ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଖେଳାଯିବ ପାରା-ବ୍ୟାଡମିଣ୍ଟନ ନ୍ୟାସନାଲ ଚାମ୍ପିଅନସିପ୍ । ଭୁବନେଶ୍ବରରେ ଏହି ମେଗା ପ୍ରତିଯୋଗିତା ଆୟୋଜନ ନେଇ ପାରା ସ୍ପୋର୍ଟ୍ସ ଆସୋସିଏସନ ଓଡିଶା ସହିତ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଜୋରଦାର ପ୍ରସ୍ତୁତି ଚଳାଇଛି ।
ଏହାମଧ୍ୟ ପଢନ୍ତୁ: Most Liked tweet: ୨୦୨୧ରେ ଭାମିକାଙ୍କ ଜନ୍ମ ଟ୍ବିଟ୍କୁ ମିଳିଲା ସର୍ବାଧିକ Like
ଏହି ସମ୍ମାନଜନକ ଇଭେଣ୍ଟରେ ପ୍ରମୋଦ ଭଗତ, ମାନସୀ ଜୋଷୀ, ସୁକାନ୍ତକଦମ ଓ ପଲକ କୋହଲିଙ୍କ ଭଳି ଷ୍ଟାର ଭାରତୀୟ ପାରା ସର୍ଟଲର ଅଂଶଗ୍ରହଣ କରିବା ନେଇ ସ୍ପଷ୍ଟ ହୋଇଛି ।
୩ଦିନ ଧରି ଖେଳାଯିବାକୁ ଥିବା ଏହି ମେଗା କ୍ରୀଡା ଇଭେଣ୍ଟ ୨ଟି ଭିନ୍ନ ଭେନ୍ୟୁରେ ଖେଳାଯିବ । କେ. ସି. ମେମୋରିଆଲ ଟ୍ରଷ୍ଟ ସହଭାଗିତାରେ ରେଲୱେ ଇନଡୋର୍ ଷ୍ଟାଡିୟମ, ଭୁବନେଶ୍ବର ଓ ଉଡ୍ଡାନ ବ୍ୟାଡ୍ମିଣ୍ଟନ ଏକାଡେମୀରେ ମ୍ୟାଚ୍ ଖେଳାଯିବ । ଭାରତୀୟ ପାରାଲମ୍ପିକ୍ କମିଟି(PCI) ଓ ଭାରତୀୟ ବ୍ୟାଡ୍ମିଣ୍ଟନ ସଂଘ ତତ୍ତ୍ବାବଧାନରେ ଡିସେମ୍ବର ୨୪ରୁ ୨୬ ପର୍ଯ୍ୟନ୍ତ ଏହି ଇଭେଣ୍ଟ ଆୟୋଜିତ ହେବ ।
ଏଥିରେ ୫୦୦ରୁ ଅଧିକ ଅଂଶଗ୍ରହଣ କାରୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଫଳରେ ଏହି ପାରା-ବ୍ୟାଡ୍ମିଣ୍ଟନ ନ୍ୟାସନାଲ ଚାମ୍ପିଅନସିପ୍ ଭାରତରେ ଆୟୋଜିତ ପାରା-ବ୍ୟାଡମିଣ୍ଟନ ଇଭେଣ୍ଟ ମଧ୍ୟରେ ସର୍ବବୃହତ ହେବ ।