ଦୁବାଇ:ଇଣ୍ଡିଆନ ପ୍ରିମିୟର ଲିଗ୍ର ୩୯ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟିମ ଇଣ୍ଡିଆର ଦୁଇ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟିମ ମଧ୍ୟରେ ଟକ୍କର ହେଉଛି । ଟସ୍ ଜିତି RCB ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।
ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଦୃଷ୍ଟିକୋଣରୁ ଏହି ମ୍ୟାଚ୍ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ(MI) ଓ ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର(RCB) ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । UAE ଲିଗ୍ ଆରମ୍ଭ ପରେ ଟିମ ଖେଳିଥିବା ଦୁଇଟିଯାକ ମୁକାବିଲାରେ ମୁମ୍ବାଇକୁ ପରାଜୟ ମିଳିଛି । ଏଥିସହିତ ପଏଣ୍ଟ ଟେବୁଲର ଶ୍ରେଷ୍ଠ ୪ ସ୍ଥାନରୁ ତଳକୁ ଖସିଆସିଛି । ଫଳରେ ପ୍ଲେ-ଅଫ୍ ଦୌଡରେ ରହିବାକୁ ହେଲେ ରୋହିତ ଶର୍ମାଙ୍କ ଟିମକୁ ବିଜୟ ଟ୍ରାକ୍କୁ ଫେରିବାକୁ ହେବ ।
RCB ଖେଳିଥିବା ଶେଷ ଦୁଇଟି ମୁକାବିଲାରେ ମଧ୍ୟ ପରାଜୟର ମୁହଁ ଦେଖିଛି । ଏହାସତ୍ତ୍ବେ ପଏଣ୍ଟ ଟେବୁଲର ତୃତୀୟରେ ରହିଛି । ମାତ୍ର କୋଲକାତା ଯଦି ଚେନ୍ନାଇ ବିପକ୍ଷ ମ୍ୟାଚରେ ବିଜୟୀ ହୁଏ ୩ନମ୍ବର ସ୍ଥାନ ଛଡାଇ ନେବ । ଫଳରେ ବିରାଟ କୋହଲିଙ୍କ ଟିମ ପାଇଁ ମଧ୍ୟ ପ୍ଲେ-ଅଫ୍ରେ ସ୍ଥାନ ସୁରକ୍ଷିତ ପାଇଁ ଏହି ମ୍ୟାଚରେ ନିଶ୍ଚିନ୍ତ ବିଜୟ ଲକ୍ଷ୍ୟରେ ରହିଛି ।