ଓଡିଶା

odisha

T20 World Cup: ସେମିଫାଇନାଲ-ଫାଇନାଲରେ ବର୍ଷାହେଲେ କିଏ ହେବ ବିଜେତା, ଜାଣନ୍ତୁ ଆଇସିସିର ନୂଆ ନିୟମ

By

Published : Nov 4, 2022, 10:41 AM IST

ଯଦି ସେମିଫାଇନାଲ ଓ ଫାଇନାଲ ମ୍ୟାଚରେ ବର୍ଷା ହୁଏ ତେବେ କଣ ହେବ ମ୍ୟାଚ ପରିଣାମ । କଣ ରହିଛି ଟି ଟ୍ବେଣ୍ଟି ବିଶ୍ବକପରେ ଆଇସିସି ନୂଆ ନିୟମ । ପଢନ୍ତ ସମ୍ପୂର୍ଣ୍ଣ ଖବର ।

T20 World Cup: ସେମିଫାଇନାଲ-ଫାଇନାଲରେ ବର୍ଷାହେଲେ କିଏ ହେବ ବିଜେତା, ଜାଣନ୍ତୁ ଆଇସିସିର ନୂଆ ନିୟମ
T20 World Cup: ସେମିଫାଇନାଲ-ଫାଇନାଲରେ ବର୍ଷାହେଲେ କିଏ ହେବ ବିଜେତା, ଜାଣନ୍ତୁ ଆଇସିସିର ନୂଆ ନିୟମ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଜାରି ରହିଛି ଆଇସିସି ଚଳିତ ଟି-ଟ୍ବେଣ୍ଟି ବିଶ୍ବକପ । ବର୍ତ୍ତମାନ ଧୀରେ ଧୀରେ ଅନ୍ତିମ ଚରଣ ପକ୍ଷେ ଆଗଉଛି । କିଛି ମ୍ୟାଚ ବର୍ଷା ପାଇଁ ବାତିଲ ମଧ୍ୟ ହୋଇଛି କିଛି ମ୍ୟାଚ କମ ଓଭର ମଧ୍ୟ ଖେଳାଯାଇଛି । ଫଳରେ ମ୍ୟାଚ୍‌ ପରିଣାମ ମଧ୍ୟ ପ୍ରଭାବିତ ହୋଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ମଧ୍ୟ ବର୍ଷା ବାଧକ ସାଜିଥିଲା । ଡିଏଏସ ପ୍ରଣାଳିରେ ମ୍ୟାଚ ଖେଳାଯାଇଥିଲା । ବ୍ୟାକଫୁଟରେ ଆସି ଦ୍ରୁତ ବ୍ୟାଟିଂ କରିବା ଚକ୍କରରେ ଦଳ 5 ରନରେ ଭାରତଠୁ ପରାସ୍ତ ହୋଇଥିଲା ।

ଏବେ ସମସ୍ତଙ୍କ ନଜର ସେମିଫାଇନାଲ ଓ ଫାଇନାଲ ଉପରେ କେଉଁ ଦଳ ସେମିଫାଇନାଲ ଖେଳିବ । ଯଦି ସେମିଫାଇନାଲ ଏବଂ ଫାଇନାଲରେ ମ୍ୟାଚରେ ବର୍ଷା ହୁଏ ତେବେ କଣ ହେବ । ମ୍ୟାଚର ପରିଣାମ କିପରି ହେବ । ସବୁଠୁ ଅଧିକ 3 ମ୍ୟାଚ ମେଲବର୍ଣ୍ଣ ଗ୍ରାଉଣ୍ଡରେ ବର୍ଷା ମଧ୍ୟରେ ଖେଳାଯାଇଛି । ଫାଇନାଲ ମ୍ୟାଚ ମଧ୍ୟ ଏହିଠାରେ ଖେଳାଯିବ । ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପ 2022 ଖେଳସୂଚୀ ଅନୁସାରେ ସେମିଫାଇନାଲ ମ୍ୟାଚ ସିଡନୀ ଏବଂ ଆଡିଲେଡ ଗ୍ରାଉଣ୍ଡରେ ଖେଳାଯିବ । ନଭେମ୍ବର 9ରେ ପ୍ରଥମ ସେମିଫାଇନାଲ ସିଡନୀ କ୍ରିକେଟ ଗ୍ରାଉଣ୍ଡ ଓ 10 ନଭେମ୍ବରରେ ଦ୍ବିତୀୟ ସେମିଫାଇନାଲ ଆଡିଲେଡ ମଇଦାନରେ ଖେଳାଯିବ ।

ଫାଇନାଲ ମ୍ୟାଚ ମେଲବୋର୍ଣ୍ଣ କ୍ରିକେଟ ମଇଦାନରେ ନଭେମ୍ବରକୁ ଖେଳାଯିବ । ଟୁର୍ଣ୍ଣମେଣ୍ଟ ଫାଇନାଲ ଏବଂ ସେମିଫାଇନାଲ ନେଇ ଅନ୍ୟ ମ୍ୟାଚ ଅପେକ୍ଷା ନୂଆ ନିୟମ ହୋଇଛି । ବର୍ଷା ସହିତ ମ୍ୟାଚରେ ଅନ୍ୟ କିଛି ପ୍ରଭାବ ପଡିଲେ ଅନ୍ୟ ଦିନ ମ୍ୟାଚ ଖେଳାଯିବ । ଏପରି ସେମିଫାଇନାଲ ମ୍ୟାଚ ଏବଂ ଫାଇନାଲ ମ୍ୟାଚର ପରିଣାମ ପାଇଁ ଏହି ନିୟମ କରାଯାଇଛି ।

ଏହା ବି ପଢନ୍ତୁ...T20 world Cup: ନଜର ପକାନ୍ତୁ ଭାରତ-ଜିମ୍ବାୱେ ମ୍ୟାଚ ରେକର୍ଡ ଉପରେ

ପ୍ରଥମ ନିୟମ...

ଏହା ଛଡା ଅନ୍ୟ କିଛି ନିୟମ ମଧ୍ୟ ହୋଇଛି । ନିମୟ ଅନୁସାରେ ଯଦି ଅଷ୍ଟ୍ରେଲିଆ ସେମିଫାଇନାଲ ପାଇଁ ଉତୀର୍ଣ୍ଣ ହୁଏ ତେବେ ସିଡନୀରେ ନଭେମ୍ବର 9ରେ ତାର ତାର ପ୍ରଥମ ମୁକାବିଲା ଖେଳିବ । ଆୟୋଜତ ଦେଶ ହିସାବରେ ଟିମକୁ ଏହି ସୁବିଧା ପ୍ରଦାନ କରାଯାଇ ସେମିଫାଇନାଲରେ ଖେଳିବାକୁ ମିଳିବ । ସେହିପରି ଦ୍ବିତୀୟ ଦଳକୁ ଆଡିଲେଡରେ ଖେଲିବାକୁ ଯିବାକୁ ପଡିବ ।

ଦ୍ବିତୀୟ ନିମୟ...

ଏହା ସହିତ ଦ୍ବିତୀୟ ନିୟମରେ ଏହା ରହିଛି କି ଯଦି ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚରେ ବର୍ଷା କିମ୍ବା ଅନ୍ୟ କାରଣ ବାଧକ ସାଜେ ମ୍ୟାଚ ନିର୍ଦ୍ଧାରିତ ସମୟରେ ହୋଇ ନପାରେ ତେବେ ମ୍ୟାଚ ଅନ୍ୟ ଦିନ ହେବ । ଏହିପରି ଭାବେ ମ୍ୟାଚ ପରିଣାମ ବାହାର କରିବାକୁ ଏହି ନିୟମ କୁହାଯାଇଛି ।

ତୃତୀୟ ନିୟମ...

ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ପାଇଁ ଆଉ ଏକ ବ୍ୟବସ୍ଥା କରାଯାଇଛି । ଯାହା ପ୍ରତିଯୋଗିତାର ଅନ୍ୟ ମ୍ୟାଚ ଠାରୁ ଭିନ୍ନ ଥିଲା । ବିଶ୍ୱକପ୍‌ର ଅନ୍ୟ ମ୍ୟାଚ୍‌ ପାଇଁ ଏହି ବ୍ୟବସ୍ଥା ନଥିଲା । ଫାଇନାଲ ଏବଂ ସେମିଫାଇନାଲ ମ୍ୟାଚ୍‌ ପାଇଁ ଏହା ପ୍ରସ୍ତୁତ କରାଯାଇଛି । ପରେ ବ୍ୟାଟିଂ କରୁଥିବା ଦଳକୁ ଅତି କମରେ 10 ଓଭର ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ପଡ଼ିବ । ବ୍ୟାଟିଂ ଦଳ ସର୍ବନିମ୍ନ 10 ଓଭରର ପୂର୍ବରୁ ଲକ୍ଷ୍ୟ ହାସଲ କରିବାକୁ ହେବ । ଯଦି ଦଳ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାରେ ଅସମର୍ଥ ହୁଏ ଏବଂ ମ୍ୟାଚ 10 ଓଭରରେ ସମାପ୍ତ ନହୁଏ, ତେବେ ମ୍ୟାଚ୍ ସଂପୂର୍ଣ୍ଣ ବିବେଚନା କରାଯିବ ନାହିଁ ଏବଂ ରିଜର୍ଭ ଦିନରେ ଖେଳାଯିବ ।

ABOUT THE AUTHOR

...view details