ETV Bharat / sports

Most Liked tweet: ୨୦୨୧ରେ ଭାମିକାଙ୍କ ଜନ୍ମ ଟ୍ବିଟ୍‌କୁ ମିଳିଲା ସର୍ବାଧିକ Like

author img

By

Published : Dec 9, 2021, 6:55 PM IST

ଝିଅ ଭାମିକାଙ୍କ ଜନ୍ମ ହେବା ଟ୍ବିଟ୍‌ ଚଳିତ ବର୍ଷ ଭାରତର ସର୍ବାଧିକ ଲୋକପ୍ରିୟ ବା ଲାଇକ୍‌ ଟ୍ବିଟ୍‌ ସାବ୍ୟସ୍ତ ହୋଇଛି । ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି ଟ୍ବିଟର୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

Most Liked tweet: ୨୦୨୧ରେ ଭାମିକାଙ୍କ ଜନ୍ମ ଟ୍ବିଟ୍‌କୁ ମିଳିଲା ସର୍ବାଧିକ Like
Most Liked tweet: ୨୦୨୧ରେ ଭାମିକାଙ୍କ ଜନ୍ମ ଟ୍ବିଟ୍‌କୁ ମିଳିଲା ସର୍ବାଧିକ Like

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ବିଦାୟ ନେବ ବର୍ଷ ୨୦୨୧ । ବର୍ଷ ଶେଷ ହେବାପୂର୍ବରୁ ଚଳିତ ବର୍ଷର ସବୁଠାରୁ ଲୋକପ୍ରିୟ ଟ୍ବିଟ୍‌ ବା ସବୁଠାରୁ ଅଧିକ ଲାଇକ୍‌ ମିଳିଥିବା ଟ୍ବିଟ୍‌ ଘୋଷଣା କରିଛି ଟ୍ବିଟର୍‌ ଇଣ୍ଡିଆ । ଝିଅ ଭାମିକାଙ୍କ ଜନ୍ମ ହେବା ଟ୍ବିଟ୍‌ ଚଳିତ ବର୍ଷ ଭାରତର ସର୍ବାଧିକ ଲୋକପ୍ରିୟ ବା ଲାଇକ୍‌ ଟ୍ବିଟ୍‌ ସାବ୍ୟସ୍ତ ହୋଇଛି । ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି ଟ୍ବିଟର୍‌ ଇଣ୍ଡିଆ ।

ଗତବର୍ଷ ବା ୨୦୨୦ରେ ପତ୍ନୀ ଅନୁଷ୍କାଙ୍କ ଗର୍ଭବତୀ ଥିବା ବିରାଟଙ୍କ ଟ୍ବିଟ୍‌କୁ ସବୁଠାରୁ ଅଧିକ ଲାଇକ୍‌ ମିଳିଥିଲା । ବର୍ଷ ଶେଷ ହେବାକୁ ବସିଥିବା ବେଳେ ଗତ ୧୧ ମାସର ଟ୍ବିଟ୍‌କୁ ନେଇ ବିଭିନ୍ନ ତଥ୍ୟ ପ୍ରଦାନ କରିଛି ଟ୍ବିଟର ଇଣ୍ଡିଆ । କେଉଁ ଟ୍ବିଟ୍‌କୁ ସର୍ବାଧିକ ଲାଇକ ମିଳିଛି । କେଉ ଟ୍ବିଟ୍‌କୁ ସର୍ବାଧିକ ଥର ରି-ଟ୍ବିଟ୍‌ କରାଯାଇଛି । କେଉଁ ବଲିଉଡ ଷ୍ଟାରଙ୍କୁ ସର୍ବାଧିକ ଟ୍ୟାଗ୍‌ କରାଯାଇଛି । କାହାକୁ ନେଇ ସବୁଠାରୁ ଅଧିକ ହାସ୍‌ ଟ୍ୟାଗ୍‌ ବ୍ୟବହାର ହୋଇଛି, ତାହାକୁ ନେଇ ତଥ୍ୟ ପ୍ରଦାନ କରାଯାଇଛି ।

ଚଳିତ ବର୍ଷ ଜାନୁଆରୀ ମାସ ୧୧ ତାରିଖରେ ଝିଅ ଭାମିକାର ଜନ୍ମ ନେଇ ଟ୍ବିଟ୍‌ କରି ସୂଚନା ଦେଇଥିଲେ ବିରାଟ କୋହଲି । ସେ ଲେଖିଥିଲେ ଯେ, "ଏହା ଆପଣମାନଙ୍କ ଜଣାଇ ବହୁ ଖୁସି ଅନୁଭବ କରୁଛୁ ଯେ, ଆଜି ଆମର ଝିଅଟି ଜନ୍ମ ନେଇଛି । ଆପଣଙ୍କ ଭଲ ପାଇବା, ଶୁଭକାମନା ପାଇଁ ଆମେ ହୃଦୟରୁ ଆପଣଙ୍କ ନିକଟରେ ଋଣୀ । ଅନୁଷ୍କା ଓ ଝିଅ ଦୁହେଁ ସୁସ୍ଥ ଅଛନ୍ତି । ଜୀବନର ଏହି ଚାପ୍ଟର ଅନୁଭବ ପାଇଥିବାରୁ ଆମେ ବହୁତ ଖୁସି ।"

ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ପ୍ୟାଟ କମିନ୍ସଙ୍କ ଟ୍ବିଟ୍‌କୁ ଭାରତରେ ସର୍ବାଧିକ ଥର ରି-ଟ୍ବିଟ୍‌ କରାଯାଇଛି । ଆଇପିଏଲ ଅଧାରୁ ବନ୍ଦ ହେବା ପରେ ସେ ଏହି ଟ୍ବିଟ୍‌ କରିଥିଲେ । ବଲିଉଡର ଦବଙ୍ଗ ଅଭିନେତା ସୋନୁ ସୁଦଙ୍କ ବିଷୟରେ ସର୍ବାଧିକ ଟ୍ବିଟ୍‌ ହୋଇଛି । ତାଙ୍କ ପଛକୁ ଅକ୍ଷୟ କୁମାର ଓ ସଲମାନ ଖାନ୍‌ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଡ୍ରଗ୍‌ସ୍‌କୁ ନେଇ ବିବାଦରେ ଛନ୍ଦି ହୋଇଥିବା ଆର୍ଯ୍ୟନ ଖାନ୍‌ ଅଧିକ ସର୍ଚ୍ଚ କରାଯାଇଛି । କୋଭିଡ ୧୯କୁ ନେଇ ସର୍ବାଧିକ ହାସ୍‌ଟ୍ୟାଗ୍‌ ବ୍ୟବହାର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.