ଓଡିଶା

odisha

SAI ବେଙ୍ଗାଲୁରୁ କ୍ୟାମ୍ପ୍‌ସରେ କୋରୋନା, ୧୬ ହକି ଖେଳାଳି ସଂକ୍ରମିତ

By

Published : Jan 22, 2022, 7:43 AM IST

ପୁରୁଷ ହକି ଟିମ ଇଣ୍ଡିଆର FIH ପ୍ରୋ ଲିଗ୍‌ ପ୍ରସ୍ତୁତିକୁ ବଡ ଝଟ୍‌କା । ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ(SAI) ବେଙ୍ଗାଲୁରୁ କ୍ୟାମ୍ପ୍‌ସରେ ଟିମର ୩୩ ସଦସ୍ୟ COVID-19 ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାମଧ୍ୟରେ ୧୬ଜଣ ଖେଳାଳି ରହିଛନ୍ତି । ଅଧିକ ପଢନ୍ତୁ

16 senior men's hockey players among 33 positive cases in SAI Bengaluru
COVID-19: SAI ବେଙ୍ଗାଲୁରୁ କ୍ୟାମ୍ପ୍‌ସରେ କୋରୋନା, ୧୬ ହକି ଖେଳାଳି ସଂକ୍ରମିତ

ନୂଆଦିଲ୍ଲୀ: ପୁରୁଷ ହକି ଟିମ ଇଣ୍ଡିଆର FIH ପ୍ରୋ ଲିଗ୍‌ ପ୍ରସ୍ତୁତିକୁ ବଡ ଝଟ୍‌କା । ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ(SAI) ବେଙ୍ଗାଲୁରୁ କ୍ୟାମ୍ପ୍‌ସରେ ଟିମର ୩୩ ସଦସ୍ୟ COVID-19 ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାମଧ୍ୟରେ ୧୬ଜଣ ଖେଳାଳି ରହିଥିବା ଜଣାପଡିଛି । ଫଳରେ କାନାଡା ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ FIH ପ୍ରୋ ଲିଗ୍‌ ମ୍ୟାଚ୍‌ ପ୍ରସ୍ତୁତି ପ୍ରଭାବିତ ହୋଇଛି ।

ଏହାମଧ୍ୟ ପଢନ୍ତୁ:ଦ୍ବିତୀୟ ଦିନିକିଆରେ ଭାରତର ପରାଜୟ, ଟେଷ୍ଟ ପରେ ODI ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

୧୬ଜଣ ପୁରୁଷ ହକି ଖେଳାଳିଙ୍କ ବ୍ୟତୀତ ଫେବୃଆରୀ ୮ରୁ ୧୩ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ସୂଚୀ ରହିଥିବା ୪ଟି FIH ପ୍ରୋ ଲିଗ୍‌ ମ୍ୟାଚ୍‌ ପାଇଁ ଟିମ ସହିତ ରହିଥିବା ସିନିୟର ହକି ଟିମର ଜଣେ କୋଚ୍‌ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତ ସଦସ୍ୟଙ୍କ ଠାରେ କୌଣସି ଲକ୍ଷଣ ନଥିବା ଜଣାପଡିଛି ।

SAI ବେଙ୍ଗାଲୁରୁ କ୍ୟାମ୍ପ୍‌ସରେ ହୋଇଥିବା ମୋ ୧୨୮ ନମୁନା ମଧ୍ୟରୁ ୩୩ଟି COVID-19 ପଜିଟିଭ ମାମଲା ଥିବା ଚିହ୍ନଟ ହୋଇଛି । ଏହାମଧ୍ୟରେ ୧୬ଜଣ ସିନିୟର ପୁରୁଷ ଖେଳାଳି ରହିଛନ୍ତି । ଶୁକ୍ରବାର SAI ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।

ABOUT THE AUTHOR

...view details