ଓଡିଶା

odisha

ପୁଣି ଦର୍ଶକଙ୍କୁ କୋଟିପତି କରିବେ ବିଗ ବି, ଆସିବ ‘କେବିସି’ର ନୂଆ ସିଜନ

By

Published : Apr 24, 2020, 8:55 PM IST

ଲକଡାଉନ ପରେ କୋଟିପତି ହେବାକୁ ଯାଉଛନ୍ତି ଜନସାଧାରଣ। କାରଣ ଦର୍ଶକଙ୍କ ଫେଭରେଟ ଶୋ ‘କେବିସି’ର ନୂଆ ସିଜନ ନେଇ ଫେରିବେ ଅମିତାଭ ବଚ୍ଚନ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ‘କୌନ ବନେଗା କରୋଡପତି’ ଓ ଏହାର ହୋଷ୍ଟ ତଥା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ। ପ୍ରଶ୍ନ-ଉତ୍ତର ଶୋ ‘କେବିସି’ ଦେଶର ପପୁଲାର ରିୟାଲିଟି ଶୋ ମଧ୍ୟରୁ ଅନ୍ୟତମ । ଖବୁଶୀଘ୍ର ସୋନି ଏହାର ନୂଆ ସିଜନ ନେଇ ଫେରିବାକୁ ଯାଉଛି । ପୁଣି କୋଟିପତି ହେବେ ଦେଶବାସୀ । ଶୁଣିବାକୁ ମିଳୁଥିବା ଯେ ଲକଡାଉନ ଶେଷ ହେବା ପରେ ‘କେବିସି’ ନୂଆ ସିଜନ ମେକର୍ସ ଆଣିବେ। ଯାହାର ଯୋଜନା ଦୀର୍ଘ ସମୟରୁ ଚାଲିଆସୁଛି।

ଏହାବ୍ୟତୀତ ମେକର୍ସ ନିଷ୍ପତ୍ତି ନେଇଛନ୍ତି ଯେ ଏଥର ମଧ୍ୟ ଅମିତାଭ ଶୋ ହୋଷ୍ଟ କରିବେ। ହେଲେ ଏଯାବତ ମେକର୍ସଙ୍କ ତରଫରୁ କୌଣସି ଘୋଷଣା ହୋଇନାହିଁ।

ପ୍ରକାଶ ଥାଉକି କୋରୋନା ଭାଇରାସ ପାଇଁ ଦେଶକୁ ଲକଡାଉନ କରାଯାଇଛି । ଯାହାଦ୍ବାରା ଟିଭି ଇଣ୍ଡଷ୍ଟ୍ରିରୁ ନେଇ ବଲିଉଡ ଇଣ୍ଡଷ୍ଟ୍ରିର ସବୁ କାମ ବର୍ତ୍ତମାନ ଠପ ପଡିଛି । ଲକଡାଉନ ପୂର୍ବରୁ ହିଁ ସବୁ ଶୋ, ଫିଲ୍ମ ସୁଟିଂ, ବଡ ବଡ ଇଭେଣ୍ଟକୁ ରଦ୍ଦ କରିଦିଆଯାଇଥିଲା ।

ABOUT THE AUTHOR

...view details