ଗୁରୁବାର ମାଲେସିଆ ଓ ଜାପାନ ସହ ଖେଳିବ ।

ABOUT THE AUTHOR

...view details