ETV Bharat / sports

ଦ୍ବିତୀୟ ଦିନିକିଆରେ ଭାରତର ପରାଜୟ, ଟେଷ୍ଟ ପରେ ODI ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

author img

By

Published : Jan 21, 2022, 10:08 PM IST

ଟେଷ୍ଟ ସିରିଜରେ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ହାରିଲା ଟିମ ଇଣ୍ଡିଆ । ୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜକୁ ୨-୦ରେ ଆଗୁଆ ଜିତିନେଇଛି ଦକ୍ଷିଣ ଆଫ୍ରିକା । ଅଧିକ ପଢନ୍ତୁ

South africa beat india by 7 wickets sealed ODI series 2-o
ଦ୍ବିତୀୟ ଦିନିକିଆରେ ଭାରତର ପରାଜୟ, ଟେଷ୍ଟ ପରେ ODI ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ପର୍ଲ(ଦକ୍ଷିଣ ଆଫ୍ରିକା): ଟେଷ୍ଟ ସିରିଜରେ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ହାରିଲା ଟିମ ଇଣ୍ଡିଆ । ୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜକୁ ୨-୦ରେ ଆଗୁଆ ଜିତିନେଇଛି ଦକ୍ଷିଣ ଆଫ୍ରିକା । ବୋଲାଣ୍ଡ ପାର୍କ, ପର୍ଲରେ ଶୁକ୍ରବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ କେଏଲ ରାହୁଲଙ୍କ ନେତୃତାଧୀନ ଭାରତୀୟ ଟିମକୁ ୭ ୱିକେଟରେ ହରାଇଛି ଦକ୍ଷିଣ ଆଫ୍ରିକା ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ କ୍ୟାପଟେନ କେଏଲ ରାହୁଲ । ଋଷଭ ପନ୍ତ ୮୫ ଓ କେଏଲ ରାହୁଲ ୫୫ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୨୮୭ ରନ୍‌ ସଂଗ୍ରହ କରିଥିଲା ଭ୍ରମଣକାରୀ ଟିମ । ଫଳରେ ୨୮୮ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ଘରୋଇ ଟିମ ୪୮.୧ ଓଭରରେ ଆବଶ୍ୟକୀୟ ରନ୍‌ ହାସଲ କରିନେଇଥିଲା । ଏହି ବିଜୟସହ ଆଗୁଆ ସିରିଜ କବ୍ଜା କରିଛି ତେମ୍ବା ବାଭୁମାଙ୍କ ଟିମ ।

ଏହାମଧ୍ୟ ପଢନ୍ତୁ: ପୁଣି ଶୂନରେ ଆଉଟ୍‌ କୋହଲି, ଅଲୋଡା ରେକର୍ଡରେ ଦ୍ରାବିଡଙ୍କୁ ଟପିଲେ

ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ଜାନେମନ ମଲାନ ମ୍ୟାଚ୍‌ ବିଜୟୀ ୯୧ ରନ୍‌ର ଇଂନିସ ଖେଳିଥିଲେ । ଅନ୍ୟତମ ଓପନର କ୍ବିଣ୍ଟନ ଡି କକ୍‌ ମଧ୍ୟ ୭୮ ରନ୍‌ର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଉଭୟ ପ୍ରଥମ ୱିକେଟ ଯୋଡିରେ ୧୩୨ ରନ୍‌ର ଶତକୀୟ ଭାଗିଦାରୀ ସହ ବିଜୟର ମୂଳଦୁଆ ପକାଇଥିଲେ । ପରେ କ୍ୟାପଟେନ ବାଭୁମା ୩୫ ରନ୍‌ର ଯୋଗଦାନ କରିଥିଲେ । ତେବେ ଫର୍ମଟରେ ଥିବା ଦୁଇ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍‌ର ଆଡନ ମାର୍କ୍ରମ ଓ ରସି ଭନ ଡର୍‌ ଡସନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଟିମକୁ ବିଜୟୀ କରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.