ଓଡିଶା

odisha

ବିଜୟ ଦେବରକୋଣ୍ଡା# କିଲ ଫେକ ନ୍ୟୁଜ, ସମର୍ଥନ କଲେ ଟଲିଉଡ ଷ୍ଟାର

By

Published : May 5, 2020, 11:51 PM IST

ତେଲୁଗୁ ଫିଲ୍ମ ଅଭିନେତା ବିଜୟ ଦେବରକୋଣ୍ଡା ସୋସିଆଲ ମିଡିଆରେ ତାଙ୍କ ଭାବମୃର୍ତ୍ତିକୁ ବିକୃତ କରୁଥିବା ଅନ୍ୟ ୱେବସାଇଟମାନଙ୍କୁ ଏକ ଶକ୍ତ ଜବାବ ଦେଇଛନ୍ତି । ବିଜୟ ତାଙ୍କ ଟ୍ୱିଟରକୁ ଯାଇ ଲେଖିଥିଲେ ଯେ, ଯଦି କେହି ନିଜର ସତ ଲୁଚେଇବାକୁ ଯାଇ ଏକ ମିଥ୍ୟା କାହାଣୀର ସହାୟତା ନେଇ ମୋର ବ୍ୟକ୍ତିତ୍ବ ଉପରେ ପ୍ରଶ୍ନ କରେ ତେବେ ମୁଁ କହିବି ଯେ, ଆମ ସମାଜ ବର୍ତ୍ତମାନ ବିପଦରେ ଅଛି । ଅଧିକ ପଢନ୍ତୁ...

Vijay Deverakonda vouches to #KillFakeNews, gets backing by Tollywood biggies
ବିଜୟ ଦେଭେରାକୋଣ୍ଡା# କିଲ ଫେକ ନ୍ୟୁଜ, ସମର୍ଥନ କଲେ ଟଲିଉଡ ଷ୍ଟାର

ମୁମ୍ବାଇ: ତେଲୁଗୁ ଫିଲ୍ମ ଅଭିନେତା ବିଜୟ ଦେବରକୋଣ୍ଡା ସୋସିଆଲ ମିଡିଆରେ ତାଙ୍କ ଭାବମୂର୍ତ୍ତିକୁ ବିକୃତ କରୁଥିବା ଅନ୍ୟ ୱେବସାଇଟମାନଙ୍କୁ ଏକ ଶକ୍ତ ଜବାବ ଦେଇଛନ୍ତି । ଅର୍ଜୁନ ରେଡ୍ଡୀ ସିନେମାର ଅଭିନେତା ଯିଏ କି ସବୁବେଳେ ନିଜର ନିର୍ମଳ ଭାବମୂର୍ତ୍ତି ପାଇଁ ଦର୍ଶକମାନଙ୍କ ଗହଣରେ ବେଶ ଜଣାଶୁଣା ।

ସୋମବାର ଦିନ ବିଜୟ ତାଙ୍କ ଟ୍ୱିଟରକୁ ଯାଇ ଲେଖିଥିଲେ ଯେ, ଯଦି କେହି ନିଜର ସତ ଲୁଚେଇବାକୁ ଯାଇ ଏକ ମିଥ୍ୟା କାହାଣୀର ସହାୟତା ନେଇ ମୋର ବ୍ୟକ୍ତିତ୍ବ ଉପରେ ପ୍ରଶ୍ନ କରେ ତେବେ ମୁଁ କହିବି ଯେ, ଆମ ସମାଜ ବର୍ତ୍ତମାନ ବିପଦରେ ଅଛି । ଏହି ଭିଡିଓଟି ହେଉଛି ମୋର ଲୋକମାନଙ୍କ ପ୍ରତି ଦାୟିତ୍ବ ।

ବିଜୟ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଯିଏ ମୋର ଭାବମୃର୍ତ୍ତି ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି, ଏହାସହ ମୋ ବିଷୟରେ ଖରାପ ସମାଲୋଚନା କରୁଥିବା ବ୍ୟକ୍ତିମାନଙ୍କୁ ଏବଂ ମୋ ବିଷୟରେ ଅଜ୍ଞାନ ଭଳି ଲେଖିବା ପାଇଁ ଚେଷ୍ଚା କରୁଥିବା ବ୍ୟକ୍ତିମାନଙ୍କୁ ମୁଁ ସ୍ବାଗତ କରୁଛି । ତେବେ ବିଜୟଙ୍କ ଏହି ଟ୍ବଟ ସଂପୃର୍ଣ୍ଣ ତେଲୁଗୁ ସିନେମା ଜଗତରେ ଏକ ଆଲୋଡନ ସୃଷ୍ଟି କରିଛି ।

ତେଲୁଗୁ ମେଗାଷ୍ଚାର ଚିରଞ୍ଜୀବୀ ଠାରୁ ଆରମ୍ଭ କରି ବାହୁବଳୀ ଅଭିନେତା ରାଣା, ଏବଂ ମହେଶବାବୁ ମଧ୍ୟ ବିଜୟ ଦେବରାକୋଣ୍ଡାଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । ଚିରଞ୍ଜୀବୀ ଟ୍ବିଟରକୁ ଯାଇ ଯୁବ ଅଭିନେତା ବିଜୟଙ୍କୁ ସର୍ମଥନ ଜଣାଇଥିଲେ ଏବଂ ସୋସିଆଲ ମିଡିଆରେ ଦୃସ୍ତ ଗଣମାଧ୍ୟମକୁ ରୋକିବା ପାଇଁ କହିଥିଲେ ।

ମିଥ୍ୟ ଖବର ପ୍ରସାରକୁ ଦୂର କରିବା ପାଇଁ ଏବଂ ତେଲୁଗୁ ସିନେମାର ଉପାଦୟତାକୁ ବଜାୟ ରଖିବା ପାଇଁ ମହେଶବାବୁ ମଧ୍ୟ ବିଜୟଙ୍କ ସମର୍ଥନରେ ଲେଖିଥିଲେ ।

ଏହି ଲକଡାଉନ ସମୟରେ, ଦେବରକୋଣ୍ଡା ତାଙ୍କ ମିଡିଲ କ୍ଲାସ ପାଣ୍ଠି ମାଧ୍ୟମରେ 50 ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି । ଏହି ଲକଡାଉନରେ ବିଜୟ ପୂର୍ବରୁ 2000 ପରିବାରକୁ ସାହାଯ୍ୟ କରିବାକୁ ଯୋଜନା କରିଥିବାବେଳେ ବର୍ତ୍ତମାନ ବିଜୟ 4000 ରୁ ଅଧିକ ପରିବାରକୁ ସାହାଯ୍ୟ କରିବାକୁ ଆଶା କରିଛନ୍ତି ।

ABOUT THE AUTHOR

...view details