ETV Bharat / sports

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାକ୍ ଅପ: ଭାରତ ଏ ସ୍କ୍ବାର୍ଡରେ ସାମିଲ ହେଲେ ରାଜ ଅଙ୍ଗଦ ବାୱା

author img

By

Published : Sep 17, 2022, 4:40 PM IST

ଚେନ୍ନାଇରେ ସେପ୍ଟେମ୍ବର 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି ନ୍ୟୁଜିଲ୍ୟାଣ୍ଡ 'ଏ' ବିପକ୍ଷ ( New Zealand "A" ) ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ । ଅଣ୍ଡର ୧୯ ବିଶ୍ବକପ ବିଜେତା ରାଜ ଅଙ୍ଗଦ ବାୱା ଏହି ସିରିଜ ଖେଳିବେ । ତେବେ ଏହି ସିରିଜରେ ବାୱାଙ୍କୁ ସ୍ଥାନ ଦେବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିକଳ୍ପ ସୃଷ୍ଟି କରିବା ଚୟନକର୍ତ୍ତାଙ୍କ ଉଦ୍ଦେଶ୍ୟ ରହିଛି । ଅଧିକ ପଢନ୍ତୁ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାକ୍ ଅପ ଭାବରେ ଭାରତୀୟ 'ଏ' ସ୍କ୍ବାଡରେ ସାମିଲ ହେଲେ ରାଜ ଅଙ୍ଗଦ ବାୱା
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାକ୍ ଅପ ଭାବରେ ଭାରତୀୟ 'ଏ' ସ୍କ୍ବାଡରେ ସାମିଲ ହେଲେ ରାଜ ଅଙ୍ଗଦ ବାୱା

ହାଇଦ୍ରାବାଦ: ଚେନ୍ନାଇରେ ସେପ୍ଟେମ୍ବର 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି ନ୍ୟୁଜିଲ୍ୟାଣ୍ଡ 'ଏ' ବିପକ୍ଷ ( New Zealand "A" ) ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ । ଯେଉଁ ସିରିଜରେ ନେତୃତ୍ବ ନେଉଛନ୍ତି ଯୁବ ଷ୍ଟାର ବ୍ୟାଟର ସଞ୍ଜୁ ସାମସନ ( Sanju Samson to lead the team ) । ତେବେ ଏହି ସିରିଜରେ ଭାରତ "ଏ" ସ୍କ୍ବାର୍ଡରେ ( India "A" squad ) ଯୁବ ଅଲରାଉଣ୍ଡର ରାଜ ଅଙ୍ଗଦ ବାୱା ( RAJ ANGAD BAWA ) ଦଳରେ ସ୍ଥାନ ପାଇଛନ୍ତି । ଅଣ୍ଡର ୧୯ ବିଶ୍ବକପ ବିଜେତା ରାଜ ଅଙ୍ଗଦ ବାୱା ଜଣେ ମିଡିୟମ ଫାଷ୍ଟ ବୋଲର ସହିତ ଜଣେ ଦମଦାର ବ୍ୟାଟର । ସେ ଚଣ୍ଡିଗଡ଼ ପାଇଁ ଦୁଇଟି ରଣଜୀ ଟ୍ରଫି ଖେଳ ଖେଳିଛନ୍ତି । ତେବେ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଭାରତ "ଏ" ସ୍କ୍ବାର୍ଡରେ ରାଜ ଅଙ୍ଗଦ ବାୱା ମନୋନୀତ କରିବା ନେଇ ଏକ ଭିନ୍ନ ଉଦ୍ଦେଶ୍ୟ ରହିଛି । ରାଜ ଅଙ୍ଗଦ ବାୱା ଏହି ସ୍କ୍ବାର୍ଡରେ ସାମିଲ କରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିକଳ୍ପ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଯଦି ବାୱା ଏହି ସିରିଜରେ ଦମଦାର ପ୍ରଦର୍ଶନ କରନ୍ତି ତାହେଲେ ତାଙ୍କର ଭାରତୀୟ ଦଳରେ ସାମିଲ ହେବାକୁ ନେଇ ଚିନ୍ତା କରାଯିବା ନେଇ ସୂଚନା ରହିଛି ।

  • NEWS - India "A" squad for one-day series against New Zealand "A" announced.

    Sanju Samson to lead the team for the same.

    More details here 👇👇https://t.co/x2q04UrFlY

    — BCCI (@BCCI) September 16, 2022 " class="align-text-top noRightClick twitterSection" data=" ">

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଦମଦାର ଫର୍ମରେ ରହିଛନ୍ତି । ମିଡିଲ ଅର୍ଡର ବ୍ୟାଟର ତଥା ଦମଦାର ଫିନିସର ଭାବରେ ଭାରତୀୟ ଟିମରେ ତାଙ୍କର ଦବଦବା ରହିଛି । ଟପ ଅର୍ଡର ବ୍ୟାଟର ଫେଲ ମାରିଲେ ଦଳ ମିଡିଲ ଅର୍ଡରରେ ପାଣ୍ଡ୍ୟାଙ୍କ ଉପରେ ଭରସା ରଖିଥାଏ । କେବଳ ଭାରତୀୟ ଟିମ ନୁହେଁ ଆଇପିଏଲ ଫ୍ରାଞ୍ଚାଇଜ ଗୁଜୁରାଟ ଟାଇଟନ୍ସରେ ଅଧିନାୟକ ଭାର ସମ୍ଭାଳି ଦଳକୁ ଟ୍ରଫି ଦେଇ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି । ତେଣୁ ଯିଏ ବାରମ୍ବାର କାର୍ଯ୍ୟଭାର ପରିଚାଳନା ଉପରେ ଧ୍ୟାନ ଦେବା ସହିତ ନେତୃତ୍ବ ସମ୍ଭାଳି ପାରୁଥିବେ । ସେଭଳି ପ୍ଲେୟର ଅନୁସନ୍ଧାନରେ ରହିଛନ୍ତି ଚୟନକର୍ତ୍ତା । ଏହି ସିରିଜିର ପ୍ରଥମ ମ୍ୟାଚ ସେପ୍ଟେମ୍ବର ୨୨ ତାରିଖ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୫ ତାରିଖରେ ଦ୍ବିତୀୟ ଦିନିକିଆ ମ୍ୟାଚ ଏବଂ ସେପ୍ଟେମ୍ବର ୨୭ ତାରିଖରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବା ନେଇ ଖେଳ ସୂଚୀ ଧାର୍ଯ୍ୟ ହୋଇଛି । ଦିଲୀପ ଟ୍ରଫିରେ ଦମଦାର ଫର୍ମରେ ଥିବା ପ୍ରୀତି ଖାଁ ମଧ୍ୟ ଏହି ସିରିଜରେ ସାମିଲ ହୋଇଛନ୍ତି । ଏହା ସହିତ ଜିମ୍ବାୱେ ସିରିଜରେ ସାମିଲ ହୋଇଥିବା ପ୍ରାୟ କ୍ରିକେଟର ଭାରତ "ଏ" ସ୍କ୍ବାର୍ଡରେ ମନୋନୀତ ହୋଇଛନ୍ତି ।

ଭାରତ "ଏ" ସ୍କ୍ବାର୍ଡ

ପୃଥୀ ଶୋ, ଅଭିମନ୍ୟୁ ଇଶ୍ବରନ, ଋତୁରାଡ ଗାଏକ୍ବାଡ, ରାହୁଲ ତ୍ରିପାଠୀ, ରଜତ ପାଟିଦାର, ସଞ୍ଜୁ ସାମସନ ( ଅଧିନାୟକ ), କେଏସ ଭରତ ( ୱିକେଟ କିପର ), କୁଲଦୀପ ଯାଦବ, ଶାହବାଜ ଅହମ୍ମଦ, ରାହୁଲ ଚହର, ତିଲକ ବର୍ମା, କୁଲଦୀପ ସେନ, ଶାର୍ଦ୍ଦୁଲ ଠାକୁର, ଉମରାନ ମଲ୍ଲିକ, ନବଦୀପ ସୋନୀ, ରାଜ ଅଙ୍ଗଦ ବାୱା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.