ETV Bharat / sports

T20 world Cup: ନଜର ପକାନ୍ତୁ ଭାରତ-ଜିମ୍ବାୱେ ମ୍ୟାଚ ରେକର୍ଡ ଉପରେ

author img

By

Published : Nov 4, 2022, 9:29 AM IST

ନଭେମ୍ବର 6 ତାରିଖରେ ଭାରତ ବନାମ ଜିମ୍ବାୱେ ମଧ୍ୟରେ ହେବ ଟକ୍କର । ଜିମ୍ବାୱେ ବିପକ୍ଷରେ ଭାରତ ମୋଟ 7 ଟି ମ୍ୟାଚ ଖେଳିଛି । ସେଥିରୁ ଭାରତ 5ଟି ମ୍ୟାଚ ଜିତିଥିବାବେଳେ ଜିମ୍ବାୱେ 2ଟି ମ୍ୟାଚରେ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

T20 world Cup
ନଜର ପକାନ୍ତୁ ଭାରତ-ଜିମ୍ବାୱେ ମ୍ୟାଚ ରେକର୍ଡ ଉପରେ

ହାଇଦ୍ରାବାଦ: ଚଳିତ ଟି ଟ୍ବେଣ୍ଟି ବିଶ୍ବକପ ଜାରି ରହିଛି । ନଭେମ୍ବର 6 ତାରିଖରେ ଭାରତ ଓ ଜିମ୍ବାୱେ ପରସ୍ପରକୁ ଭେଟିବେ । ବିଶ୍ବକପରେ ଦୁଇଟିମ ପରସ୍ପରକୁ ଅନେକ ବର୍ଷ ପରେ ଟି-20 ମ୍ୟାଚରେ ଭେଟାଭେଟି ହେବେ । ବର୍ତ୍ତମାନ ସୁଦ୍ଧା ଦୁଇ ଟିମ ମଧ୍ୟରେ 7ଟି ଟି-20 ମ୍ୟାଚ ହୋଇଛି । 2010ରୁ 2016 ମଧ୍ୟରେ ଏହି ମୁକାବିଲା ହୋଇଥିଲା । ଖେଳାଯାଇଥିବା 7ଟି ମ୍ୟାଚରୁ ଭାରତୀୟ ଦଳ 5ଟିରେ ବିଜୟ ହାସଲ କରିଛି। ଜିମ୍ବାୱେ କେବଳ 2ଟି ମ୍ୟାଚ ଜିତିଛି । ରେକର୍ଡକୁ ଦେଖିଲେ ଭାରତର ପଲ୍ଲା ଭାରି ରହିଛି ।

ଦୁଇ ଦଳ ମଧ୍ୟରେ ସମସ୍ତ ମୁକାବିଲା ହରାରେରେ ଖେଳାଯାଇଛି । ଭାରତୀୟ ଦଳ ଏ ମୁକାବିଲାରେ 3ଟିରେ ବିଜୟ ଲକ୍ଷ୍ୟ ପିଛା କରି ବିଜୟୀ ହୋଇଥିଲା । 2ଥର ବିଜୟ ଲକ୍ଷ୍ୟ ପୂର୍ବରୁ ଜିମ୍ବାୱେକୁ ଅଟକାଇଥିଲା । ଶେଷ 5 ମୁକାବିଲାକୁ ଦେଖିଲେ ଟିମ ଇଣ୍ଡିଆ 3ଟି ଓ ଜିମ୍ବାୱେ 2ଟି ମ୍ୟାଚ ଜିତିଛି । ଏହି ଦୁଇ ମୁକାବିଲାରେ ଭାରତୀୟ ଦଳ ଜିମ୍ବାୱେକୁ ଦିଆଯାଇଥିବା ଲକ୍ଷ୍ୟକୁ ହାସଲ କରି ପାରିନଥିଲା ।

ଜିମ୍ବାୱେ ବିପକ୍ଷରେ ଭାରତ ଶେଷ ଥର ପାଇଁ 2016ରେ ଖେଳିଥିଲା । ଏଥିରେ ଟିମ ଇଣ୍ଡିଆ 3 ରନରେ ରୋମାଞ୍ଚକର ବିଜୟ ହାସଲ କରିଥିଲା । ମ୍ୟାଚରେ କେଦାର ଯାଦବ 42 ବଲରେ 58 ରନର ଇନିଂସ ଖେଳିଥିଲେ । ଦମଦାର ପାଲି ପାଇଁ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ମ୍ୟାଚରେ ଦୁଇ ଦିନ ପୂର୍ବରୁ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଟିମ ଜିମ୍ବାୱେକୁ 10 ୱିକେଟରେ ହରାଇଥିଲା । ଯେଉଁଥିରେ ଭାରତୀୟ ଦଳର ଓପନର କେଏଲ ରାହୁଲ ଏବଂ ମନଦୀପ ସିଂହଙ୍କ ମଧ୍ୟରେ ଏକ ଦମଦାର ଶତକୀୟ ଭଗିଦାରୀ ଦେଖିବାକୁ ମିଳିଥିଲା । ମ୍ୟାଚରେ ଭାରତୀୟ ବୋଲର ବରିନ୍ଦର ଶରନ 4 ଓଭରରେ 10 ରନ ଦେଇ 4 ୱିକେଟ ହାସଲ କରିଥିଲେ । ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଏହା ବି ପଢନ୍ତୁ...T20 World Cup: ସେମିଫାଇନାଲରେ କେଉଁ ଟିମକୁ ଭେଟିବ ଭାରତ ?

ଏହା ପୂର୍ବରୁ ଖେଳାଯାଇଥିବା 2 ମ୍ୟାଚରେ ଜିମ୍ବାୱେ ଦଳ ପ୍ରଥମେ ବ୍ୟାଟିଂ କରି ବିଜୟ ହାସଲ କରିଥିଲା । ଗୋଟିଏ ମ୍ୟାଚକୁ 2 ରନରେ ଅନ୍ୟଟିତୁ 10ରନରେ ଜିତି ନେଇଥିଲା ଜିମ୍ବାୱେ । ଦୁଇଟି ମ୍ୟାଚରେ ଜିମ୍ବାୱେ ଦେଇଥିବା ଲକ୍ଷ୍ୟ ପିଛା କରିବାରେ ବିଫଳ ହୋଇଥିଲା ଭାରତ । ଏହାପୂର୍ବରୁ 2015ରେ ଭାରତ ହରାରରେ ବିଜୟ ହାସଲ କରିଥିଲା । ଯେଉଁଥିଲେ ଅକ୍ଷର ପଟେଲ ଜବରଦସ୍ତ ବୋଲିଂ କରି ଜିମ୍ବାୱେକୁ 54 ରନର ପରାସ୍ତ କରିଥିଲେ । 2010ରେ ଖେଳାଯାଇଥିବା ଦୁଇ ମୁକାବିଲାରେ ଭାରତ ଯଥାକ୍ରମେ 6 ଓ 7 ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଥିଲା । ଅନ୍ୟ ମ୍ୟାଚରେ ସୁରେଶ ରୈନାଙ୍କ 44 ବଲରେ 72 ରନ ପାରି ବଳରେ ଭାରତତୀୟ ଦଳ ଏକ ସହଜ ବିଷୟ ହାସଲ କରିଥିଲା ।

ପ୍ରକାଶ ଥାଉ କି, ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତର ପ୍ରଦର୍ଶନ ଭଲ ରହିଛି । ଗ୍ରୁବ ବିରେ ଟେବୁଲ ଟପରେ ରହିଛି ଦଳ । ଏଯାବତ ଦଳ ମୋଟ 4ଟି ମ୍ୟାଚ ଖେଳି 3ଟିରେ ବିଜୟ ହାସଲ କରିଛି । ପ୍ରଥମ ମୁକାବିଲାରେ ପାକିସ୍ତାନ ଓ ଦ୍ବିତୀୟ ମୁକାବିଲାରେ ନେଦରଲାଣ୍ଡସକୁ ପରାସ୍ତ କରିଥିଲା । ମାତ୍ର ତୃତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠୁ ପରାସ୍ତ କରି ଟେବୁଲ ଦ୍ବିତୀୟ ସ୍ଥାନକୁ ଖସିଥିଲା । ଚତୁର୍ଥ ମୁକାବିଲାରେ ବାଂଲାଦେଶକୁ ପରାସ୍ତ କରି ଟେବୁଲ ଶୀର୍ଷକୁ ଉଠିଥିଲା ଦଳ । ପରବର୍ତ୍ତୀ ମୁକାବିଲା ଜିମ୍ବାୱେ ସହ ଅଛି । ରେକର୍ଡକୁ ଦେଖିଲେ ଭାରତୀୟ ଦଳର ପଲ୍ଲା ଭାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.