ଓଡିଶା

odisha

ମହମ୍ମଦ ସାମି କୋରୋନା ସଂକ୍ରମିତ

By

Published : Sep 18, 2022, 7:30 AM IST

ଭାରତୀୟ ପେସ ବୋଲର ମହମ୍ମଦ ସାମି କୋରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ବଦଳରେ ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇପାରେ । ଅଧିକ ପଢନ୍ତୁ

mohammed shami covid positive
ମହମ୍ମଦ ସାମି କୋରୋନା ସଂକ୍ରମିତ

ନୂଆଦିଲ୍ଲୀ:ମହମ୍ମଦ ସାମି କୋରୋନା ସଂକ୍ରମିତ ହୋଇଛନ୍ତି (mohammed shami tests positive for covid) । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି-ଟ୍ବେଣ୍ଟି ସିରିଜ ପୂର୍ବରୁ ଟିମ ଇଣ୍ଡିଆର ପେସ ବୋଲର ମହମ୍ମଦ ସାମି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ସେ ଟିମ ସହ ମୋହଲି ଯାତ୍ରା ନକରି ଆଇସୋଲେସେନରେ ରହିଛନ୍ତି ।

ଆସନ୍ତା 20 ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । 23 ତାରିଖରେ ଦ୍ବିତୀୟ ଓ 25 ତାରିଖରେ ଅନ୍ତିମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ସାମି କୋରୋନା ସଂକ୍ରମିତ ହୋଇଥିବାରୁ ପ୍ରଥମ ମ୍ୟାଚରୁ ବାଦ ପଡିବା ନିଶ୍ଚିତ ହୋଇଛି । ତେବେ ସେ ଜଲଦି ସୁସ୍ଥ ହେଲେ ବାକି ଦୁଇଟି ମ୍ୟାଚରେ ଦଳକୁ ଯୋଗ ଦେଇପାରିବେ ବୋଲି ଆଶା କରାଯାଉଛି । ସାମିଙ୍କ ବଦଳରେ ଦଳରେ ଉମେଶ ଯାଦବଙ୍କୁ ସାମିଲ କରାଯାଇପାରେ ।

ସାମି ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ସେ ନମୁନା ପରୀକ୍ଷା କରାଇଥିଲେ । ରିପୋର୍ଟ ପଜିଟିଭ ଆସିଥିଲା । ସାମିଙ୍କ ନିକଟରେ କୋରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଛି । ସେ ବର୍ତ୍ତମାନ ଆଇସୋଲେସରେ ଅଛନ୍ତି । ରିପୋର୍ଟ ନେଗେଟିଭ ଆସିଲେ ସେ ଟିମରେ ଯୋଗ ଦେବେ ବୋଲି କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ । 2021 ଟି-ଟ୍ବେଣ୍ଟି ବିଶ୍ବ କପରେ ସାମି ଶେଷ ଥର ପାଇଁ ନାମିବ୍ୟା ବିପକ୍ଷରେ ଖେଳିଥିଲେ । ଚଳିତ ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଘୋଷିତ 15 ଜଣିଆ ଦଳରେ ସାମିଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି । ତେବେ ତାଙ୍କୁ ମୁଖ୍ୟ ଦଳରେ ସାମିଲ କରିବାକୁ ଯୋଜନା କରୁଛି ବିସିସିଆଇ । ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଖେଳାଯିବ ଟି-ଟ୍ବେଣ୍ଟି ବିଶ୍ବକପ ।

ଏହା ବି ପଢନ୍ତୁ...ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାକ୍ ଅପ: ଭାରତ ଏ ସ୍କ୍ବାର୍ଡରେ ସାମିଲ ହେଲେ ରାଜ ଅଙ୍ଗଦ ବାୱା

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପାଇଁ ମଧ୍ୟ ଭାରତୀୟ ଟିମ: ରୋହିତ ଶର୍ମା (କ୍ୟାପଟେନ୍‌), କେଏଲ ରାହୁଲ (ଭାଇସ କ୍ୟାପଟେନ୍‌), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦିନଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ହର୍ଷଲ ପଟେଲ୍‌, ଦୀପକ ଚହର, ଜଶପ୍ରୀତ ବୁମରା ।

ABOUT THE AUTHOR

...view details