ଓଡିଶା

odisha

ଦ୍ବିତୀୟ ଭାରତୀୟ ଭାବେ ୩୫୦ଟି୨୦ ମ୍ୟାଚ୍‌ ଖେଳିଲେ ଧୋନି

By

Published : Apr 3, 2022, 10:56 PM IST

ମହେନ୍ଦ୍ର ସିଂହ ଧୋନି ନିଜ କ୍ରିକେଟ କ୍ୟାରିୟରରେ ରବିବାର ଆଉ ଏକ ବିରଳ ଉପଲବ୍ଧି ହାସଲ କରିଛନ୍ତି । ରୋହିତ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ କ୍ରିକେଟର ଭାବେ ୩୫୦ ଟି୨୦ ମ୍ୟାଚ୍‌ ଖେଳିବାର ରେକର୍ଡ କରିଛନ୍ତି ଧୋନି । ଅଧିକ ପଢନ୍ତୁ

MS Dhoni becomes second Indian to play 350 T20s
ଦ୍ବିତୀୟ ଭାରତୀୟ ଭାବେ ୩୫୦ ଟି୨୦ ମ୍ୟାଚ୍‌ ଖେଳିଲେ ଧୋନି

ମୁମ୍ବାଇ(ମହାରାଷ୍ଟ୍ର): ମହେନ୍ଦ୍ର ସିଂହ ଧୋନି ନିଜ କ୍ରିକେଟ କ୍ୟାରିୟରରେ ରବିବାର ଆଉ ଏକ ବିରଳ ଉପଲବ୍ଧି ହାସଲ କରିଛନ୍ତି । ରୋହିତ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ କ୍ରିକେଟର ଭାବେ ୩୫୦ ଟି୨୦ ମ୍ୟାଚ୍‌ ଖେଳିବାର ରେକର୍ଡ କରିଛନ୍ତି ଧୋନି । ରବିବାର ମୁମ୍ବାଇର ବ୍ରାବୋର୍ନୋ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ଏକାଦଶତମ ମ୍ୟାଚ୍‌ରେ ଏହି ବିରଳ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି ଧୋନି ।

୩୭୨ ମ୍ୟାଚ୍‌ ସହ ରୋହିତ ଶର୍ମା ସର୍ବାଧିକ ଟି୨୦ ମ୍ୟାଚ୍‌ ଖେଳିବା ତାଲିକାର ଶୀର୍ଷରେ ରହିଛନ୍ତି । ସେହିପରି ପୂର୍ବତନ ଭାରତୀୟ ତଥା CSK ଖେଳାଳି ସୁରେଶ ରାଇନା ୩୩୬ ଟି୨୦ ମ୍ୟାଚ୍‌ ଖେଳିଛନ୍ତି ।

୩୫୦ ଟି୨୦ ମ୍ୟାଚ୍‌ ମଧ୍ୟରୁ ମହେନ୍ଦ୍ର ସିଂହ ଧୋନି ୯୮ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି । ଏଥିସହ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପୁନେ ସୁପରଜିଆଣ୍ଟ୍ସ ପକ୍ଷରୁ ୨୨୨ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ସନ୍ଧାନରେ ରହିଛି CSK । କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ ଠାରୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜିତ ହେବାପରେ ପଏଣ୍ଟ ଟେବୁଲର ଶେଷଭାଗରେ ରହିଛି ।

ANI

ABOUT THE AUTHOR

...view details