ଓଡିଶା

odisha

Tokyo Olympics: ମହିଳା ହକି ଦଳକୁ ସମବେଦନା ଜଣାଇଲେ SRK

By

Published : Aug 6, 2021, 1:16 PM IST

ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିପାରିନାହିଁ ଭାରତୀୟ ମହିଳା ହକି ଦଳ । କିନ୍ତୁ ଲଢୁଆ ପ୍ରଦର୍ଶନ ସହିତ ସେମି ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି । ଏଥିଲାଗି ବଲିଉଡ ସୁପରଷ୍ଟାର ଶାହରୁଖ ତାଙ୍କୁ ପ୍ରଶଂସା କରିବା ସହିତ ଜଣାଇଛନ୍ତି ସମବେଦନା । ଅଧିକ ପଢନ୍ତୁ...

Tokyo Olympics: ମହିଳା ହକି ଦଳକୁ ସମବେଦନା ଜଣାଇଲେ SRK
Tokyo Olympics: ମହିଳା ହକି ଦଳକୁ ସମବେଦନା ଜଣାଇଲେ SRK

ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକ୍ସରେ ପ୍ରତିଯୋଗିତାରେ ପଦକ ହାସଲ କରିବାରେ ବିଫଳ ହୋଇଛି ଭାରତୀୟ ମହିଳା ହକି ଦଳ । ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଶୁକ୍ରବାର ଦଳକୁ ସମବେଦନା ଜଣାଇଛନ୍ତି । ହାର ସତ୍ତ୍ବେ ମହିଳା ଦଳ ପୁରା ଦେଶବାସୀଙ୍କୁ ପ୍ରେରିତ କରିଛି ବୋଲି କହିଛନ୍ତି ଶାହରୁଖ ।

ଚଳିତ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିବାରେ ବିଫଳ ହୋଇଛି ଦଳ । ଗ୍ରେଟ ବ୍ରିଟେନଠାରୁ ଦଳ ପରାସ୍ତ ହୋଇଥିଲା । ତଥାପି ଦଳର ପ୍ରତିଟି ପ୍ରତିଯୋଗୀଙ୍କ ଲଢୁଆ ପ୍ରଦର୍ଶନ ପାଇଁ ଦେଶବାସୀ ଗର୍ବ ଅନୁଭବ କରିଛନ୍ତି । କିନ୍ତୁ ମହିଳା ହକି ଦଳର ଏହି ଲଢୁଆ ପ୍ରଦର୍ଶନ ପାଇଁ ଶାହରୁଖ ସୋସିଆଲ ମିଡିଆରେ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଦଳ ପଦକ ନ ଜିତିବା ପରେ ନିଶ୍ଚିତ ଏହା ଦେଶବାସୀଙ୍କୁ କଷ୍ଟ ଦେଇଥିଲା । ତଥାପି ମହିଳା ଦଳ ଲଢୁଆ ପ୍ରଦର୍ଶନ କରି ଭାରତକୁ ଗର୍ବିତ କରିଛନ୍ତି ବୋଲି ସେ କହିଛନ୍ତି । ଏହା ମଧ୍ୟ ଦେଶ ପାଇଁ ଜିତ୍‌ ବୋଲି ସେ କହିଛନ୍ତି ।

ଭାରତୀୟ ମହିଳା ହଦି ଦଳ ଟୋକିଓ ଅଲମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି । ବୋଞ୍ଜ ପଦକ ପାଇଁ ଖେଳାଯାଇଥିବା ପ୍ଲେ-ଅଫ ମ୍ୟାଚରେ ସେ ଗ୍ରେଟ ବ୍ରିଟେନଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ଦଳ ଲଢୁଆ ପ୍ରଦର୍ଶନ କରିଥିଲା । ୩-୪ରେ ଗ୍ରେଟ ବ୍ରିଟେନଠାରୁ ଦଳ ପରାସ୍ତ ହୋଇଥିଲା ।

ସେମି ଫାଇନାଲକୁ ଦଳ ପ୍ରବେଶ କରିଥିବା ବେଳେ ଶାହରୁଖ ଦଳକୁ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଉତ୍ସାହିତ କରିଥିଲେ । ବଲିଉଡ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ 'ଚକ ଦେ ଇଣ୍ଡିଆ'ରେ ଶାହରୁଖ ଜଣେ ସମର୍ପିତ ହକି କୋଚ ଭାବେ ଅଭିନୟ କରିଥିଲେ । ଶାହରୁଖଙ୍କ ୱାର୍କ ଫ୍ରଣ୍ଟ ବିଷୟରେ ଆଲୋଚନା କଲେ ଏହି ୫୫ ବର୍ଷୀୟ ଷ୍ଟାର ଶେଷ ଥର ପାଇଁ ୨୦୧୮ ଜିରୋ ଫିଲ୍ମରେ ନଜର ଆସିଥିଲେ । SRK ଏବେ 'ପଠାନ' ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି । ଏଥିରେ ତାଙ୍କ କୋ-ଆକ୍ଟର ଭାବେ ଦୀପିକା ପାଦୁକୋନ ଓ ଜନ ଆବ୍ରାହମ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details