ଓଡିଶା

odisha

ପନ୍ତଙ୍କ ଦମଦାର ଶତକ, ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ବିଜୟ ଲକ୍ଷ୍ୟ ରଖିଲା ଭାରତ

By

Published : Jan 13, 2022, 7:05 PM IST

Updated : Jan 13, 2022, 8:09 PM IST

Rishabh pant slams ton, india set taget of 212 runs against south Africa
ପନ୍ତଙ୍କ ଦମଦାର ଶତକ, ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ବିଜୟ ଲକ୍ଷ୍ୟ ରଖିଲା ଭାରତ ()

କେପଟାଉନ ଟେଷ୍ଟରେ ଋଷଭ ପନ୍ତଙ୍କ ଦମଦାର ଶତକ । ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ । ଅଧିକ ପଢନ୍ତୁ

କେପ୍‌ ଟାଉନ୍‌:ରୋମାଞ୍ଚକର ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ । ୱିକେଟକିପର ବ୍ୟାଟର ଋଷଭ ପନ୍ତଙ୍କ ଦମଦାର ଅପରାଜିତ ଶତକ ହାସଲ କରିଛନ୍ତି । ନିର୍ଣ୍ଣାୟକ ଟେଷ୍ଟର ଦ୍ବିତୀୟ ଇଂନିସରେ ୧୯୮ ରନ୍‌ରେ ଅଲଆଉଟ୍‌ ହୋଇଛି ଭାରତ । ଫଳରେ ସିରିଜ ୨-୧ରେ ଜିତିବାକୁ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ ।

ଲଞ୍ଚ୍‌ ବ୍ରେକ୍‌ ପରେ ୧୩୦/୪ରୁ ଖେଳ ଆରମ୍ଭ କରିଥିବା ଭାରତୀୟ ଟିମକୁ କ୍ୟାପଟେନ ବିରାଟ କୋହଲିଙ୍କ ରୂପରେ ବଡ ଝଟକା ଲାଗିଥିଲା । ଋଷଭ ପନ୍ତ ଓ ବିରାଟ କୋହଲିଙ୍କ ଭାଗିଦାରୀ ଶେଷ ହୋଇଥିଲା । ଲୁଙ୍ଗି ନିଙ୍ଗିଡି କୋହଲିଙ୍କୁ ଆଉଟ୍‌ କରିବା ସହ ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲେ । କୋହଲିଙ୍କ ୱିକେଟ ପରେ ଭାରତର ସ୍କୋର ୧୫୨/୫ରେ ସଂଘର୍ଷ କରିଥିଲା ଭାରତ ।

ଏହାମଧ୍ୟ ପଢନ୍ତୁ:ଭାରତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କ ଅବସର ଘୋଷଣା

ପରେ କାଗିସୋ ରବାଡା, ଉମେଶ ଯାଦବଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରାଇ ଦେଇଥିଲେ । ମାର୍କୋ ଜେନସେନ ମଧ୍ୟ ମହମ୍ମଦ ସାମି ଓ ଜଶପ୍ରୀତ ବୁମରାଙ୍କୁ ଆଉଟ୍‌ କରିବା ସହ ଭାରତକୁ ୧୯୮ ରନ୍‌ର ସୀମିତ ରଖିବାକୁ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ।

ପୂର୍ବରୁ ପ୍ରଥମ ସେସନରେ ଭାରତ ୫୭/୨ରୁ ଖେଳ ଆରମ୍ଭ କରିଥିଲା ଓ ଚେତେଶ୍ବର ପୂଜାରାଙ୍କ ୱିକେଟ ପ୍ରଥମ ଓଭରରେ ହରାଇଥିଲା ଭାରତ । ଏହାପରେ ଅଜିଙ୍କ୍ୟ ରାହାଣେ ମଧ୍ୟ ଶୀଘ୍ର ପାଭିଲିଅନ ଫେରିଥିଲେ ।

ସଂକ୍ଷିପ୍ତ ସ୍କୋର:ଭାରତ ୨୨୩ ଓ ୧୯୮(ଋଷଭ ପନ୍ତ ୧୦୦*, ବିରାଟ କୋହଲି ୨୯; ମାର୍କୋ ଜେନସେନ ୪-୩୬ ); ଦକ୍ଷିଣ ଆଫ୍ରିକା ୨୧୦ ।

ANI

Last Updated :Jan 13, 2022, 8:09 PM IST

ABOUT THE AUTHOR

...view details