ଓଡିଶା

odisha

ରାତି ପାହିଲେ ମହିଳା ଏସିଆ କପ, ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ

By

Published : Sep 30, 2022, 9:24 PM IST

Updated : Oct 1, 2022, 9:22 PM IST

ରାତି ପାହିଲେ ମହିଳା ଏସିଆ କପ, ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ

ଆସନ୍ତାକାଲି ଠାରୁ (ଶନିବାର) ଆରମ୍ଭ ହେବାକୁ ଯାଉଛି ମହିଳା ଏସିଆ କପ (Womens Asia Cup 2022) । ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତ ୨୦୨୨ ମହିଳା ଏସିଆ କପ ସଂସ୍କରଣ ଖେଳିବ । ଅଧିକ ପଢନ୍ତୁ

ହାଇଦ୍ରାବାଦ:ଆସନ୍ତାକାଲି ଠାରୁ ( ଶନିବାର ) ଆରମ୍ଭ ହେବାକୁ ଯାଉଛି ମହିଳା ଏସିଆ କପ ( Womens Asia Cup 2022 ) । ୨୦୨୨ ମହିଳା ଏସିିଆ କପର ଆୟୋଜକ ରହିଛି ୨୦୧୮ ମସିହାର ଏସିଆ କପ ଚମ୍ପିଆନ ବାଂଲାଦେଶ । ବାଂଲାଦେଶରେ ମହିଳା ଏସିଆ କପର ସମସ୍ତ ମ୍ୟାଚ ଖେଳାଯିବ । ଅକ୍ଟୋବର ୧ରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ଏହି ମେଗା ଟୁର୍ଣ୍ଣାମେଣ୍ଟ ବାଂଲେଦେଶରେ ଅନୁଷ୍ଠିତ ହେବ । ଭାରତ, ପାକିସ୍ତାନ, ମାଲେସିଆ, ଶ୍ରୀଲଙ୍କା, ୟୁଏଇ, ବାଂଲାଦେଶ ଏବଂ ଥାଇଲାଣ୍ଡ ସହିତ ଏଥିରେ ୭ଟି ଦଳ ଭାଗ ନେଇଛନ୍ତି । ଭାରତ ଶ୍ରୀଲଙ୍କା ବିପକ୍ଷରେ ମହିଳା ଏସିଆ କପ ଅଭିଯାନ ଆରମ୍ଭ କିରବ ।

ଚଳିତ ବର୍ଷ ଟି20 ଫର୍ମାଟରେ ଖେଳାଯିବ ମହିଳା ଏସିଆ କପ । ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତ ୨୦୨୨ ମହିଳା ଏସିଆ କପ ସଂସ୍କରଣ ଖେଳିବ । ସେହିପରି ସ୍ମୃତି ମାନ୍ଧନାଙ୍କୁ ଏଥିରେ ଉପ ଅଧିନାୟକ ଦାୟିତ୍ବ ଦିଆଯାଇଛି । ବର୍ଷ ୨୦୧୮ ଏସିଆ କପ ସଂସ୍କରଣରେ ବାଂଲାଦେଶ ମହିଳା କ୍ରିକେଟ ଟିମ ଚମ୍ପିଆନ ହୋଇଥିଲା । ଚଳିତ ବର୍ଷ ଡିଫେଣ୍ଡିଂ ଚମ୍ପିଆନ ହିସାବରେ ବାଂଲାଦେଶ ଏସିଆ କପରେ ଭାଗ ନେଇଛି । ସେହିପରି ଭାରତ ୨୦୦୪, ୨୦୦୫, ୨୦୦୬, ୨୦୦୮, ୨୦୧୨ ଏବଂ ଶେଷ ଥର ପାଇଁ ୨୦୧୬ ମସିହାରେ ମହିଳା ଏସିଆ କପ ଟାଇଟଲ ହାସଲ କରିଥିଲା ।

ଅକ୍ଟୋବର 1 ତାରିଖରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଏସିଆ କପ ଅଭିଯାନ ଆରମ୍ଭ କରିବ । ସେହିପରି ଭାରତ ଦ୍ବିତୀୟ ମ୍ୟାଚ ଅକ୍ଟୋବର ୩ ତାରିଖରେ ମାଲେସିଆ ବିପକ୍ଷରେ ଖେଳିବ । ସେହିପରି ତୃତୀୟ ମ୍ୟାଚ ଅକ୍ଟୋବର ୪ରେ ୟୁଏଇ ବିପକ୍ଷରେ ଖେଳିବ । ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭାରତ ଅକ୍ଟୋବର ୭ ତାରିଖରେ ଭେଟିବ । ଆୟୋଜକ ବାଂଲାଦେଶ ସହିତ ଭାରତ ଅକ୍ଟୋବର ୮ ତାରିଖରେ ମୁହାଁ ମୁହିଁ ହେବ । ଅକ୍ଟୋବର ୧୦ ତାରିଖରେ ଥାଇଲାଣ୍ଡ ବିପକ୍ଷରେ ଭାରତ ଶେଷ ଲିଗ ମ୍ୟାଚ ଖେଳିବ । ଅକ୍ଟୋବର ୧୩ ତାରିଖରେ ସେମି ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଅକ୍ଟୋବର ୧୫ ତାରିଖରେ ମହିଳା ଏସିଆ କପର ଫାଇନାଲ ମ୍ୟାଚ ଖେଳାଯିବ । ଭାରତୀୟ ମହିଳା କ୍ରିକେଟ ଦଳ ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ହରାଇ ସିରିଜ କ୍ଲିନ ସ୍ବିପ କରିବା ପରେ ମନୋବଳ ଦୃଢ ରହିଛି । ସେପଟେ ୨୦୨୨ ପୁରୁଷ ଏସିଆ କପରେ ଶ୍ରୀଲଙ୍କା ଚମ୍ପିଆନ ହୋଇଥିଲା ।

ଭାରତୀୟ ମହିଳା ଏସିଆ କପ ସ୍କ୍ବାଡ

ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା (ଉପ ଅଧିନାୟିକା), ଦିପ୍ତି ଶର୍ମା, ସେଫାଳି ବର୍ମା, ଜେମିମା ରେଡ୍ରିଗସ, ସବବିନେନୀ ମେଘନା, ରିଚା ଘୋଷ (ୱିକେଟ କିପର), ସ୍ନେହ ରଣା, ଦୟାଲନ ହେମଲତା, ମେଘନା ସିଂହ, ରେଣୁକା ଠାକୁର, ପୂଜା ବସ୍ତ୍ରାକର, ରାଜେଶ୍ବରୀ ଗାଏକ୍ବାଡ, ରାଧା ଯାଦବ, କେପୀ ନବଗୀରେ ।

Last Updated :Oct 1, 2022, 9:22 PM IST

ABOUT THE AUTHOR

...view details