ଓଡିଶା

odisha

ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ କରିବ ପାକିସ୍ତାନ, ଭାରତ ନଗଲେ କ୍ଷତିପୂରଣ ଦାବି କରିବ ପିସିବି

By ETV Bharat Odisha Team

Published : Nov 26, 2023, 9:49 PM IST

ଏସିଆ କପ୍‌ ୨୦୨୩ ଭଳି ଚମ୍ପିଆନ୍ସ ଟ୍ରଫି ୨୦୨୫ରେ ଯଦି ଭାରତ ପାକିସ୍ତାନରେ ଖେଳିବାକୁ ରାଜି ନହୁଏ, ତେବେ ଆଇସିସି କ୍ଷତି ଭରଣା କରିବାକୁ ଦାବି କରିବ ପିସିବି । ଅଧିକ ପଢ଼ନ୍ତୁ

ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ କରିବ ପାକିସ୍ତାନ
ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ କରିବ ପାକିସ୍ତାନ

ହାଇଦ୍ରାବାଦ: ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ କରିବ ପାକିସ୍ତାନ । ଏହି ହାଇପ୍ରୋଫାଇଲ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ଅଧିକାର ଚୁକ୍ତିନାମାରେ ସ୍ବାକ୍ଷର କରିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଗ୍ରହ ପ୍ରକାଶ କରିଛି । ହେଲେ ଏସିଆ କପ୍‌ ୨୦୨୩ ଆୟୋଜନ ଅଧିକାର ପାଇ ମଧ୍ୟ ଏକାକୀ ଆୟୋଜନ କରିପାରିନଥିଲା ପାକିସ୍ତାନ । ତେଣୁ ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତ ଯଦି ସୁରକ୍ଷାଜନିତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତ କରିବା ପାଇଁ ରାଜି ନହୁଏ, ତେବେ ସେଥିପାଇଁ ପିସିବି କ୍ଷତିପୂରଣ ଦାବି କରିବ ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି ।

ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ ଅଧିକାର ପାକିସ୍ତାନକୁ ଦେବା ପାଇଁ ଆଇସିସି ଏକ ପ୍ରକାର ସ୍ଥିର କରିସାରିଛି । ହେଲେ ଆଇସିସି ପରିଚାଳନା କମିଟି ଏବଂ ପିସିବି ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ଚୁକ୍ତି ସ୍ବାକ୍ଷରିତ ହୋଇନାହିଁ । ହେଲେ ଭାରତରେ ଦିନିକିଆ ବିଶ୍ବକପ୍‌ ଚାଲିଥିବା ବେଳେ ଅହମ୍ମଦାବାଦ ଠାରେ ଆଇସିସି କାର୍ଯ୍ୟନିର୍ବାହୀ ବୋର୍ଡ ଅଧିକାରୀଙ୍କ ସହ ପିସିବି ଚେୟାରମ୍ୟାନ ଜାକା ଅଶ୍ରଫ ଓ ସିଓଓ ସଲ୍‌ମାନ ନାସିର୍‌ଙ୍କ ମଧ୍ୟରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିବା ପିସିବି ସୂତ୍ରରୁ ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ତୁଟିନି ଏସିଆ କପ୍‌ ବିବାଦ: ପାକିସ୍ତାନରେ ଅଧିକ ମ୍ୟାଚ୍‌ ଆୟୋଜନ ପାଇଁ ଦାବି ରଖିବ ପିସିବି

ତେବେ ଏସିଆ କପ୍‌ ୨୦୨୩ ଆୟୋଜନ ଅଧିକାର ମଧ୍ୟ ପାକିସ୍ତାନ ପାଖରେ ଥିଲା । ହେଲେ ସୁରକ୍ଷାଜନିତ କାରଣ ଦର୍ଶାଇ ଭାରତୀୟ ଦଳକୁ ପାକିସ୍ତାନ ପଠାଇବାକୁ ରାଜି ହୋଇନଥିଲା ବିସିସିଆଇ । ଫଳରେ ଏସିଆ କପ୍‌ ଶ୍ରୀଲଙ୍କା ଓ ପାକିସ୍ତାନ ଉଭୟ ଦେଶରେ ଖେଳାଯିବାକୁ ଏସୀୟ କ୍ରିକେଟ୍‌ ପରିଷଦ ନିଷ୍ପତ୍ତି ନେଇଥିଲେ । ଏଥର ଆଇସିସି ଇଭେଣ୍ଟରେ ମଧ୍ୟ ସମାନ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା କରିଛି ପାକିସ୍ତାନ । ଏନେଇ ପିସିବିର ଜଣେ ଅଧିକାରୀଘଙ୍କ କହିବା ଅନୁସାରେ ଗତ ଦୁଇ ବର୍ଷ ହେବ ଏକାଧିକ ଟିମ୍‌ ପାକିସ୍ତାନ ଗସ୍ତରେ ଆସିଛନ୍ତି । ସେମାନେ ସୁରକ୍ଷାଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି । ଭାରତ ଯଦି ପାକିସ୍ତାନ ଖେଳିବାକୁ ନଆସେ ଓ ମ୍ୟାଚ୍‌ ଗୁଡ଼ିକ ଅନ୍ୟ ଦେଶରେ ଖେଳିବା ପାଇଁ ନିଷ୍ପତ୍ତି ହୁଏ, ତେବେ ଆଇସିସିକୁ କ୍ଷତି ଭରଣା କରିବାକୁ ପଡ଼ିବ ବୋଲି ପିସିବି ଅଫିସିଆଲ ଆଇସିସିକୁ ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଲିଗ୍‌ ପର୍ଯ୍ୟାୟ ସହ ସରିଲା ଚମ୍ପିଆନ୍ସ ଟ୍ରଫି ରେସ୍‌, ଜାଣନ୍ତୁ କେଉଁ ଦୁଇ ଦଳ ପଡ଼ିଲେ ବାଦ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details