ଓଡିଶା

odisha

ସୁଶାନ୍ତ ମାମଲା, ପୁଣିଥରେ ଇଡି ଅଫିସରେ ହାଜର ସିଦ୍ଧାର୍ଥ ପିଠାନି

By

Published : Aug 11, 2020, 4:40 PM IST

ସ୍ୱର୍ଗତ ଅଭିନେତା ସୁଶାନ୍ତଙ୍କ ମନି ଲଣ୍ଡରିଂର ତଦନ୍ତର ଏକ ଅଂଶ ଭାବରେ ମଙ୍ଗଳବାର ଦିନ ଏନଫୋର୍ସମେଣ୍ଟ ଡାଇରୋକରେଟ (ଇଡି) ଅଭିନେତାଙ୍କ ବନ୍ଧୁ ତଥା ଫ୍ଲାଟମେଟ ସିଦ୍ଧାର୍ଥ ପିଠାନିଙ୍କୁ ଡାକିଥିଲେ । ବର୍ତ୍ତମାନ ସିଦ୍ଧାର୍ଥ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଏବଂ ତାଙ୍କର ପଚରାଉଚରା ଚାଲିଛି । ଅଧିକ ପଢନ୍ତୁ...

sushants flatmate siddharth pithani at ed for 2nd day
ସୁଶାନ୍ତଙ୍କ କେସରେ ପୁଣିଥରେ ଇଡି ଅଫିସରେ ବୟାନ ଦେଲେ ସିଦ୍ଧାର୍ଥ ପିଠାନି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନି ମଙ୍ଗଳବାର ପୁଣି ଥରେ ଏନଫୋର୍ସମେଣ୍ଟ ଡାଇରୋକରେଟ (ଇଡି) ରେ ହାଜର ହୋଇ ମନି ଲଣ୍ଡରିଂ ଘଟଣାରେ ତାଙ୍କ ବୟାନ ଦେଇଛନ୍ତି ।

ବୟାନ ଅନୁଯାୟୀ ଆଇଟି ପ୍ରଫେସନାଲ ସିଦ୍ଧାର୍ଥ 14 ଜୁନ୍ ଦିନ ସୁଶାନ୍ତଙ୍କ ଫ୍ଲାଟରେ ଉପସ୍ଥିତ ଥିଲେ ଯେତେବେଳେ ଅଭିନେତାଙ୍କ ମୃତଦେହ ମିଳିଥିଲା । ସୋମବାର ତାଙ୍କୁ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ଫାଇନାସିଆଲ ଇନଭେଷ୍ଟିକେସନ ଏଜେନ୍ସିର ଅଧିକାରୀମାନେ ପଚରାଉଚରା କରିଥିଲେ।

ଜଣେ ଇଡି ଅଧିକାରୀ କହିଛନ୍ତି ଯେ, ସିଦ୍ଧାର୍ଥଙ୍କୁ ସୁଶାନ୍ତଙ୍କ ମନି ଲଣ୍ଡରିଂର ସହ ଜଡିତ ସମସ୍ତ ପ୍ରଶ୍ନ ପଚରାଯାଇଥିଲା ।

ଏଥିସହିତ ସୁଶାନ୍ତ ତାଙ୍କ କମ୍ପାନୀରେ ବିନିଯୋଗ କରିଥିବା ଟଙ୍କା ବିଷୟରେ ମଧ୍ୟ ପଚରାଉଚରା କରାଯାଇଛି । ଯେଉଁଥିରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଅନ୍ତର୍ଭୁକ୍ତ ।

ଏହି ଘଟଣାର ତଦନ୍ତରେ ଇଡି ଏପର୍ଯ୍ୟନ୍ତ 6 ଜଣଙ୍କୁ ପଚରାଉଚରା କରିଛନ୍ତି । ମଙ୍ଗଳବାର ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details